୧-ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮ ରେ ପଂହଚିଲା, ଯାଜପୁରରେ ଚିହ୍ନଟ ହେଲେ ନୂଆ ୩ ଆକ୍ରାନ୍ତ, ୨ ମହିଳା ଓ ଜଣେ ପୁରୁଷ।
୨-ପରଲୋକରେ ବଲିଉଡର ଭେଟେରାନ୍ଅ ଭିନେତା ଋଷି କପୁର।
୩-ଲକ୍ ଡାଉନ ଉଠିବାର ୭ ଦିନ ଭିତରେ କରାଯିବ ଯୁକ୍ତ ଦୁଇ ପରୀକ୍ଷା, ସୂଚନା ଦେଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ।

୪-ସରକାରଙ୍କ ବଡ଼ ନିଷ୍ପତ୍ତି: ଗାଁ ଲୋକେ କରିପାରିବେନି ବ୍ୟାରିକେଡ୍, କେବଳ କଣ୍ଟେନମେଣ୍ଟ ଅଞ୍ଚଳରେ ହେବ ବ୍ୟାରିକେଡ୍, ବେଆଇନ ବ୍ୟାରିକେଡ୍ ହଟାଇବାକୁ ଜିଲ୍ଲାପାଳଙ୍କୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ ।
୫-ମଇ ୩ ପରେ ୩୦ ପ୍ରତିଶତ କର୍ମଚାରୀରେ ଚାଲିବ ଅଫିସ୍ କାମ,ଆବଶ୍ୟକ ଯାନବାହାନ ଚଳାଚଳ ପାଇଁ ନେବାକୁ ପଡିବ ଅନୁମତି।
୬-୩୪ ଓଏଏସଙ୍କୁ ମିଳିଲା ନୂତନ ନିଯୁକ୍ତି, ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି।
୭-ବାକି ଥିବା ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ବାତିଲ ହେବ ନାହିଁ :CBSE

୮-ଚାରି ଦିନ ପର୍ଯ୍ୟନ୍ତ କାଳବୈଶାଖୀ ବର୍ଷା ସମ୍ଭାବନା,ଲଘୁଚାପ ଏବେ ବଙ୍ଗୋପସାଗର ମୁଁହା।
୯-ଶିଳ୍ପସଂସ୍ଥା ଓ କର୍ପୋରେଟ୍ ଅଫିସ୍ ଖୋଲିବାକୁ ହେଲେ,ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନରଙ୍କ ଠାରୁ ନେବାକୁ ହେବ ଅନୁମତି।
୧୦-ଲକଡାଉନ ସମୟରେ ସ୍କୁଲ ଫି ଛାଡ, ବିଦ୍ୟୁତ ବିଲ୍ ଓ ଅନ୍ୟାନ୍ୟ ପ୍ରସଙ୍ଗରେ ବିଚାର କରିବା ନେଇ ହାଇକୋର୍ଟରେ ଦାୟର ହେଲା ଜନସ୍ୱାର୍ଥ ମାମଲା।
୧୧-ପଞ୍ଜାବ: ଲକ୍ ଡାଉନ୍ ଅବଧି ଆଉ ଦୁଇସପ୍ତାହ ବୃଦ୍ଧି। ସକାଳେ ୪ଘଣ୍ଟା କୋହଳ।
୧୨-କେନ୍ଦ୍ର ସରକାରଙ୍କ ନୂଆ ଗାଇଡ୍ ଲାଇନ୍ : ଲକ୍ଷଣ ଥିଲେ ନିଜ ରାଜ୍ୟକୁ ଫେରି ପାରିବେନି ପ୍ରବାସୀ।
୧୩-ଆମେରିକାରେ ପୋଷା କୁକୁରକୁ କରୋନା ପଜିଟିଭ୍, ବଢ଼ିଲା ଗବେଷକଙ୍କ ଚିନ୍ତା।
