ଚୋର କୁ କାବୁ କଲେ ଥାନା ଏ ଏସ୍ ଆଇ ପ୍ରୀତିରଞ୍ଜନ୍ ରାଏ, ଚୋରୀ ବାଇକ୍ ଜବତ ୪ ଅଭିଯୁକ୍ତ କୋର୍ଟ ଚାଲାଣ….

ଉତ୍ତମ ରାଉତ(ମାହାଙ୍ଗା): କଟକ ଜିଲ୍ଲା ଭଦ୍ରେଶ୍ୱର ଥାନା ଅଂଚଳରେ ଚୋରି ହୋଇଥିବା ବାଇକ୍ କେନ୍ଦ୍ରାପଡା ଜିଲ୍ଲା ଲୋକନାଥପୁର ରୁ ଜବତ କରିଛି ପୋଲିସ। ଏଥିସହ ୪ ବାଇକ୍ ଲୁଟେରାଙ୍କୁ ମଧ୍ଯ କାବୁ କରିବାରେ ସଫଳ ହୋଇଛି ଭଦ୍ରେଶ୍ଵର ପୋଲିସ।

ସୂଚନାମୁତାବକ ଭଦ୍ରେଶ୍ୱର ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମରେ ଥିବା ବିଦେଶୀ ମଦ ଦୋକାନ ସମ୍ମୁଖରୁ OD -05-BA-1134 ନମ୍ବର ଏକ ଟିଭିଏସ ଆପଚି ବାଇକ୍ ଚୋରି ହୋଇଥିବା ନେ଼ଇ ଅନିଲ କୁମାର ବିଶ୍ବାଳ ନାମକ ଜୈନିକ ବ୍ୟକ୍ତି ଭଦ୍ରେଶ୍ୱର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ଥାନାରେ ଏକ ମାମଲା ରୁଜୁ କରିବା ସହ ତଦନ୍ତକାରୀ ଅଧିକାରୀ ଏ ଏସ ଆଇ ପ୍ରିତିରଞ୍ଜନ ରାୟ ସ୍ଥାନୀୟ ଅଞ୍ଚଳରେ ଥିବା ସିସିଟିଭି ଫୁଟେଜ ଯାଞ୍ଚ କରିଥିଲେ। ସିସିଟିଭି ଯାଞ୍ଚରୁ ଜଣା ପଡିଥିଲା ଚୋରି ହୋଇଥିବା ବାଇକ୍ ଟି କେନ୍ଦ୍ରାପଡା ଜିଲ୍ଲା ଲୋକନାଥପୁର ଅଞ୍ଚଳର ଦୀପକ ଦାସ ନାମକ ଜୈନିକ ବ୍ୟକ୍ତିର ସଂପୃକ୍ତି ରହିଛି।

ଏହାପରେ ପୁଲିସ୍ ପକ୍ଷରୁ ଲୋକନାଥପୁର ରେ ଚଢାଉ କରାଯାଇ ଦୀପକ ଙ୍କୁ ଗିରଫ କରିବା ସହ ଚୋରି ହୋଇଥିବା ବାଇକ୍ ଟିକୁ ଉଦ୍ଧାର କରିଥିଲେ। ପରେ ତଦନ୍ତରୁ ଜଣା ପଡିଥିଲା ଏହି ଚୋରି ପଛରେ ଏକାଧିକ ବ୍ୟକ୍ତିଙ୍କ ସଂପୃକ୍ତି ରହିଛି। ଯାହାକୁ ନେଇ ଏହି ବାଇକ୍ ଚୋରି ଘଟଣା ରେ ମାଷ୍ଟର ମାଇଣ୍ଡ ଦୀପକ ଦାସ ଙ୍କ ସହ ଏହି ଥାନା ଅଧିନସ୍ଥ ଗୋପାଳପୁର ପଞ୍ଚାୟତ ବେଗୁନିଆପଦା ଗ୍ରାମ ର ସରୋଜ ଦାସ , ସୁବାଷ ଦାସ୍, ଚନ୍ଦନ ଦାସ ଓ ସୁଭାଧ ଦାସଙ୍କୁ ପୁଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି।ଏଠାରେ ସୂଚନା ଥାଉ କି ଏହୀ ଚୋରୀ ଅଭିଯୁକ୍ତ ମାନଙ୍କ ମଧ୍ୟରୁ ଜଣେ ଅଭିଯୁକ୍ତ ଫେରାର ଅଛି ।

ସେୟାର କରନ୍ତୁ

Next Post

କ୍ରୀତଦାସଙ୍କ ସରକାରୀ ବାସଭବନ ରେ ବେଆଇନ ନିର୍ମାଣ ନେଇ ମୋହନ ସରକାର ନିରବ କାହିଁକି ?

Wed Jun 26 , 2024
ଭୁବନେଶ୍ୱର ୨୫/୦୬(ଗୌତମ ମିଶ୍ର ): ଭଙ୍ଗା ଚାଲିଛି ଭୁବନେଶ୍ବରରେ ଥିବା ବିଜେଡି ସାଂଗଠନିକ ସଂପାଦକ ତଥା ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ସରକାରୀ ବାସଭବନ। କୁହାଯାଉଛି, ଘରେ ରହିଥିଲା ବିଳାସମୟ କୋଠା। ଏପରିକି ପ୍ରଣବ ପ୍ରକାଶ ଦାସ ଏଠାରେ ଅଣ୍ଡରଗ୍ରାଉଣ୍ଡ ଘର ବି କୁଆଡେ ତୋଳିଥିଲେ । ତେବେ ବିଜେଡି କ୍ଷମତାରୁ ବିଦା ହେବା ପରଠୁ ଗତ ୧୫ଦିନ ହେଲା ଘର ଭଙ୍ଗା ଯାଉଥିବା ଜଣାପଡିଛି।ତେବେ ପ୍ରଶ୍ନ ଉଠୁଛି, […]

You May Like

Pin It on Pinterest