ଜଙ୍ଗଲ ଜମି ହସ୍ତାନ୍ତର ହୋଇପାରିବ ନାହିଁ କି ଜମିର କିସମ ମଧ୍ୟ ବଦଳି ପାରିବ ନାହିଁ- ରାଜସ୍ବ ମନ୍ତ୍ରୀ

ଭୁବନେଶ୍ୱର ୨୯/୦୬(ନି.ପ୍ର): ଖୋଲୁଛି କିସ୍ ଜମି ଦୁର୍ନୀତି ମାମଲାର ପେଡି ।ଭୁବନେଶ୍ୱର ସ୍ଥିତ କଳିଙ୍ଗ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ସୋସିଆଲ ସାଇସେନ୍ସ (କିସ୍‌)ର ଜଙ୍ଗଲ ଜମି ହସ୍ତାନ୍ତର ମାମଲାରେ ରାଜସ୍ବ ବିଭାଗକୁ ସବିଶେଷ ତଥ୍ୟ ମାଗିଲେ ରାଜସ୍ବ ମନ୍ତ୍ରୀ । କହିଲେ ଏହା କେବଳ ବ୍ୟବହାର ପାଇଁ ଅନୁମତି ଦିଆଯାଇଛି । ନିୟମାନୁସାରେ ଏ ଜମି ହସ୍ତାନ୍ତର ହୋଇପାରିବ ନାହିଁ କି ଜମିର କିସମ ମଧ୍ୟ ବଦଳି ପାରିବ ନାହିଁ ।

କିସ୍ ଜମି ଦଖଲ କରିଥିବା ଅଭିଯୋଗ ହେବା ପରେ ଏହାର ହସ୍ତାନ୍ତର ପ୍ରକ୍ରିୟା ଉପରେ ରୋକ ଲଗାଇଥିଲେ କେନ୍ଦ୍ର ଆଦିବାସୀ ବ୍ୟାପର ମନ୍ତ୍ରୀ ଜୁଏଲ ଓରାମ। ଆଉ ଏବେ ଏନେଇ ସବିଶେଷ ତଥ୍ୟ ମାଗିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ସେ କହିଛନ୍ତି, ୨୦୨୦ ମସିହାରେ ୧୦ ଏକର ଜଙ୍ଗଲ ଜମି କିସ୍ ଆଦିବାସୀ ସ୍କୁଲକୁ କେବଳ ବ୍ୟବହାର ପାଇଁ ଦେଇଥିଲେ । ଜମି ହସ୍ତାନ୍ତର କରାଯାଇପାରିବ ନାହିଁ । ଜମିର କିସମ ମଧ୍ୟ ପରିବର୍ତ୍ତନ ନକରି ଏହାକୁ କେବଳ ବ୍ୟବହାର ପାଇଁ ପ୍ରସ୍ତାବ ଦେଇଥିଲେ ତତ୍କାଳ ସରକାର । ଯାହା ବର୍ତ୍ତମାନ ବି ଖୋର୍ଦ୍ଧା ଜିଲ୍ଲାଙ୍କ ପାଖରେ ବିଚାରଧୀନ ଅବସ୍ଥାରେ ରହିଛି । ଏନେଇ କେନ୍ଦ୍ର ମନ୍ତ୍ରୀ ଖୋର୍ଦ୍ଧା ଜିଲ୍ଲାପାଳ ଓ ମୁଖ୍ୟ ସଚିବଙ୍କୁ ଚିଠି ମଧ୍ୟ ଲେଖିଥିଲେ । ଯାହା ପରେ ତଦନ୍ତ ଆରମ୍ଭ ହେବା ପରେ ମୁଁ ମଧ୍ୟ ରାଜସ୍ବ ବିଭାଗକୁ ସମସ୍ତ ତଥ୍ୟ ମାଗିଛି । ତଥ୍ୟ ଆସିବା ପରେ ଏହାନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ।

ସୂଚନାଯୋଗ୍ୟ, ଚନ୍ଦକା ବନ୍ୟଜନ୍ତୁ ଡିଭିଜନ ଅଧୀନରେ ଥିବା ୪.୦୩୨ ହେକ୍ଟର ଜଙ୍ଗଲ ଜମିର କିସମ ପରିବର୍ତ୍ତନ ପ୍ରକ୍ରିୟାରେ ସ୍ପଷ୍ଟୀକରଣ ନ ମିଳିବା ପର୍ଯ୍ୟନ୍ତ କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସେସ(କିସ୍)କୁ ଜଙ୍ଗଲ ଜମି ହସ୍ତାନ୍ତର କିମ୍ବା କୌଣସି ପ୍ରକ୍ରିୟା ଗ୍ରହଣ ନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ । ଏନେଇ ମୁଖ୍ୟ ଶାସନ ସଚିବ ଓ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଚିଠି ଲେଖିଥିଲେ ମନ୍ତ୍ରୀ । ଚିଠିରେ ଯେ ପର୍ଯ୍ୟନ୍ତ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟରୁ ଆବଶ୍ୟକ ସ୍ପଷ୍ଟୀକରଣ ନ ମିଳିଛି କିମ୍ବା ଆନୁଷ୍ଠାନିକ ମଞ୍ଜୁରୀ ପ୍ରଦାନ ନକରାଯାଇଛି, ସେ ପର୍ଯ୍ୟନ୍ତ ପ୍ରକ୍ରିୟା ସ୍ଥଗିତ ରଖିବାକୁ କୁହାଯାଇଥିଲା । ଜଙ୍ଗଲ ଜମିର କିସମ ପରିବର୍ତ୍ତନକୁ ନେଇ କେନ୍ଦ୍ର ସରକାରଙ୍କ ନିକଟରେ ହୋଇଥିବା ଅଭିଯୋଗ ଆଧାରରେ ଏଭଳି କିଛି ନିର୍ଦ୍ଦେଶନାମା ଜାରି କରାଯାଇଥିଲା ।

ସେୟାର କରନ୍ତୁ

Next Post

ଫାର୍ମ-ବି ର ନୂଆ ଉତ୍ପାଦ "ମିକ୍ସ ଛତୁଆ”ର ବଜାର ପ୍ରବେଶ...

Sun Jun 30 , 2024
ମନୋଜ ମହାନ୍ତି(ବାସ୍ତବ): ଭୂବନେଶ୍ୱର ସ୍ଥିତ ଏକ ଘରୋଇ ହୋଟେଲରେ ଓଡ଼ିଶାର ଅଗ୍ରଣୀ ଖାଦ୍ୟ ଉତ୍ପାଦନକାରୀ ଉଦ୍ୟୋଗ ବିଶ୍ଵେସର ଫୁଡ୍‌ସ ପ୍ରାଇଭେଟ୍, ଲିମିଟେଡ଼୍ ଆନୁକୁଲ୍ୟରେ ତଥା ଫାର୍ମ-ବି ଦ୍ଵାରା ପ୍ରସ୍ତୁତ ଏକ ନୂଆ ଉତ୍ପାଦ ମିଳୁ ଛତୂଆ ର ବଜାର ପ୍ରବେଶ ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି । ବିଶିଷ୍ଠ ମହିଳା ଉଦ୍ୟୋଗୀ ତ‌ଥା ଫାର୍ମ-ବି ର ପ୍ରତିଷ୍ଠାତ୍ରୀ ଓ ପରିଚାଳନା ନିର୍ଦ୍ଦେଶିକା ଶ୍ରୀମତୀ ରଶ୍ମୀ ସାହୁଙ୍କ ଅଧ୍ଯକ୍ଷତାରେ ଆୟୋଜିତ ଏହି […]

You May Like

Pin It on Pinterest