କଟକ ସହର ରେ ଆଗାମୀ ପବିତ୍ର ରଥଯାତ୍ରା ଲାଗି ପ୍ରସ୍ତୁତି ବୈଠକ….

ସଂଜୟ ଶତପଥୀ(କଟକ): ଓଡ଼ିଶାର ଅନ୍ୟତମ ଭାଇଚାରାର ସହର କଟକରେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ପବିତ୍ର ରଥଯାତ୍ରା ଅନୁଷ୍ଠିତ ହେବାକୁ ଥିବା ପରିପ୍ରେକ୍ଷୀରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ମାନନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଶ୍ରୀ ଅରିନ୍ଦମ ଡାକୁଆ (ଭା.ପ୍ର.ସେ) ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇଯାଇଛି।

ଏହି ବୈଠକରେ କଟକ ମହାନଗର ନିଗମ ଅନ୍ତର୍ଗତ ଚାନ୍ଦିନୀଚୌକ, ଦୋଳମୁଣ୍ଡାଇ, ରାଣୀହାଟ ଓ ଯୋବ୍ରା ବଜାର ର ରଥଯାତ୍ରା କମିଟିର ସମସ୍ତ ସଦସ୍ୟ, କଟକ ମହାନଗର ନିଗମ ଶାନ୍ତି କମିଟିର ସଭାପତି, ସମ୍ପାଦକ, କଟକ ମହାନଗର ନିଗମ ପୁଜା କମିଟିର ସମସ୍ତ ସଦସ୍ୟ ତଥା ବୟୋଜ୍ୟେଷ୍ଠ ମୁରବୀମାନେ ଯୋଗଦେବା ସହ କଟକ ମହାନଗର ନିଗମ ର ମାନନୀୟ ମେୟର ଶ୍ରୀ ସୁବାସ ସିଂ, ଆୟୁକ୍ତ ଶ୍ରୀ ବିଜୟ ଦାସ (ଓ.ପ୍ର.ସେ), ଉପ-ଆୟୁକ୍ତ, କଟକ କମିଶନରେଟ୍ ପୋଲିସ୍, ମୂଖ୍ୟଯନ୍ତ୍ରୀ, ରାସ୍ତା ଓ ଗୃହନିର୍ମାଣ ବିଭାଗ, କଟକ, ଜଳଯୋଗାଣ ବିଭାଗ, କଟକ, ଅଗ୍ନିଶମ ଅଧିକାରୀ,ଓ ସମସ୍ତ ଥାନା ଅଧିକାରୀମାନେ ଯୋଗଦେଇଥିଲେ।

ଏହି ବୈଠକରେ ଭାଇଚାରାର ସହର କଟକରେ ପବିତ୍ର ରଥଯାତ୍ରା ର ଏକ ସ୍ଵତନ୍ତ୍ରତା ରହିଛି ଏବଂ ଏହି ପବିତ୍ର ଯାତ୍ରାରେ ମାନନୀୟ ଜିଲ୍ଲାପାଳ ଛେରାପହଁରା କରିବା ତଥା ଲାଲବାଗ , ବାଦାମବାଡ଼ି ଥାନା ଅଧିକାରୀ ଭୋଗ ଲଗାଇବାର ପରମ୍ପରା ରହିଛି। ସର୍ବୋପରି ଏହି ସହରରେ ପବିତ୍ର ରଥଯାତ୍ରା ରେ ମୁସଲମାନମାନ ଭାଇମାନଙ୍କର ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତି ଙ୍କୁ ସ୍ବାଗତ ସହ ନାରିକେଳ ଅର୍ପଣ ଓ ସାହିମୁରବୀ ମାନଙ୍କୁ ସମ୍ବର୍ଦ୍ଧିତ କରିବା କଟକ ସହରର ଭାଇଚାରାର ଏକ ଜ୍ୱଳନ୍ତ ଉଦାହରଣ ହୋଇଯାଇଛି। ଏହି ପବିତ୍ର ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ସମସ୍ତ କଟକବାସୀ ଏକାଠି ଏହି କାର୍ଯ୍ୟକ୍ରମକୁ ଉପଭୋଗ କରିବା ସହ ଶାନ୍ତି ଶୃଙ୍ଖଳା ରକ୍ଷା କରିବାକୁ ମାନନୀୟ ଜିଲ୍ଲାପାଳ ସମସ୍ତଙ୍କୁ ନିବେଦନ କରିଛନ୍ତି।

ସେୟାର କରନ୍ତୁ

Next Post

ସରକାରୀ ବାବୁମାନେ ସାବଧାନ!ଅବସର ସମୟ ପୂର୍ବରୁ ଦିଆଯିବ ଅବସର...

Sat Jun 29 , 2024
ନୂଆଦିଲ୍ଲୀ(ନି.ପ୍ର): ସରକାରୀ କର୍ମଚାରୀଙ୍କୁ ନେଇ ସରକାରଙ୍କର ସମସ୍ତ ମନ୍ତ୍ରଣାଳୟକୁ କଡ଼ା ନିର୍ଦ୍ଦେଶ।କର୍ମଚାରୀଙ୍କ କାର୍ଯ୍ୟଦକ୍ଷତାକୁ ଠିକ ସମୟରେ ସମୀକ୍ଷା କରିବାକୁ କେନ୍ଦ୍ର ସମସ୍ତ ମନ୍ତ୍ରଣାଳୟକୁ କହିଛନ୍ତି, ଯାହାଫଳରେ ଯେଉଁ କର୍ମଚାରୀମାନେ ଠିକ୍ ଭାବରେ କାମ କରୁନାହାଁନ୍ତି, ସେମାନଙ୍କୁ ସମୟ ପୂର୍ବରୁ ଅବସର ଦିଆଯିବ । ସମସ୍ତ କେନ୍ଦ୍ର ସରକାରୀ ବିଭାଗର ସଚିବମାନଙ୍କୁ ଦିଆଯାଇଥିବା ଆଦେଶରେ କୁହାଯାଇଛି ଯେ ପ୍ରଶାସନିକ ମନ୍ତ୍ରଣାଳୟ ଏବଂ ବିଭାଗକୁ ବାରମ୍ବାର ଅନୁରୋଧ କରାଯାଇଛି, ସେମାନେ ଏ ବାବଦରେ […]

You May Like

Pin It on Pinterest