ଜମି କେଳେଙ୍କାରୀ ଗୁମର,ଜମି ଜାଲିଆତି କୁ ନେଇ ମୁହାଁ ମୁହିଁ ଦୁଇ ଆଇପିଏସ….

ଭୁବନେଶ୍ୱର ୨୭/୦୬(ଗୌତମ ମିଶ୍ର ):ରାଜ୍ୟରେ ଦୀର୍ଘ ୨୪ବର୍ଷ ସରକାର ର ବହୁ କେଳେଙ୍କାରୀ ଅଧ୍ୟାୟ ଏବେ ସାମ୍ନା କୁ ଆସୁଛି। ସ୍ୱଚ୍ଛ ଶାସନ ର ନଗ୍ନ ରୂପ ଲୋକେ ଦେଖିଲେଣି। ବିଭିନ୍ନ ବଡ଼ ବଡ଼ିଆ ନେତା, ସରକାରୀ ବାବୁ ଙ୍କ କବ୍ଜା ରେ ରାଜଧାନୀ ର ବହୁ ମୂଲ୍ୟବାନ ଜମି ।ରାଜଧାନୀ ରେ ନେତା ଓ ବାବୁ ମାନଙ୍କ ଦ୍ୱାରା ବହୁ ଜମି କେଳେଙ୍କାରୀ ହୋଇଛି।

ଏ ନେଇ ପୂର୍ବତନ ସିବିଆଇ ନିର୍ଦ୍ଦେଶକ ଏମ୍ ନାଗେଶ୍ୱର ରାଓଙ୍କ ଟ୍ୱିଟ୍ ପରେ ଫିଟିଛି ପାତ୍ରପଡ଼ା ଜମି କେଳେଙ୍କାରୀ ଗୁମର । କେମିତି ଜଣେ ଆଇପିଏସ ଅଧିକାରୀ ଜମି ଠକାମିର ଶିକାର ହେବା ପରେ ଇଓଡବ୍ଲ୍ୟୁର ଦ୍ୱାରସ୍ଥ ହୋଇଥିଲେ ଏବଂ ପରବର୍ତୀ ସମୟରେ ତାଙ୍କ ଅଭିଯୋଗକୁ କର୍ଣ୍ଣପାତ କରାଗଲା ନାହିଁ, ତା’ର ପର୍ଦ୍ଦାଫାସ କରିଛନ୍ତି ନାଗେଶ୍ୱର ରାଓ ।
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ମାମଲାରେ ପୂର୍ବତନ ଡିଜି ସଂଜୀବ ମାରିକଙ୍କ ନାଁ ସାମ୍ନାକୁ ଆସିଛି । ୨୦୧୧ରେ ପାତ୍ରପଡ଼ାରେ ଏକ ପ୍ଲଟ୍ କିଣିଥିଲେ ନାଗେଶ୍ୱର ରାଓ । କିନ୍ତୁ ୪ ବର୍ଷ ପରେ ଜାଲିଆତି ହୋଇଥିବା ସେ ଜାଣିବାକୁ ପାଇଥିଲେ । ଏନେଇ ୨୦୧୫ରେ ଇଓଡବ୍ଲ୍ୟୁରେ ଅଭିଯୋଗ କରିଥିଲେ । କିନ୍ତୁ ତତ କାଳୀନ ଡିଜିପି ସଂଜୀବ ମାରିକଙ୍କ ଚାପରେ ଇଓଡବ୍ଲ୍ୟୁ ମାମଲା ରୁଜୁ କରିନଥିବା ଅଭିଯୋଗ କରିଛନ୍ତି ନାଗେଶ୍ୱର ରାଓ ।

ତେବେ ପରବର୍ତୀ ସମୟରେ ଜମି ହଡ଼ପର ମାଷ୍ଟର ମାଇଣ୍ଡ ନରସିଂହ ସୁନ୍ଦରାୟ, ନାଗେଶ୍ୱର ରାଓଙ୍କୁ ୯ଲକ୍ଷ ୫୦ ହଜାର ଟଙ୍କା ଫେରାଇ ଦେଇଥିଲେ । କିନ୍ତୁ ବଡ଼ କଥା ହେଉଛି ନାଗେଶ୍ୱର ରାଓ, ଯେଉଁ ଜମି କିଣିଥିଲେ ତାହା ସରକାରୀ ଜମି ବୋଲି ତହସିଲ ପକ୍ଷରୁ ଜାଣିବାକୁ ପାଇଥିଲେ । ଫଳରେ ୨୦୧୧ରୁ ୨୦୧୫ ପର୍ଯ୍ୟନ୍ତ ୪ ବର୍ଷ ଧରି ଜମିକୁ ମ୍ୟୁଟେସନ୍ କରାଇପାରିନଥିଲେ । ଯେଉଁଥିପାଇଁ ଶେଷରେ ସେ ୨୦୧୫ ମସିହା, ନଭେମ୍ବର ୫ ତାରିଖରେ ଇଓଡବ୍ଲ୍ୟୁର ଦ୍ୱାରସ୍ଥ ହୋଇଥିଲେ ।

ଏବେ ଓଡ଼ିଶା ସୂଚନା ଅଧିକାର ଅଭିଯାନ ମାମଲାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ଭେଟି କ୍ରାଇମବ୍ରାଂଚ ତଦନ୍ତ କରାଇବାକୁ ଦାବି କରିଛନ୍ତି । ପାତ୍ରପଡ଼ାରେ ଥିବା ପାଖାପାଖି ସାଢ଼େ ୭ ଏକର ଜମିକୁ ନରସିଂହ ସୁନ୍ଦରାୟ ହଡ଼ପ କରିଥିବା ନେଇ ସମସ୍ତ ତଥ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଦିଆଯାଇଛି ।ସେପଟେ ମାମଲା ସାମ୍ନାକୁ ଆସିବା ପରେ ପ୍ରତିକ୍ର୍ରିୟା ରଖିଛନ୍ତି ତତ୍କାଳୀନ ପୁଲିସ ଡିଜି ସଂଜୀବ ମାରିକ ।ସେ କହିଛନ୍ତି ଯେ ତାଙ୍କ ପୁଅ ସେଠାରେ ଜମି କିଣିଛନ୍ତି । ଜମି କିଣାକୁ ନେଇ କୌଣସି ଜାଲିଆତି ନାହିଁ । ଜଣେ ଆଇପିଏସ ଅଧିକାରୀ ଭାବେ ନାଗେଶ୍ୱର ରାଓ କିପରି ଠକାମିର ଶିକାର ହେଲେ, ଆଉ ଜାଣିପାରିଲେ ନାହିଁ, ସେ ନେଇ ପାଲଟା ପ୍ରଶ୍ନ କରିଛନ୍ତି ସଂଜୀବ ମାରିକ ।

ସେୟାର କରନ୍ତୁ

Next Post

ରାଜ୍ୟରେ ହୋଇପାରେ ଛାତ୍ର ସଂସଦ ନିର୍ବାଚନ....

Fri Jun 28 , 2024
ଭୁବନେଶ୍ୱର ୨୭/୦୬(ନି.ପ୍ର):ରାଜ୍ୟରେ ହୋଇପାରେ ଛାତ୍ର ସଂସଦ ନିର୍ବାଚନ। ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଗୁରୁବାର ଗଣମାଧ୍ୟମକୁ ଦେଇଥିବା ପ୍ରତିକ୍ରିୟା ଏହି ସଙ୍କେତ ଦେଉଛି।ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନର ଯଥାର୍ଥତା ରହିଛି। ଏନେଇ ବିଚାର ବିମର୍ଶ ଚାଲିଛି। ସରକାର ଯାହାବି ନିଷ୍ପତ୍ତି ନେବେ ଛାତ୍ର ସମାଜର ସକାରାତ୍ମକ ଦିଗକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନେବେ। ଛାତ୍ର ସଂଗ୍ରଠନ ଦାବି ମହତ୍ତ୍ୱ ପୂର୍ଣ୍ଣ। ତେବେ ଯାହା ଠିକ୍ ହେବ, […]

You May Like

Pin It on Pinterest