ଝରାପାଲି ମାର୍କେଟ ଜଗନ୍ନାଥ ମନ୍ଦିର ରେ ଚତୁର୍ଦ୍ଧାମୂର୍ତ୍ତି ଙ୍କ ସ୍ନାନଯାତ୍ରା….

ବରଗଡ:-୨୨.୬(ନବୀନ କୁମାର ଦାଶ):ବରଗଡ ଜିଲ୍ଲା ସଂକ୍ରିଡା ପଞ୍ଚାୟତ ର ଝରାପାଲି ମାର୍କେଟ ର ଜଗନ୍ନାଥ ମନ୍ଦିର ର ସ୍ନାନମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତୀ ଙ୍କ ପୁର୍ଣିମା ଦିନ ସ୍ନାନ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ସ୍ଵର୍ଗତ କୈଳାସ ଅଗ୍ରୱାଲ କୂଅ ରୁ ମନ୍ତ୍ର ପାଠ କରି କୂଅରୁ ଜଳବାହାର କରାଯାଇଥିଲା।ପଣ୍ଡିତ ଭାବରେ ରୁଦ୍ର ଦାସ ଯୋଗଦେଇ ମନ୍ତ୍ର ପାଠ କରି ୧୦୮ କଳସରେ ଜଳ ଭର୍ତ୍ତି କରି ନାରୀକେଳ,ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।ମହିଳା ମାନେ ଉକ୍ତ ୧୦୮କଳସ ମୁଣ୍ଡ ବୋହି ଝରାପାଲି ମାର୍କେଟ ପରିକ୍ରମା କରି ଜଗନ୍ନାଥଙ୍କ ସ୍ନାନ ମଣ୍ଡପ ପହଞ୍ଚି ଥିଲେ।ସମସ୍ତ ରୀତିନୀତି ଅନୁସାରେ ମନ୍ତ୍ରପାଠ କରି ଚତୁର୍ଦ୍ଧାମୂର୍ତ୍ତୀ ସ୍ନାନ କରାଯାଇଥିଲା।

ଏହା ପରେ ଚତୁର୍ଦ୍ଧା ମୂର୍ତ୍ତୀଙ୍କୁ ଗଜାନନ ବେଶ ଧାରଣ କରାଯାଇଥିଲା।ଏହି ବେଶ ଦେଖିବା ପାଇଁ ଶହ ଶହ ସଂଖ୍ୟାରେ ଶ୍ରଦ୍ଧାଳୁ ଏକତ୍ରିତ ହୋଇ ଦର୍ଶନ କରି ଆଶିଷ ଭିକ୍ଷା କରିଥିଲେ।ବିଷ୍ନୁ ପ୍ରସାଦ ପଧାନ ଓ ଧର୍ମପତ୍ନୀ କନକ ପଧାନ କର୍ତା ଦାଇତ୍ବ ତୁଲାଇଥିଲେ।ଏହି ଅବସର ରେ ଜଗନ୍ନାଥ କମିଟି ର ସଭାପତି ହରି ପଧାନ, ସଂପାଦକ ରଶ୍ମିରଞ୍ଜନ ପାଢ଼ୀ,କମଲେଶ ଅଗ୍ରୱାଲ,ସୁଜିତ୍ କୁମାର ପୁରୋହିତ ଓ ଜଗନ୍ନାଥ କମିଟି ର ସମସ୍ତ ସଦସ୍ୟ ମାନେ ସହଯୋଗ କରିଥିଲେ।ମହାଉତ୍ସାହ ଉଦ୍ଦୀପନା ଚତୁର୍ଦ୍ଧାମୂର୍ତ୍ତୀ ସ୍ନାନ କାର୍ଯ୍ୟ ସମାପନ ହୋଇଥିଲା ।

ସେୟାର କରନ୍ତୁ

Next Post

କିସ୍ ଜମିର କିସମ ପରିବର୍ତ୍ତନ ପ୍ରକ୍ରିୟା ସ୍ଥଗିତ ରଖିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ...

Sat Jun 22 , 2024
ଭୁବନେଶ୍ୱର ୨୨/୦୬(ଗୌତମ ମିଶ୍ର):ପୂର୍ବତନ ସାଂସଦ ଅଚ୍ୟୁତ ସାମନ୍ତଙ୍କ ମାଲିକାନାରେ ଥିବା କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ ସୋସିଆଲ ସାଇନ୍ସ(କିସ୍)କୁ ଜଙ୍ଗଲ ଜମି ଆବଣ୍ଟନ ମାମଲାରେ ଆଜି ନୂଆମୋଡ଼ ଆସିଛି । ଚନ୍ଦକା ବନ୍ୟଜନ୍ତୁ ଡିଭିଜନ ଅଧୀନରେ ଥିବା ୪.୦୩୨ହେକ୍ଟର ଜଙ୍ଗଲ ଜମିର କିସମ ପରିବର୍ତ୍ତନ ପ୍ରକ୍ରିୟାରେ ସ୍ପଷ୍ଟୀକରଣ ନମିଳିବା ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନନେବାକୁ ଆଜି ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ […]

You May Like

Pin It on Pinterest