ମାଗଣା ୩୦୦ୟୁନିଟ୍ ବିଜୁଳି କଥା ବୋଧେ ମନ୍ତ୍ରୀମାନଙ୍କର ମନେପଡୁନି- ପ୍ରତାପ ଦେବ୍

ଭୁବନେଶ୍ୱର(ନି.ପ୍ର): ବିଜେପି ସରକାରକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ମାନେ ନିର୍ବାଚନ ପ୍ରତିଶ୍ରୁତିକୁ ଆଗ ପାଳନ କରାଯିବ ବୋଲି କହୁଛନ୍ତି । ସେହି ଆଧାରରେ ଗତ ୫ ତାରିଖରୁ ଏବେ ପର୍ୟ୍ୟନ୍ତ ମାଗଣା ବିଜୁଳି ନେଇ କେହି ମୁହଁ ଖୋଲିନାହାନ୍ତି । କିନ୍ତୁ ସରକାରଙ୍କୁ ବିଜେଡି ଏ ବାବଦରେ ମନେ ପକାଇ ଦେଉଛି । ନିର୍ବାଚନରେ ଦେଇଥିବା ପ୍ରତିଶ୍ରୁତି ଯେପରି ପାଣିର ଗାର ପାଲଟି ନଯାଉ ବୋଲି କହିଛନ୍ତି ବିରୋଧୀ ଦଳ ଉପମୁଖ୍ୟ ସଚେତକ ପ୍ରତାପ ଦେବ ।

ପ୍ରତାପ ଦେବ କହିଛନ୍ତି, ରାଜ୍ୟରେ ବିଜେପି ସରକାର ଆସିବା ପରେ ନିର୍ବାଚନରେ ଦିଆଯାଇଥିବା ପ୍ରତିଶ୍ରୁତି ପୂରା କରିବାକୁ ପ୍ରାଥମିକତା ଦିଆଯିବ ବୋଲି ମୋହନ ସରକାର ସ୍ପଷ୍ଟ କରିଛନ୍ତି । ଯାହାକୁ ନେଇ ଆଜି ବିଜେଡି ପ୍ରତିକ୍ରିୟା ରଖିଛି । ବିରୋଧୀ ଦଳ ଉପମୁଖ୍ୟ ସଚେତକ ପ୍ରତାପ ଦେବ କହିଛନ୍ତି, ଆଜି ହେଉଛି ଜୁଲାଇ ୧ ତାରିଖ । ନିର୍ବାଚନ ପ୍ରକ୍ରିୟା ଚାଲିଥିବା ବେଳେ ବିଜେଡି କହିଥିଲା ଜୁଲାଇରୁ ବିଜୁଳି ବିଲ୍ ଦେବାକୁ ପଡିବନି । ୧୦୦ ୟୁନିଟ୍ ପର୍ୟ୍ୟନ୍ତ ମାଗଣା ବିଜୁଳି ଦିଆଯିବ । ତେବେ ନିର୍ବାଚନ ପ୍ରଚାର ସମୟରେ ବିଜେପି ୩୦୦ ୟୁନିଟ୍ ପର୍ୟ୍ୟନ୍ତ ମାଗଣା ବିଜୁଳି ଦେବାକୁ ପ୍ରତିଶ୍ରୁତି ଦେଇଥିଲା । ତେଣୁ ବିଜେପି ଯେଉଁ ପ୍ରତିଶ୍ରୁତି ଦେଇଥିଲା ତାହା ପ୍ରତାରଣାରେ ପରିଣତ ନହେଉ । ବିଜେପି ଦେଇଥିବା ପ୍ରତିଶ୍ରୁତି ପାଳନ କରୁ ।

ସେୟାର କରନ୍ତୁ

Next Post

ମନମୋହନ ଙ୍କ ବିଜେଡିକୁ କଡା ଜବାବ....

Tue Jul 2 , 2024
ଭୁବନେଶ୍ୱର(ନି.ପ୍ର)୨।୭: ୩୦୦ ୟୁନିଟ୍‌ ପର୍ଯ୍ୟନ୍ତ ମାଗଣା ବିଜୁଳି ପ୍ରତିଶ୍ରୁତି ପ୍ରସଙ୍ଗ ଉଠାଇ ଭାଜପାକୁ ବିଜେଡି ଟାର୍ଗେଟ କରିଥିବାବେଳେ,ଭାଜପା ଏହାର କଡା ଜବାବ ରଖିଛି ।ଦଳର ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ଭାଜପାର ସଂକଳ୍ପପତ୍ରକୁ ବୋଧହୁଏ ବିଜେଡି ଠିକ ଢଙ୍ଗରେ ପଢିନି । ମାଗଣା ବିଜୁଳି ପାଇଁ ପ୍ରତ୍ୟେକ ବ୍ୟକ୍ତିଙ୍କୁ ୭୫ ହଜାର ଟଙ୍କାର ସୋଲାର ସିଷ୍ଟମ ଦିଆଯିବ । ସୋଲାର ସିଷ୍ଟମ ଦ୍ୱାରା ମାଗଣା ବିଜୁଳି ବ୍ୟବହାର କରିବା […]

You May Like

Pin It on Pinterest