ବଦଳିବ ସ୍କୁଲ ୟୁନିଫର୍ମ… ?

ଭୁବନେଶ୍ୱର,୨୭।୬: ବଦଳିବ ସ୍କୁଲ ୟୁନିଫର୍ମ ? ଗଣଶିକ୍ଷା ମନ୍ତ୍ରୀଙ୍କ ବୟାନ ପରେ ଜୋର ଧରିଲା ଚର୍ଚ୍ଚା । ଗତବର୍ଷ ନବମ ଓ ଦଶମ ପିଲାଙ୍କ ୟୁନିଫର୍ମର ରଙ୍ଗ ବଦଳିଥିଲା । ଗାଢ଼ ନୀଳ ରଙ୍ଗକୁ ବଦଳାଇ ସବୁଜ ପ୍ୟାଣ୍ଟ ଓ ଚେକ ସାର୍ଟ କରାଯାଇଥିଲା। ପୋଷାକର ଛାତିରେ ଲେଖା ହୋଇଥିଲା ‘ଆମେ ଗଢିବୁ ନୂଆ ଓଡ଼ିଶା’। ସେତେବେଳେ ଏହାକୁ ନେଇ ଆପତ୍ତି ଉଠାଇଥିଲେ ବିରୋଧୀ।
ଏବେ କଡ଼ ଲେଉଟାଛି କ୍ଷମତା । ଭାଜପା ସରକାର କ୍ଷମତାକୁ ଆସିବା ପରେ ପୁଣି ଥରେ ସ୍କୁଲ ୟୁନିଫର୍ମକୁ ନେଇ ଉଠିଛି ପ୍ରଶ୍ନ । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି, ଯଦି ଦଳୀୟ ସ୍ବାର୍ଥକୁ ଦୃଷ୍ଟିରେ ରଖି ଡ୍ରେସ କୋଡର ରଙ୍ଗ କରାଯାଇଥାଏ ତେବେ ସେଥିରେ ପରିବର୍ତ୍ତନ ଆବଶ୍ୟକ। ବିଭାଗ ସହିତ ଏନେଇ ଆଲୋଚନା ପରେ ସଠିକ ନିଷ୍ପତ୍ତି ନିଆଯିବ। ତେବେ ଏହାକୁ କାଉଣ୍ଟର କରିଛି ବିଜେଡି। ବିଜେଡି କହିଛି, ପ୍ରଭାବ ବିସ୍ତାର ପାଇଁ ନୂଆ ସରକାର ଯୋଜନା ବଦଳାଇ ଥାଆନ୍ତି ।

ସୂଚନାଥାଉ କି, ୨୦୨୩ରେ ନୂଆ ଶିକ୍ଷାବର୍ଷ ସହ ନବମ ଓ ଦଶମ ପିଲାଙ୍କ ୟୁନିଫର୍ମ ବଦଳିଥିଲା । ସର୍ବଶିକ୍ଷା ଅଭିଯାନରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମାଗଣା ପୋଷାକ ଓ ଜୋତା ମିଳୁଥିବାବେଳେ ମୁଖ୍ୟମନ୍ତ୍ରୀ ପରିଧାନ ଯୋଜନାରେ ନବମ ଓ ଦଶମ ଶ୍ରେଣୀ ପିଲାଙ୍କୁ ମାଗଣା ୟୁନିଫର୍ମ ମିଳିଲା। ୫୫୦ ଟଙ୍କାରେ ହଳେ ପୋଷାକ, ଜୋତା ଓ ମୋଜା ଯୋଗାଇ ଦିଆଗଲା। ହେଲେ ପିଲାଙ୍କ ପୋଷାକର ରଙ୍ଗକୁ ନେଇ ଦେଖା ଦେଇଥିବା ବିବାଦ। ସେତେବେଳେ ସରକାରରେ ଥିବା ରାଜନୈତିକ ଦଳର ରଙ୍ଗ ସହ ପିଲାଙ୍କ ପୋଷାକର ରଙ୍ଗ ସମାନ ବୋଲି ଅଭିଯୋଗ ଉଠାଇଥିଲେ ବିରୋଧୀ। ନିର୍ବାଚନ ପରେ ସରକାର ବଦଳି ଯାଇଛି । ତେଣୁ ପୁଣି ଥରେ ହାଇସ୍କୁଲ ୟୁନିଫର୍ମ ପରିବର୍ତ୍ତନ ନେଇ ଚର୍ଚ୍ଚା ହେଉଛି ।

ସେୟାର କରନ୍ତୁ

Next Post

ପୁରୀ ପ୍ରସିଦ୍ଧ ରଥଯାତ୍ରା ର ଦ୍ବିତୀୟ ସମନ୍ବୟ ବୈଠକ...

Thu Jun 27 , 2024
ବାସ୍ତବବ୍ୟୁରୋ(ପୁରୀ) ୨୬/୬: ମହାପ୍ରଭୁ ବିଶ୍ୱ ନିୟନ୍ତା।ତାଙ୍କ ରଥଯାତ୍ରା ଅନନ୍ୟ ଓ ବିଶ୍ୱ ପ୍ରସିଦ୍ଧ।ମହାପ୍ରଭୁଙ୍କ ମହିମା ଓ ମହତ୍ତ୍ଵ କୁ ଅଧିକ ପ୍ରସାରିତ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି କହିଛନ୍ତି ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଚଳିତ ରଥଯାତ୍ରା ର ଦ୍ବିତୀୟ ସମନ୍ୱୟ ବୈଠକ ଆଜି ପୂର୍ବାହ୍ନରେ ଟାଉନ ହଲ ପରିସରରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଅଧ୍ୟକ୍ଷତା କରିବା […]

You May Like

Pin It on Pinterest