ଓଡ଼ିଶା ବିଧାନସଭାର ବାଚସ୍ପତିଙ୍କର କଟକ ଗସ୍ତ…

ସଂଜୟ ଶତପଥୀ(କଟକ): ଓଡ଼ିଶା ବିଧାନସଭାର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ଆଜି ବିଭିନ୍ନ କାର୍ଯ୍ୟକ୍ରମ ରେ ଯୋଗ ଦେବା ଲାଗି କଟକ ଗସ୍ତ ରେ ଆସିଥିବା ବେଳେ ପ୍ରଥମେ କଟକର ଆରାଧ୍ୟ ଦେବୀ ମା’କଟକଚଣ୍ଡୀ ଙ୍କ ବିଜେ ପୀଠ ସ୍ଥଳୀ କୁ ଯାଇ ଦର୍ଶନ ପୂର୍ବକ ମା’ଙ୍କର ଆଶ୍ରିବାଦ ଭିକ୍ଷା କରିଥିଲେ।

ମାନନୀୟା ବାଚସ୍ପତି କଟକ ମାଆଙ୍କର ବିଜେ ପୀଠ ସ୍ଥଳୀ ଠାରେ ପହଞ୍ଚିବା ପରେ ବରିଷ୍ଠ ବିଜେପି ନେତ୍ରୀ ଶ୍ରୀମତୀ ସ୍ମୃତି ପଟ୍ଟନାୟକ ଙ୍କ ସହ କଟକ ଜିଲ୍ଲା ନାରୀନେତ୍ରୀ ଶ୍ରୀମତୀ ପ୍ରବୀଣା ମହାପାତ୍ର, ଶ୍ରୀ ହେମନ୍ତ ବେହେରା, ଶ୍ରୀ ରତନ ମହାନ୍ତି, ଶ୍ରୀ ଓ୍ବାଇ ମଣି, ଶ୍ରୀ ଅନୁପମ ଦାସ, ଶ୍ରୀ ବିଶ୍ଵଜିତ ଦାସ, ଶ୍ରୀମତୀ ରୀତା ମହାପାତ୍ର, ଶ୍ରୀମତୀ ସ୍ନିଗ୍ଧାରାଣୀ ବିଶ୍ୱାଳ, ଶ୍ରୀମତୀ ପ୍ରତିମା ସ୍ବାଇଁ, ଶ୍ରୀମତୀ ସ୍ବର୍ଣ୍ଣଲତା ସେଠୀ, ଶ୍ରୀମତୀ ସଂଯୁକ୍ତା ମିଶ୍ର ଓ ବହୁ ବିଜେପି ସଦସ୍ୟ ପୁଷ୍ପଗୁଛ ଓ ଉତ୍ତରୀୟ ପ୍ରଦାନ କରି ସ୍ବାଗତ କରିବା ସହ ମାଆଙ୍କର ବିଜେ ପୀଠ ସ୍ଥଳୀ କୁ ପାଛୋଟି ନେଇଥିଲେ।

ବାଚସ୍ପତି ମାଆଙ୍କର ପୁଜାର୍ଚ୍ଚନା କରି ସାରିବା ପରେ କଟକ ରେ ଥିବା ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ସାରଳା ଭବନ ଓ ରାଷ୍ଟ୍ରଦୀପ କାର୍ଯ୍ୟାଳୟ କୁ ଯାଇ ସଭା କାର୍ଯ୍ୟକ୍ରମ ରେ ଯୋଗ ଦେଇଥୂଲେ।

ସେୟାର କରନ୍ତୁ

Next Post

ମାଗଣା ୩୦୦ୟୁନିଟ୍ ବିଜୁଳି କଥା ବୋଧେ ମନ୍ତ୍ରୀମାନଙ୍କର ମନେପଡୁନି- ପ୍ରତାପ ଦେବ୍

Mon Jul 1 , 2024
ଭୁବନେଶ୍ୱର(ନି.ପ୍ର): ବିଜେପି ସରକାରକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ମାନେ ନିର୍ବାଚନ ପ୍ରତିଶ୍ରୁତିକୁ ଆଗ ପାଳନ କରାଯିବ ବୋଲି କହୁଛନ୍ତି । ସେହି ଆଧାରରେ ଗତ ୫ ତାରିଖରୁ ଏବେ ପର୍ୟ୍ୟନ୍ତ ମାଗଣା ବିଜୁଳି ନେଇ କେହି ମୁହଁ ଖୋଲିନାହାନ୍ତି । କିନ୍ତୁ ସରକାରଙ୍କୁ ବିଜେଡି ଏ ବାବଦରେ ମନେ ପକାଇ ଦେଉଛି । ନିର୍ବାଚନରେ ଦେଇଥିବା ପ୍ରତିଶ୍ରୁତି ଯେପରି ପାଣିର ଗାର ପାଲଟି ନଯାଉ ବୋଲି କହିଛନ୍ତି […]

You May Like

Pin It on Pinterest