
ବରଗଡ:-୧୦.୭(ନବୀନ କୁମାର ଦାଶ):ବରଗଡ ଜିଲ୍ଲା ଅତାବିରା ବ୍ଲକ ସଭାଗୃହ ଠାରେ ଷଷ୍ଠ ତମ ପଞ୍ଚାୟତ ସମିତିର ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି।ବୈଠକ ରେ ବ୍ଲକ୍ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୂର୍ଯ୍ୟ କୁମାର ନାୟକଙ୍କ ଅଧ୍ୟକ୍ଷତା ରେ ମୁଖ୍ୟ ଅତିଥି ଭାବେ ନବ ନିର୍ବାଚିତ ବିଜେପି ବିଧାୟକ ଶ୍ରୀଯୁକ୍ତ ନିହାର ରଞ୍ଜନ ମହାନନ୍ଦ ନୂତନ ଭାବେ ଯୋଗ ଦେଇଥିଲେ ।
ବ୍ଲକ୍ ଅଧ୍ୟକ୍ଷା ଗୀତାଞ୍ଜଳି ନାଏକ,ବ୍ଲକ୍ ଉପାଧ୍ୟକ୍ଷ ଅନନ୍ତ ମେହେର, ତହସିଲ ଦାର ବ୍ରଜ ବନ୍ଧୁ ସାହୁ,ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗିରିନ୍ଦ୍ର ସାହୁ ଓ ପଞ୍ଚାୟତ ଅଧିକାରୀ ମହମ୍ମଦ ଆକବର୍ ମଞ୍ଚାସିନ ରହି ଥିଲେ।ବୈଠକରେ ୨୪ଟି ପଞ୍ଚାୟତ ର ସରପଞ୍ଚ,ସମିତି ସଭ୍ୟ,ଜିଲ୍ଲା ପରିଷଦ ଏବଂ ବ୍ଲକ୍ ର ସମସ୍ତ ସରକାରୀ ବେସରକାରୀ ଅଧିକାରୀ ତଥା କର୍ମଚାରୀ ଉପସ୍ଥିତ ରହି ନିଜ ନିଜ ର ମତାମତ ରଖିଥିଲେ।

ଏହି ସମୟରେ ବିଧାୟକ ଶ୍ରୀଯୁକ୍ତ ମହାନନ୍ଦ ସମସ୍ତ ସମସ୍ୟାକୁ ବିସ୍ତୃତ ଆଲୋଚନା କରିବା ସହ ଅଧିକାରୀ ମାନଙ୍କୁ ପ୍ରକୃତ କାମ ଓ ମିଳିମିଶି କାମ କରିବା, କିନ୍ତୁ ଅନ୍ୟାୟ କୁ ବରଦାସ୍ତ କରାଯିବ ନାହିଁ ବୋଲି ତାଗିଦ୍ କରିଥିଲେ।ହେଲେ ଦୀର୍ଘ ସମୟ ଧରି ଉପସ୍ଥିତ ରହିଥିବା ସରପଞ୍ଚ,ସମିତି ସଭ୍ୟ ମାନେ ନିଜ ନିଜ ଅଞ୍ଚଳର ବହୁ ବିଧ ସମସ୍ୟା ଗୁଡ଼ିକୁ ନେଇ ଅଧିକାରୀ ମାନଙ୍କ ସହ ଟଣା ଓଟରା ହୋଇ ଥିଲା।ଯାହାକି ବିଭାଗୀୟ ଅଧିକାରୀ ମାନେ ଉତ୍ତର ଦେଇ ନପାରି ଚୁପ୍ ରହି “ମତେ ଯେତେ ମାଠିବୁ ମାଠ ମୁଁ ସେଇ ଦରପୋଡା କାଠ” ଭଳି ବସି ଯାଇଥିଲେ।
ବୈଠକ ପୂର୍ବରୁ ବ୍ଲକ୍ କାର୍ଯ୍ୟାଳୟ ତୋରଣ ୨୦୧୧ ମସିହାରୁ ଭାଙ୍ଗି ପଡ଼ିଥିବା ବେଳେ ଆଜି ନୂତନ ଭାବେ ତୋରଣ ନିର୍ମାଣ ପାଇଁ ବିଧାୟକ ମହାନନ୍ଦ ଶିଳାନ୍ୟାସ କରିଥିଲେ।ବ୍ଲକ କୁ ପ୍ରବେଶ ସମୟ ରେ ପ୍ରବେଶ ଦ୍ଵାର ରେ ଦୀର୍ଘ ବର୍ଷ ରୁ ସୋର୍ଣା ଗ୍ରାମର ଗୌରାଙ୍ଗ କୁମ୍ଭାର ନାମକ ବ୍ୟକ୍ତି ଙ୍କ ଅବହେଳିତ ଏକ ଛଅବର୍ଷର ଶିଶୁ ଗଳା ରୋଗରେ ପୀଡିତ ହୋଇ ବିଧାୟକ ଙ୍କୁ ନେହୁରା ହୋଇ ଥିବାବେଳେ ଅତାବିରା ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଙ୍କୁ ଡକାଇ ଏହି ଅବହେଳା କଣ ପାଇଁ ବୋଲି ପଚାରିବା ସହ ତୁରନ୍ତ ଏହାର ବିହିତ ବ୍ୟବସ୍ଥା କରିବା ପାଇଁ କଡ଼ାକଡି ଭାବେ ନିର୍ଦ୍ଦେଶ ଦେଇଥିଲେ।

ଗୋଟିଏ ପରେ ଗୋଟିଏ ଅଧିକାରୀ ଙ୍କୁ ଡକାଇ ସମସ୍ୟା ତଥା ବିଭିନ୍ନ ଯୋଜନା ଉପରେ ଯାହା ହୋଇଛି ହହଇଛି,ହେଲେ ଏଣିକି ସରପଞ୍ଚ,ସମିତି ସଭ୍ୟ, ଜିଲ୍ଲା ପରିଷଦ ତଥା ପଞ୍ଚାୟତ ରେ ନିର୍ବାଚିତ ପ୍ରତିନିଧି ମାନଙ୍କ ସମ୍ପୂର୍ଣ୍ଣ ଅଧିକାର ରହିବ ବୋଲି ଶ୍ରୀଯୁକ୍ତ ମହାନନ୍ଦ ପ୍ରକାଶ କରିଥିଲେ।