ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା…

ବାସ୍ତବ ବ୍ୟୁରୋ: ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣମୀ । ଶ୍ରୀମନ୍ଦିର ରତ୍ନବେଦୀ ଛାଡ଼ି ସ୍ନାନମଣ୍ଡପକୁ ଆସିଛନ୍ତି ଚତୁର୍ଦ୍ଧା ମୂରତି । ସ୍ନାନବେଦୀରେ ମଙ୍ଗଳ ଆଳତି, ମଇଲମ, ଅବକାଶ ଓ ତଡ଼ପଲାଗି ନୀତି ଶେଷ ହେବା ପରେ ଏବେ ଗରାବଡ଼ୁ ସେବକଙ୍କ ଦ୍ୱାରା ଜଳ ବିଜେ ନୀତି କରାଯାଇଥିଲା। ୧୦୮ ସୁବାସିତ ଜଳରେ ସ୍ନାନ କରିଛନ୍ତି ଶ୍ରୀଜିଉ। ଶ୍ରୀଜଗନ୍ନାଥ ୩୫ କଳସ, ଶ୍ରୀବଳଭଦ୍ର ୩୩ କଳସ, ଦେବୀ ସୁଭଦ୍ରା ୨୨ କଳସ ଓ ଶ୍ରୀ ସୁଦର୍ଶନ ୧୮ କଳସ ଜଳରେ ସ୍ନାନ କରିଛନ୍ତି । ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ମହାପ୍ରଭୁଙ୍କୁ ସ୍ନାନ ବେଦୀରେ ଦେଖିବାର ଅପୂର୍ବ ସୁଯୋଗ ପାଇଛନ୍ତି।

ଭୋର ୫ଟାରୁ ଆରମ୍ଭ ହୋଇଥିଲା ପହଣ୍ଡି । ମଧ୍ୟାହ୍ନ ୧୨ଟା ୨୦ରେ ଜଳ ବିଜେ ନୀତି କରାଯାଇଥିଲା। ଅପରାହ୍ନ ୩ଟାରେ ଛେରା ପହଁରା ପରେ ୩ଟା ୪୦ରୁ ହାତୀବେଶ ଆରମ୍ଭ ହେବ। ସନ୍ଧ୍ୟା ୭ଟା ୩୦ରୁ ରାତି ୧୦ଟା ୩୦ ଯାଏଁ ସାହାଣ ମେଲା ଦର୍ଶନ ପାଇଁ ସମୟ ଧାର୍ଯ୍ୟ ହୋଇଛି। ରାତି ସାଢ଼େ ୧୦ଟାରେ ସାହାଣମେଲା ଦର୍ଶନ ବନ୍ଦ ପରେ ରାତି ୧୧ଟାରେ ବେଶ ଓଲାଗି ଓ ସାଢ଼େ ୧୧ଟାରେ ବାହୁଡ଼ା ପହଣ୍ଡି ଆରମ୍ଭ ହେବ । ଗୋଟି ପହଣ୍ଡିରେ ଚତୁର୍ଦ୍ଧାବିଗ୍ରହ ଅଣସର ପିଣ୍ଡିକୁ ବିଜେ କରିବେ । ବାହୁଡ଼ା ପହଣ୍ଡି ରାତି ୨ଟା ଭିତରେ ଶେଷ ହେବ । ପରେ ରାତି ସାଢ଼େ ୨ଟାରେ ସୁନା ଚିତା ଓ ରାହୁରେଖା ମଇଲମ ନୀତି ହେବ ।

ଦେବସ୍ନାନ ପୂର୍ଣ୍ଣିମା ପାଇଁ ସକାଳୁ ସକାଳୁ ପୁରୀରେ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ଶୃଙ୍ଖଳିତ ଦର୍ଶନ ତଥା ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ବ୍ୟାପକ ପୁଲିସ ମୃତୟନ କରାଯାଇଛି। ପୁରୀରେ ୪ ଜଣ ଏସପି ରାଙ୍କର ଅଫିସର, ୨ ଜଣ ଅତରିକ୍ତ ଏସପି, ୨୨ଜଣ ଡିଏସପି, ୨୯୦ରୁ ଅଧିକ ସବ୍‌ ଇନସପେକ୍ଟର ମୃତୟନ ହୋଇଛନ୍ତି। ସମୁଦାୟ ୬୮ ପ୍ଲାଟୁନରୁ ଅଧିକ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି। କୌଣସି ଜରୁରୀକାଳୀନ ସହାୟତା ପାଇଁ ୧୧୨ ନମ୍ବର ସହ ଯୋଗାଯୋଗ କରିବା ପାଇଁ କୁହାଯାଇଛି।

ସେୟାର କରନ୍ତୁ

Next Post

କଟକର ଐତିହ୍ୟକୁ ବଞ୍ଚାଇ ରଖିବାକୁ ଦାବୀ କଲା ହିନ୍ଦୁ ସେନା....

Sat Jun 22 , 2024
ସଂଜୟ ଶତପଥୀ(କଟକ): ଜବରଦଖଲ ରେ ଥିବା କଟକ ର ବୃହତ୍ ପୁଷ୍କରିଣୀ “ହାତୀ ପୋଖରୀ” କୁ ଜବରଦଖଲକାରୀ ଙ୍କ କବଜାରୁ ବଞ୍ଚାଇବାକୁ ଓ ପୁନରୁଦ୍ଧାର ର ଦାବୀକୁ ନେଇ କଟକ ର ମାନନୀୟ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କଲା ହିନ୍ଦୁ ସେନା। ପ୍ରକାଶ ଥାଉକି, ଓଡ଼ିଶାର ପୁରାତନ ରାଜଧାନୀ କଟକ ରେ ଓଡ଼ିଶାର ରାଜା ତଥା ଗଜପତି ବାରବାଟୀ ଠାରେ ଅବସ୍ଥାନ କରୁଥିବା ବେଳେ ବର୍ତ୍ତମାନ ର ଶିଳ୍ପ […]

You May Like

Pin It on Pinterest