ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସୁଚନା ୩୦୦୦ ଟଙ୍କା ହେବ ଭତ୍ତା….

ଭୁବନେଶ୍ୱର(ନି.ପ): ୩୦୦୦ ଟଙ୍କାକୁ ବୃଦ୍ଧି କରାଯିବ ଭତ୍ତାଟଙ୍କା। ଏନେଇ ଘୋଷଣା କରିଛନ୍ତି ସାମଜିକ ସୁରକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।ତେବେ କେଉଁ ବର୍ଗର ଭତ୍ତା ବଢାଯିବ ସେନେଇ କୌଣସି ନିର୍ଦ୍ଦଷ୍ଟ ସୂଚନା ମିଳିନାହିଁ । ତେବେ ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ଓ ଦିବ୍ୟାଙ୍ଗ ଭତ୍ତାକୁ ଗୁରୁତ୍ୱ ଦିଆଯିବ ବୋଲି ସୂଚନାଦେଇଛନ୍ତି ମନ୍ତ୍ରୀ।

ବିଭିନ୍ନ ବର୍ଗର ଭତ୍ତା ବଢାଇବାକୁ ସରକାର ଚିନ୍ତା କରୁଛନ୍ତି । ବିଭିନ୍ନ ବିଭାଗ ଅଧିକାରୀଙ୍କ ସହ ଏନେଇ ସହ ଆଲୋଚନା ଜାରି ରହିଛି ।ଆଲୋଚନା ପରେ କେଉଁ ବର୍ଗର ଭତ୍ତାକୁ ବୃଦ୍ଧି କରାଯିବ ସେନେଇ ସ୍ପଷ୍ଟ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ତେବେ ନିର୍ବାଚନ ପୂର୍ବରୁ ବିଜେପି ଭତ୍ତା ବୃଦ୍ଧି କରିବାକୁ ଯେଉଁ ମାନିଫେଷ୍ଟା ଦେଇଥିଲା ତାକୁ ପୂରଣ କରିବାକୁ ଯାଉଛି ବୋଲି କୁହାଯାଉଛି ।

ସେୟାର କରନ୍ତୁ

Next Post

ଉତ୍ତରପ୍ରଦେଶ ହାଥରସରେ ଦଳାଚକଟା....

Tue Jul 2 , 2024
ବାସ୍ତବ ବ୍ୟୁରୋ: ଆଜି ଉତ୍ତରପ୍ରଦେଶର ହାଥରସରେ ଏକ ବଡ଼ ଦୁର୍ଘଟଣା ଘଟିଛି। ରତିଭାନପୁର ଗ୍ରାମରେ ଭୋଲେ ବାବାଙ୍କ ସତ୍‌ସଙ୍ଗର ଉଦ୍‌ଯାପନୀ ସମାରୋହରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ହଠାତ୍ ଦଳାଚକଟା ଆରମ୍ଭ ହୋଇଥିଲା। ଏହି ଦୁର୍ଘଟଣାରେ ୧୦୦ରୁ ଅଧିକ ଜଣଙ୍କର ମୃତ୍ୟୁ ହୋଇଥିବା ଏଟା ସିଏମଓ ଉମେଶ ତ୍ରିପାଠୀ ସୂଚନା ଦେଇଛନ୍ତି । ମୃତକଙ୍କ ମଧ୍ୟରେ ଅନେକ ମହିଳା ଓ ଶିଶୁ ଅଛନ୍ତି। ତେବେ ବେସରକାରୀ ଭାବେ ମୃତ୍ୟୁ ସଂଖ୍ୟା ଅଧିକ ବୋଲି କୁହାଯାଉଛି। […]

You May Like

Pin It on Pinterest