ଫାର୍ମ-ବି ର ନୂଆ ଉତ୍ପାଦ “ମିକ୍ସ ଛତୁଆ”ର ବଜାର ପ୍ରବେଶ…

ମନୋଜ ମହାନ୍ତି(ବାସ୍ତବ): ଭୂବନେଶ୍ୱର ସ୍ଥିତ ଏକ ଘରୋଇ ହୋଟେଲରେ ଓଡ଼ିଶାର ଅଗ୍ରଣୀ ଖାଦ୍ୟ ଉତ୍ପାଦନକାରୀ ଉଦ୍ୟୋଗ ବିଶ୍ଵେସର ଫୁଡ୍‌ସ ପ୍ରାଇଭେଟ୍, ଲିମିଟେଡ଼୍ ଆନୁକୁଲ୍ୟରେ ତଥା ଫାର୍ମ-ବି ଦ୍ଵାରା ପ୍ରସ୍ତୁତ ଏକ ନୂଆ ଉତ୍ପାଦ ମିଳୁ ଛତୂଆ ର ବଜାର ପ୍ରବେଶ ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି ।

ବିଶିଷ୍ଠ ମହିଳା ଉଦ୍ୟୋଗୀ ତ‌ଥା ଫାର୍ମ-ବି ର ପ୍ରତିଷ୍ଠାତ୍ରୀ ଓ ପରିଚାଳନା ନିର୍ଦ୍ଦେଶିକା ଶ୍ରୀମତୀ ରଶ୍ମୀ ସାହୁଙ୍କ ଅଧ୍ଯକ୍ଷତାରେ ଆୟୋଜିତ ଏହି ବଳାର ପ୍ରବେଶ ଉତ୍ସବରେ ପ୍ରତିଷ୍ଠାନର ଆକାଉଣ୍ଟସ୍ ଏବଂ ଫାଇନାନ୍ସ ବିଭାଗର ବରିଷ୍ଠ ପ୍ରବନ୍ଧକ ଶ୍ରୀକାନ୍ତ ମହାପାତ୍ରର, ଉତ୍ପାଦନ ବିଭାଗର ବରିଷ୍ଠ ପ୍ରବନ୍ଧିକା ଶିଳ୍ପା ଦାସ ଏବଂ ନିର୍ଦ୍ଦେଶିକାଙ୍କ ବ୍ୟକ୍ତିଗତ ସଚିବ ଆଦ୍ୟାଶା ପଟ୍ଟନାୟକ ଉପସ୍ଥିତ ରହି ଏହି ନୂତନ ଉତ୍ପାଦ ସମ୍ବନ୍ଧରେ ସର୍ବିଶେଷ ବିବରଣୀ ପ୍ରଦାନ କରିଥିଲେ ।

ବର୍ତ୍ତମାନ ସମୟର ସବୁଠାରୁ ଅଧିକ ଗ୍ରହଣୀୟ ଉତ୍ପାଦ ମିକ୍ସ ଛତୁଆ ଯାହାକି ଯୁବଗୋଷ୍ଠୀ ମାନଙ୍କର ପ୍ରଥମ ପସନ୍ଦ ଯୋଗ୍ୟ ଖାଦ୍ୟ । ଏହା ସକାଳ ଖାଦ୍ୟର ଚାହିଦାକୁ ପୂରଣ କରିବା ସହ ଉଚ୍ଚ ପୁଷ୍ଟିକର ପଦାର୍ଥ ଅଟେ । ଏଥିରେ ପ୍ରୋଟିନ୍, ଫାଇବର, କ୍ୟାଲ୍‌ସିୟମ, ଆଇରନ୍, ମାଙ୍ଗାନିଜ ଏବଂ ମ୍ୟାଗ୍ନେସିୟମ ସହିତ ଭର୍‌ପୁର ଶକ୍ତି ରହିଥାଏ । ସେଥ‌ିପାଇଁ ଫାର୍ମ-ବି ମିକ୍ସ ଛତୁଆ ର ଟ୍ୟାଗ୍ ରହିଛି “ଆପଣଙ୍କ ଖାଦ୍ୟକୁ କରେ ପୂର୍ଣ ସୁସ୍ଥତା ସହ ସ୍ବାଦରେ ପରିପୂର୍ଣ” । ଏହା ଯେ କେବଳ ସକାଳର ଖାଦ୍ୟ ପୁରା କରେ ତାହା ନୁହେଁ ବରଂ ଦିନସାରାର ଶରୀର ପାଇଁ ଆବଶ୍ୟକ ପୋଷକତତ୍ୱ କୁ ମଧ୍ୟ ପୁରା କରେ, ତତ୍ ସହିତ ଶରୀରର ତାପମାତ୍ରାକୁ ନୟନ୍ତ୍ରଣ କରିବାରେ ଏବଂ ଅତ୍ୟଧିକ ଗରମକୁ ରୋକିବାରେ ମଧ୍ୟ ସାହାଯ୍ୟ କରେ । ଅତିରିକ୍ତ ଭାବରେ ଏହି ଉତ୍ପାଦ ଶକ୍ତି ବୃଦ୍ଧି, ହଳମ ଓ ପାଚନ କରିବାରେ ସାହାଯ୍ୟ କରିବା ସହିତ ଓଜନକୁ ନିୟନ୍ତ୍ରଣ କରିବା, କେଶ ଓ ଚର୍ମ କୁ ସୁସ୍ଥ ରଖୁବା, ଶରୀରରେ ଗ୍ଲୁକୋଜର ସଠିକ୍ ପରିମାଣକୁ ବଜାୟ ରଖୁବା, କୋଲେଷ୍ଟ୍ରଲ କମ୍ କରିବା ଏବଂ ଶରୀରରେ ପୃଷ୍ଟିକର ଉପାଦାନକୁ ବୃଦ୍ଧି କରିବାରେ ସହଯୋଗ କରିଥାଏ ।

କମ୍ପାନୀର ଫାର୍ମ–ବି ବ୍ରାଣ୍ଡ୍ ଅଧୀନରେ ମିଳୁ ଛତୁଆ ସହ ଅନେକ ଉପଯୋଗୀ ଜଳଖୁଆ ଉତ୍ପାଦମାନ ଯଥା – ଓଟସ୍, ମସାଲା ଓଟସ୍, ମୁସଲି, ଚକୋବାଇଟ୍ସ, କନ୍‌ଫ୍ଲେକ୍ସ୍, ରାଗି ଫ୍ଲୋର୍ ଏବଂ ଚପାଦି ଫ୍ଲୋର୍ ଆଦି ଉପଲବ୍ଧ । ଏହା ବ୍ୟତୀତ ଗ୍ରାହକ ମାନଙ୍କ ପାଇଁ ଫାର୍ମ-ବି ଗୁଡ଼ ପାଉଡ଼ର, ପଞ୍ଜାବୀ ତଡ଼କା, ଦେବଭୋଗ ଖିଚିଡ଼ି, ଇନ୍‌ଷ୍ଟାଣ୍ଟ୍ ବିରିୟାନି ଭଳି ତତ୍‌କ୍ଷଣାତ୍ ମିଶ୍ରିତ ଖାଦ୍ୟ ପ୍ରସ୍ତୁତ କରିଥାଏ ।

ସେୟାର କରନ୍ତୁ

Next Post

ଆଉ ୨ ଦିନ ପ୍ରବଳ ବର୍ଷା...

Sun Jun 30 , 2024
ବାସ୍ତବ ବ୍ୟୁରୋ: ଲଘୁଚାପ ସକ୍ରିୟ ରହିଥିବାରୁ ଆହୁରି ଦୁଇ ଦିନ ଯାଏ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା । ଉତ୍ତର-ପଶ୍ଚିମ ବଙ୍ଗୋପସାଗର ସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳ ଓ ପଶ୍ଚିମବଙ୍ଗ ଉପକୂଳରେ ସକ୍ରିୟ ରହିଛି ସୃଷ୍ଟ ଲଘୁଚାପ । ଏହାର ପ୍ରଭାବରେ ଉପକୂଳ ଓଡ଼ିଶା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଆହୁରି ୨ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ବଲାଙ୍ଗୀର, ବାଲେଶ୍ୱର, ମୟୁରଭଞ୍ଜ, କେନ୍ଦୁଝର, କେନ୍ଦ୍ରାପଡା, […]

You May Like

Pin It on Pinterest