ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଘୂର୍ଣ୍ଣିବଳୟ : ପାଣିପାଗ ବିଭାଗ

ବାସ୍ତବ ବ୍ୟୁରୋ: ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଘୂର୍ଣ୍ଣିବଳୟ। ନେଇପାରେ ଲଘୁଚାପର ରୂପ। ଯାହାର ପ୍ରଭାବରେ ପ୍ରବଳ ବର୍ଷାର ଆଶଙ୍କା ରହିଛି । ଆସନ୍ତା ୧୩ରୁ ୧୯ ତାରିଖ ଯାଏଁ ପ୍ରବଳ ବର୍ଷା ହୋଇପାରେ। ଏପରି କି କିଛି କିଛି ସ୍ଥାନରେ ଅତିପ୍ରବଳ ବର୍ଷା ବି ହୋଇପାରେ । 
ପାଣିପାଗ କେନ୍ଦ୍ର ଜୁଲାଇ ୧୩ ତାରିଖ ପାଇଁ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଠିଂ ଜାରି କରିଛି। ସେଗୁଡ଼ିକ ହେଲା ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଜପତି, ଗଞ୍ଜାମ, ମୟୂରଭଞ୍ଜ ଓ କେନ୍ଦୁଝର। ସେହିପରି ୧୪ ତାରିଖରେ ୧୨ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ସେଗୁଡ଼ିକ ହେଲା ମୟୁରଭଂଜ, କେଉଁଝର, ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସମ୍ୱଲପୁର, ଦେଓଗଡ, ଗଂଜାମ, ଗଜପତି, ରାୟଗଡା, କନ୍ଧମାଳ ଓ କଳାହାଣ୍ଡି । ୧୫ ତାରିଖରେ ମଧ୍ୟ ୩ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଚେତାବନୀ ଦେଇଛି ପାଣିପାଗ ବିଭାଗ। ସେଗୁଡ଼ିକ ହେଲା ରାୟଗଡା, ମାଲକାନଗିରି, କୋରାପୁଟ ।

ଜୁଲାଇ ୧୯ ଯାଏଁ ବର୍ଷା ସମ୍ଭାବନା କୁ ନେଇ ସୂଚନା ଦେଇଛି ପାଣିପାଗ ବିଭାଗ ।

ସେୟାର କରନ୍ତୁ

Next Post

ରୌପ୍ୟ ପଦକ ବିଜୟୀ ରୋନିତ୍‌ଙ୍କୁ ଜିଲ୍ଲାପାଳଙ୍କ ଶୁଭେଛା...

Sat Jul 13 , 2024
କେନ୍ଦ୍ରାପଡ଼ା(ଜୟନ୍ତ ଶତପଥୀ)୧୩/୦୭: ଜିଲ୍ଲାର ଉଦୀୟମାନ ପାୱାର ଲିଫ୍‌ଟିଙ୍ଗ୍ ତାରକା ରୋନିତ୍ ରୋସନ ସ୍ୱାଇଁଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି । ମଧ୍ୟପ୍ରଦେଶର ଉଜ୍ଜୟିନୀଠାରେ ସଦ୍ୟ ସମାପ୍ତ ଜାତୀୟ ପାୱାର୍ ଲିଫ୍‌ଟିଙ୍ଗ୍ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସେ ପୁରୁଷ ବିଭାଗର ୬୨କେଜି ବର୍ଗରେ ରୌପ୍ୟ ପଦକ ବିଜୟୀ ହୋଇଥିଲେ ।ଏହା ସହ ସ୍କ୍ୱାଟ୍‌ରେ ୧୭୦ କିଲୋଗ୍ରାମ୍ ଭାର ଉଠାଇ ସେ ନୂତନ […]

You May Like

Pin It on Pinterest