ମନମୋହନ ଙ୍କ ବିଜେଡିକୁ କଡା ଜବାବ….

ଭୁବନେଶ୍ୱର(ନି.ପ୍ର)୨।୭: ୩୦୦ ୟୁନିଟ୍‌ ପର୍ଯ୍ୟନ୍ତ ମାଗଣା ବିଜୁଳି ପ୍ରତିଶ୍ରୁତି ପ୍ରସଙ୍ଗ ଉଠାଇ ଭାଜପାକୁ ବିଜେଡି ଟାର୍ଗେଟ କରିଥିବାବେଳେ,ଭାଜପା ଏହାର କଡା ଜବାବ ରଖିଛି ।ଦଳର ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ଭାଜପାର ସଂକଳ୍ପପତ୍ରକୁ ବୋଧହୁଏ ବିଜେଡି ଠିକ ଢଙ୍ଗରେ ପଢିନି । ମାଗଣା ବିଜୁଳି ପାଇଁ ପ୍ରତ୍ୟେକ ବ୍ୟକ୍ତିଙ୍କୁ ୭୫ ହଜାର ଟଙ୍କାର ସୋଲାର ସିଷ୍ଟମ ଦିଆଯିବ । ସୋଲାର ସିଷ୍ଟମ ଦ୍ୱାରା ମାଗଣା ବିଜୁଳି ବ୍ୟବହାର କରିବା ପରେ ବଳକା ବିଜୁଳିକୁ ସରକାରଙ୍କୁ ବିକିପାରିବେ ହିତାଧିକାରୀ। କେନ୍ଦ୍ର ବଜେଟ ଆସିବା ପରେ ଏହି ଯୋଜନା ଆରମ୍ଭ ହେବ। ମୋଦି ଯାହା କୁହନ୍ତି ତାହା କରନ୍ତି, ସମସ୍ତ ରାଜ୍ୟରେ ମାଗଣା ବିଜୁଳି ବ୍ୟବସ୍ଥା ଲାଗୁ କରାଯିବ ।

ଅନ୍ୟପଟେ ମାଗଣା ବିଜୁଳିକୁ ନେଇ ବିରୋଧୀ ଦଳ ଉପମୁଖ୍ୟ ସଚେତକ ପ୍ରତାପ ଦେବ ଭାଜପାକୁ ଟାର୍ଗେଟ୍‌ କରି କହିଥିଲେ, ନିର୍ବାଚନବେଳେ ବିଜେଡି ୧୦୦ ୟୁନିଟ୍‌ ମାଗଣା ବିଜୁଳି ଦେବ କହିଥିଲା, କିନ୍ତୁ ଭାଜପା ୩୦୦ ୟୁନିଟ ଦେବ କହିଥିଲା। ପ୍ରତିଶ୍ରୁତି ପ୍ରତାରଣାରେ ପରିଣତ ନ ହେଉ। ବିଜେଡି ପକ୍ଷରୁ ସରକାରଙ୍କୁ ଆମେ ମନେ ପକାଇ ଦେଉଛୁ ବୋଲି । ଏହାର ଠିକ୍ ଉତ୍ତର ପ୍ରତାପ ପାଇଥିବେ ବୋଲି ବୁଦ୍ଧିଜୀବୀଙ୍କ ମତ ଆମର ହସ୍ତଗତ ହୋଇଛି ।

ସେୟାର କରନ୍ତୁ

Next Post

ଘୋଷଯାତ୍ରାରେ ମନ୍ଦିର ଭିତରକୁ ଭିଆଇପିଙ୍କୁ ପ୍ରବେଶ ମନା...

Tue Jul 2 , 2024
ଭୁବନେଶ୍ୱର ୧/୦୭(ଗୌତମ ମିଶ୍ର):ଆସନ୍ତା ୬ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୂ। ଏଥିସହ ସେ ୭ ତାରିଖରେ ଆୟୋଜିତ ହେବାକୁ ଥିବା ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାରେ ଯୋଗ ଦେବେ। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ । ଏହି ଅବସରରେ ମନ୍ଦିର ଭିତରକୁ ଭିଆଇପି ଙ୍କ ପ୍ରବେଶକୁ ବାରଣ କରାଯାଇଛି।ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ।ଆଇନ ମନ୍ତ୍ରୀ କହିଛନ୍ତି, […]

You May Like

Pin It on Pinterest