ନବୀନ ପଟ୍ଟନାୟକ ହାରିନାହାନ୍ତି, ତାଙ୍କୁ ହରାଇ ଦିଆଯାଇଛି….

ଭୁବନେଶ୍ୱର(ନି.ପ୍ର):ପାରାଦୀପର ପୂର୍ବତନ ବିଧାୟକ ତଥା ବିଜେଡି ନେତା ସମ୍ବିତ ରାଉତରାୟଙ୍କ, ନିର୍ବାଚନ ସରିବାର ମାସକ ପରେ ନବୀନଙ୍କ ହାରିବାକୁ ନେଇ ଏକ ବିସ୍ଫୋରକ ବୟାନ ଦେଇଛନ୍ତି ।

ଶ୍ରୀ ରାଉତରାୟ କହିଛନ୍ତି,ନବୀନ ପଟ୍ଟନାୟକ ହାରିନାହାନ୍ତି, ତାଙ୍କୁ ବିଧିବଦ୍ଧ ଭାବେ ହରାଇ ଦିଆଯାଇଛି । ତାଙ୍କୁ ସୁଚିନ୍ତିତ ଗୋଟି ଚାଳନାକରି ହରାଇ ଦିଆଯାଇଛି । ଢୋଲ ଭିତରେ ମୂଷା ରହିଥିଲେ।ଆଜି ନହେଲେ କାଲି ସେ ମୂଷାକୁ କଢା ହେବ ।

ଆମ ସରକାର ବହୁତ କାମ କରିଛନ୍ତି । ତଥାପି ନିର୍ବାଚନରେ ବିଜେଡି ପରାଜୟବରଣ କଲା । ହାରିବାର କାରଣ ଅନେକ ରହିଛି ବୋଲି ଶ୍ରୀ ରାଉତରାୟ କହିଛନ୍ତି । ତେବେ ହାରିବାର କାରଣ ପାଣ୍ଡିଆନ କି ପ୍ରଶ୍ନରେ ଶ୍ରୀ ରାଉତରାୟ ‘ହୋଇପାରେ’ ବୋଲି କହିଛନ୍ତି ।ତେବେ ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ନିର୍ବାଚନ ପରେ ପରେ ବହୁ ବିଜେଡି ବରିଷ୍ଠ ନେତା ପାଣ୍ଡିଆନଙ୍କ ଏକାକୀ ପ୍ରଚାର କାର୍ଯ୍ୟକୁ ପରାଜୟର କାରଣ ବୋଲି କହିଥିଲେ । ପ୍ରକାଶ ଯେ ଚଳିତ ନିର୍ନାଚନରେ ମାତ ଖାଇଛି ବିଜେଡି । ଦୀର୍ଘ ବର୍ଷର ଶାସନରେ ଜନତା ପକାଇଛନ୍ତି ପୂର୍ଣ୍ଣଛେଦ । ବିଜେଡି ବଦଳରେ ଭୋଟର ବିଜେପିକୁ ଭରସିଛନ୍ତି । ଫଳରେ ବିଜେଡି ଠାରୁ ଶାସନ ଡୋରି ଛଡ଼ାଇ ନେଇଛି ବିଜେପି । ଅଦ୍ୟାବଧି ବିଜେଡି ପରାଜୟର କାରଣ ଖୋଜୁଛି । ଏନେଇ ନିର୍ବାଚନ ପରଠାରୁ ବିଜେଡି ପରାଜୟ କାରଣ ଜାଣିବା ତଥା ଆଗକୁ ରଣନୀତି କ’ଣ ହେବ ସେନେଇ ଘନ ଘନ ବୈଠକ କରୁଛି ।

ସେୟାର କରନ୍ତୁ

Next Post

୧୧ ତାରିଖ ପରଠାରୁ ପୁଣି ବଢିବ ବର୍ଷା

Mon Jul 8 , 2024
ବାସ୍ତବ ବ୍ୟୁରୋ: ରାଜ୍ୟରେ ଲାଗି ରହିଛି ବର୍ଷା ।  ଆଗାମୀ ୫ ଦିନ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ ।  କାଲିଠୁ ବର୍ଷା ପରିମାଣ କମିବ ଏବଂ ଉପକୂଳରେ ଘଡଘଡି ବିଜୁଳି ସହ ବର୍ଷା ହେବ । ତେବେ ୧୧ ତାରିଖ ପରଠାରୁ ପୁଣି ବଢିବ ବର୍ଷାର ବିସ୍ତୃତି ବଢିବ । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରିଥିବା ବୁଲେଟିନ୍‌ […]

You May Like

Pin It on Pinterest