ଭାରତୀୟ ନ୍ୟାୟ ସଂହିତା ଅନୁଯାୟୀ ଭୁବନେଶ୍ୱର ରେ ପ୍ରଥମ ମାମଲା ରୁଜ୍ଜୁ…

ଭୁବନେଶ୍ୱର(ଗୌତମ ମିଶ୍ର ): ଦେଶରେ ଲାଗୁ ହୋଇଛି ତିନି ନୂଆ ଆଇନ ଭାରତୀୟ ନ୍ୟାୟ ସଂହିତା(ବିଏନଏସ), ଭାରତୀୟ ନାଗରିକ ସୁରକ୍ଷା ସଂହିତା(ବିଏନଏସଏସ) ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମ(ବିଏସଏ) ଲାଗୁ ହୋଇଯାଇଛି । ଲାଗୁ ହେଉ ହେଉ ଦିଲ୍ଲୀରେ ଏନେଇ ପ୍ରଥମ ମାମଲା ରୁଜ୍ଜୁ ହୋଇଥିବା ବେଳେ ଭୁବନେଶ୍ବରରେ ମଧ୍ୟ ଏହାକୁ ଆଧାର କରି ପ୍ରଥମ ମାମଲା ରୁଜ୍ଜୁ ହୋଇଛି ।ଭୁବନେଶ୍ବର ଲକ୍ଷ୍ମୀସାଗର ଥାନାରେ ଭାରତୀୟ ନ୍ୟାୟ ସଂହିତା ଅନୁଯାୟୀ ମାମଲା ରୁଜ୍ଜୁ କରାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ, ଭୁବନେଶ୍ବର ସ୍ଥିତ ଚିନ୍ତାମଣିଶ୍ବର ମନ୍ଦିର ଅଞ୍ଚଳରେ ଏକ ହତ୍ୟା ଉଦ୍ୟମ ମାମଲା ରୁଜ୍ଜୁ ହୋଇଛି । ଉକ୍ତ ଅଞ୍ଚଳର ଗୌରାଙ୍ଗ ଚରଣ ଦାସଙ୍କୁ ମରଣାତ୍ମକ ଆକ୍ରମଣ ନେଇ ତାଙ୍କ ପୁଅ ଏହି ମାମଲା ରୁଜ୍ଜୁ କରିଛନ୍ତି । ଭାରତୀୟ ନ୍ୟାୟ ସଂହିତା ଧାରା ୨୦୨୩ ଅନୁଯାୟୀ ୧୨୬(୨), ୧୧୫(୨), ୧୦୯(୧) (୩) (୫)ରେ ମାମଲା ରୁଜ୍ଜୁ ହୋଇଛି ।ତେବେ ତାଙ୍କ ପୁଅଙ୍କ କହିବାନୁଯାୟୀ, ଜୁନ୍ ୨୯ ରାତିରେ ୩ ଜଣ ଦୁର୍ବୃର୍ତ୍ତ ଏକ ବାଇକ ଯୋଗେ ଆସି ଗୌରାଙ୍ଗଙ୍କ ବେକ କାଟିଦେଇଥିଲେ । ଯାହା ଆଧାରେ ଲକ୍ଷ୍ମୀସାଗର ଥାନାରେ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ ।

ସୂଚନାଯୋଗ୍ୟ, ଭାରତୀୟ ପେନାଲ କୋଡ(ଆଇପିସି), କୋହ ଅଫ କ୍ରିମିନାଲ ପ୍ରୋସିଜର(ସିଆରପିସି) ଓ ଭାରତୀୟ ଏଭିଡେନ୍ସ ଆକ୍ଟ ବଦଳରେ ତିନୋଟି ନୂଆ ଅପରାଧିକ ଆଇନ ଭାରତୀୟ ନ୍ୟାୟ ସଂହିତା(ବିଏନଏସ), ଭାରତୀୟ ନାଗରିକ ସୁରକ୍ଷା ସଂହିତା(ବିଏନଏସଏସ) ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମ(ବିଏସଏ) ଜୁନ୍ ୧ରୁ ଲାଗୁ ହୋଇଯାଇଛି । ଯାହା ସ୍ବାଧୀନ ଭାରତର ନିଜସ୍ବ ଆଇନ। ଏହା ପ୍ରଭାବରେ ଆଜିଠାରୁ ହିଁ ବିଭିନ୍ନ ସ୍ଥାନରେ ଏହା ଆଧାରରେ ମାମଲା ରୁଜ୍ଜୁ କରାଯାଇ ତଦନ୍ତ ବ୍ୟବସ୍ଥାକୁ ଆହୁରି ତ୍ବରାନ୍ବିତ କରାଯାଇଛି ।

ସେୟାର କରନ୍ତୁ

Next Post

ରଥଯାତ୍ରା ପାଇଁ ଦୁଇଦିନ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

Tue Jul 2 , 2024
ପୁରୀ(ନି.ପ୍ର): ଆଜି ପୁରୀଠାରେ ରଥଯାତ୍ରା ସମୀକ୍ଷା ବୈଠକରେ ଯୋଗଦେଇ,ରଥଯାତ୍ରା ପାଇଁ ଦୁଇଦିନ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।ଏଥିସହ ରଥଯାତ୍ରାର ସଫଳତା ପାଇଁ ଲୋଡିଲେ ସମସ୍ତଙ୍କ ସହଯୋଗ । ପୁରୀରେ ସମୀକ୍ଷା ବୈଠକରେ ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୨ ଦିନ ଛୁଟି ନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଚଳିତଥର ରଥଯାତ୍ରା ୨ ଦିନ […]

You May Like

Pin It on Pinterest