ଆଉ ୨ ଦିନ ପ୍ରବଳ ବର୍ଷା…

ବାସ୍ତବ ବ୍ୟୁରୋ: ଲଘୁଚାପ ସକ୍ରିୟ ରହିଥିବାରୁ ଆହୁରି ଦୁଇ ଦିନ ଯାଏ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା । ଉତ୍ତର-ପଶ୍ଚିମ ବଙ୍ଗୋପସାଗର ସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳ ଓ ପଶ୍ଚିମବଙ୍ଗ ଉପକୂଳରେ ସକ୍ରିୟ ରହିଛି ସୃଷ୍ଟ ଲଘୁଚାପ । ଏହାର ପ୍ରଭାବରେ ଉପକୂଳ ଓଡ଼ିଶା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଆହୁରି ୨ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ବଲାଙ୍ଗୀର, ବାଲେଶ୍ୱର, ମୟୁରଭଞ୍ଜ, କେନ୍ଦୁଝର, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଯାଜପୁର, ଖୋର୍ଦ୍ଧା ଆଦି ଜିଲ୍ଲାରେ ବର୍ଷା ହେବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ଆଜି ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ଏଥି ସହିତ ସମୁଦ୍ର ଅଶାନ୍ତ ରହିବା କାରଣରୁ ଆଗାମୀ ୩ ଦିନ ଯାଏଁ ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ମଧ୍ୟରେ ପ୍ରବେଶ କରିବାକୁ ମଧ୍ୟ ବାରଣ କରାଯାଇଛି ।

୧ ତାରିଖ ଦିନ ବର୍ଷା ହେବା ସମ୍ଭାବନା ଥିଲେ ମଧ୍ୟ କୌଣସି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇ ନାହିଁ।

ସେୟାର କରନ୍ତୁ

Next Post

ଓଡ଼ିଶା ବିଧାନସଭାର ବାଚସ୍ପତିଙ୍କର କଟକ ଗସ୍ତ...

Mon Jul 1 , 2024
ସଂଜୟ ଶତପଥୀ(କଟକ): ଓଡ଼ିଶା ବିଧାନସଭାର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ଆଜି ବିଭିନ୍ନ କାର୍ଯ୍ୟକ୍ରମ ରେ ଯୋଗ ଦେବା ଲାଗି କଟକ ଗସ୍ତ ରେ ଆସିଥିବା ବେଳେ ପ୍ରଥମେ କଟକର ଆରାଧ୍ୟ ଦେବୀ ମା’କଟକଚଣ୍ଡୀ ଙ୍କ ବିଜେ ପୀଠ ସ୍ଥଳୀ କୁ ଯାଇ ଦର୍ଶନ ପୂର୍ବକ ମା’ଙ୍କର ଆଶ୍ରିବାଦ ଭିକ୍ଷା କରିଥିଲେ। ମାନନୀୟା ବାଚସ୍ପତି କଟକ ମାଆଙ୍କର ବିଜେ ପୀଠ ସ୍ଥଳୀ ଠାରେ ପହଞ୍ଚିବା ପରେ ବରିଷ୍ଠ ବିଜେପି ନେତ୍ରୀ […]

You May Like

Pin It on Pinterest