ଅଧ୍ୟାପିକା ବର୍ଷା ମିଶ୍ରଙ୍କ ମୃତ୍ୟୁ ର ରହସ୍ୟ ଉନ୍ମୋଚନ କେବେ

ଭୁବନେଶ୍ୱର ୨୩/୦୬(ଗୌତମ ମିଶ୍ର ): ରାଜଧାନୀର ଏକ ପ୍ରତିଷ୍ଠିତ ଘରୋଇ ଇଂଜିନିୟରିଂ ବିଶ୍ବବିଦ୍ୟାଳୟ(ସି ଭି ରମଣ ବିଶ୍ଵ ବିଦ୍ୟାଳୟ )ର ଅଧ୍ୟାପିକା ବର୍ଷା ମିଶ୍ରଙ୍କ ମୃତ୍ୟୁକୁ ନେଇ ଦିନକୁ ଦିନ ସନ୍ଦେହ ବଢ଼ିବାରେ ଲାଗିଛି। ପ୍ରଥମେ ତମାଣ୍ଡୋ ଥାନା ପୁଲିସ କେସ୍‌ ନଂ-୨୩୨ରେ ହତ୍ୟା ଉଦ୍ୟମ ମାମଲା ରୁଜୁକରିଥବା ବେଳେ ପରେ ହତ୍ୟା ମାମଲା ରୁଜୁକରିଛି। ହେଲେ ହତ୍ୟା ପଛରେ କାହାର ହାତ ରହିଛି ଓ କିଏ ହତ୍ୟାକାରୀ, ତାହା ଏବେ ବି ଅସ୍ପଷ୍ଟ ରହିଛି।
ଫଳରେ ଘଟଣା ଅଧିକ ରହସ୍ୟମୟ ହେବାରେ ଲାଗିଛି। ଏଭଳି ଏକ ସମ୍ବେଦନଶୀଳ ଘଟଣାକୁ କମିସନରେଟ୍‌ ପୁଲିସ ଗୁରୁତର ସହ ନେଇ ତନାଘନା ଆରମ୍ଭ କରିଛି। ପ୍ରକୃତରେ ସେଦିନ ବିଶ୍ବବିଦ୍ୟାଳୟରେ କ’ଣ ଘଟିଥିଲା ତା’ର ଖୋଳତାଡ଼ ପାଇଁ ପୁଲିସ କ୍ୟାମ୍ପସରେ ଥିବା ସମସ୍ତ ସିସିଟିଭି ଫୁଟେଜ୍‌କୁ ତନ୍ନତନ୍ନ କରି ଯାଞ୍ଚ କରୁଛି। ସେହିପରି ଶୁକ୍ରବାର ଦିନ ପୁଲିସ ୧୨ଜଣଙ୍କୁ ଜେରା କରିଥିବା ବେଳେ ଆଜି ପୁଲିସ ଏଚ୍‌ଓଡି ମାଡାମ୍‌ଙ୍କ ସମେତ ୨୫ଜଣଙ୍କୁ ଜେରା କରିଛି। ସେଥିରେ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ସୁରକ୍ଷାକର୍ମୀ ରହିଛନ୍ତି। ଦୁଇଦିନରେ ପୁଲିସ ୩୭ ଜଣଙ୍କୁ ଜେରା କରିବାପରେ ବି କୌଣସି ସୂଚନା ପାଇନାହିଁ।
୧୧ ତାରିଖରେ ଅଧ୍ୟାପିକା ଦୁଇମହଲା ଛାତରୁ ତଳକୁ ପଡ଼ିବା ସମସ୍ତେ ଦେଖିଛନ୍ତି। ତେବେ ସେ ଡ଼େଇଁପଡ଼ିଲେ କି ତାଙ୍କୁ ଠେଲି ଦିଆଯାଇଛି, ସେ‌ନେଇ କେହି ମୁହଁ ଖୋଲୁ ନାହାନ୍ତି। ଛାତରୁ ପଡ଼ିବାର ୧୦ ଦିନ ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଲା। ତାଙ୍କୁ ଛାତରୁ ଠେଲି ହତ୍ୟା କରାଯାଇଥିବା ପରିବାରଲୋକ ଅଭିଯୋଗ କରିଥିବା ବେଳେ ସେ ଛାତରୁ ପଡ଼ିଯାଇ ଥିବା କର୍ତୃପକ୍ଷ ସଫେଇ ଦେଇଛନ୍ତି।
ସୂଚନା ଯୋଗ୍ୟ କି ପାଖାପାଖି ବର୍ଷେ ହେବ ବର୍ଷା କେନ୍ଦୁଝରରୁ ଆସି ଘରୋଇ ଇଂଜିନିୟରିଂ ବିଶ୍ବବିଦ୍ୟାଳୟର କମ୍ପ୍ୟୁଟର ସାଇନସ୍ ବିଭାଗର ଅଧ୍ୟାପିକା ଭାବେ ଚାକିରି କରୁଥିଲେ । ତେବେ କିଛିଦିନ ତଳେ ବିଭାଗର ଏକ ମିଟିଂରେ ବର୍ଷା ଓ ଅନ୍ୟ ଦୁଇଜଣ ସହକର୍ମୀ ଯୋଗଦେଇ ନଥିବାରୁ ଏଚ୍‌ଓଡି ମାଡାମ୍‌ ସେମାନଙ୍କୁ ତାଗିଦ୍‌ କରିଥିଲେ। ଏମିତିକି ସେମାନଙ୍କୁ କାରଣ ଦର୍ଶାଅ ନୋଟିସ୍‌ କରିଥିଲେ। ମାଡାମ୍‌ ଭୀଷଣ ରାଗିଥିବା ବର୍ଷା ନିଜ ମା’ଙ୍କୁ ଫୋନ୍‌କରି ଜଣାଇଥିଲେ। ଗତ ୧୧ତାରିଖ ଦିନ ‌କଲେଜରେ ମା’ଙ୍କ ସହ କଥାହୋଇ ସେ ମାଡାମ୍‌ଙ୍କ ପାଖକୁ ଯାଇଥିଲେ। ମା’ କଥାହେବେ ବୋଲି କାନ୍ଦି କାନ୍ଦି ମାଡାମ୍‌ଙ୍କୁ କହି ନିଜ ମୋବାଇଲ୍‌ ତାଙ୍କୁ ବଢ଼ାଇ ଦେଇଥିଲେ। ହେଲେ ଏଚ୍‌ଓଡି ମାଡାମ୍‌ ଫୋନ୍‌ରେ କଥା ନହୋଇ ମୋବାଇଲ୍‌କୁ ଫୋପାଡ଼ି ଦେଇଥିଲେ। ଏହାକୁ ନେଇ ବର୍ଷା ମାନସିକ ଚାପରେ ଥିଲେ। ତା’ପରେ ୧୧ ତାରିଖରେ ଅପରାହ୍ନ ପାଖାପାଖି ସାଢ଼େ ୩ଟା ସମୟରେ ବର୍ଷା ଟିଚିଂ ବ୍ଲକର ଦୁଇ ମହଲା ଉପରୁ ତଳକୁ ଖସି ପଡ଼ିଥିଲେ। ତୁରନ୍ତ ତାଙ୍କୁ ଚିକିତ୍ସା ପାଇଁ ଆମ୍ରି ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିବା ବେଳେ ଗତ ଗୁରୁବାର ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା।

ସେୟାର କରନ୍ତୁ

Next Post

ଭାରତବର୍ଷର ଦଶା ଓ ଦିଶା ପରିବର୍ତ୍ତନର ମହାନାୟକ ଥିଲେ ଶ୍ୟାମାପ୍ରସାଦ: ବାଚସ୍ପତି....

Sun Jun 23 , 2024
ଭୁବନେଶ୍ୱର(ବାସ୍ତବବ୍ୟୁରୋ)୨୩/୦୬: ଜଣେ ଶିକ୍ଷାବିତ୍‌, ସଂସ୍କୃତି ଗବେଷକ, ଦୂରଦୃଷ୍ଟିସଂପନ୍ନ ପ୍ରତିବଦ୍ଧ ରାଜନେତା ଭାବରେ ଡଃ ଶ୍ୟାମାପ୍ରସାଦ ମୁଖାର୍ଜୀ ଭାରତ ଇତିହାସରେ ଅବିସ୍ମରଣୀୟ ବ୍ୟକ୍ତିତ୍ୱ ଭାବରେ ଆଦୃତ ହେଉଥିବେ ବୋଲି ବାଚସ୍ପତି ସୁରମା ପାଢ଼ୀ ମତବ୍ୟକ୍ତ କରିଛନ୍ତି । ରବିବାର ପୂର୍ବାହ୍ନରେ ଜୟଦେବ ଭବନରେ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ଉପଲକ୍ଷେ ଆୟୋଜିତ ସ୍ମୃତିସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀମତୀ ପାଢ଼ୀ ଭାରତବର୍ଷର ଦଶା ଓ ଦିଶା ପରିବର୍ତ୍ତନର ମହାନାୟକ ଭାବରେ […]

You May Like

Pin It on Pinterest