
ବ୍ରଜରାଜନଗର(ନି.ପ୍ର): ଓଡ଼ିଶା ପୋଲିସ୍ କୁ ଏକ ବଡ ସଫଳତା ମିଳିଛି। ବିଶ୍ଵସ୍ତ ସୂତ୍ରରୁ ପ୍ରକାଶ ଯେ,୧୪ତାରିଖ ସନ୍ଧ୍ୟା ସମୟରେ ଧଳା ସାର୍ଟ ପିନ୍ଧିଥିବ ଏବଂ ମାରଣାସ୍ତ୍ର ସହ ଜନୈକ ଅଜଣା ବ୍ୟକ୍ତି ଗଣ୍ଡଘୋରା ଅଞ୍ଚଳରେ ସନ୍ଦେହ ଜନକ ଅବସ୍ଥାରେ ବୁଲୁଥିବା ବ୍ରଜରାଜନଗର ପୋଲିସ୍ କୈାଣସି ଏକ ସୂତ୍ରରୁ ଖବର ପାଇ ସବ୍-ଇନସ୍ପେକ୍ଟର ଶ୍ରୀ ଏମ୍.ପାଣିଗ୍ରାହୀ ସଦଳବଳେ ସେଠାରେ ପହଞ୍ଚି ଉକ୍ତ ଯୁବକକୁ କାବୁ କରିବା ସହ ତାହା ନିକଟରୁ ଏକ ୭.୬ ଏମ୍.ଏମ୍ ଗୁଳିଭରା ଦେଶୀ ପିସ୍ତଲ୍ ଜବତ କରିବା ସହ ଗିରଫ କରିଛନ୍ତି।
ପୋଲିସ୍ ପକ୍ଷରୁ ପ୍ରାଥମିକ ପଚରାଉଚରା ପରେ ୨୩ ବର୍ଷୀୟ ବ୍ୟକ୍ତି ଙ୍କ ନାମ ନିର୍ମଲ କିଶାନ, ପିତା ଙ୍କ ନାମ: ଭୂଷଣ କିଶାନ ବୋଲି ଜଣାପଡିବା ସହ ଏହାଙ୍କ ଘର ଝାରସୁଗୁଡ଼ା ଜିଲ୍ଲାର ବେହେରା ମାଳ ର କିଷାନପଡା ବୋଲି ଜଣାପଡିଛି।ଏହି ଘଟଣା କୁ ଆଧାର କରି ବ୍ରଜରାଜନଗର ଥାନା ପକ୍ଷରୁ ଏହି ବ୍ୟକ୍ତି ଙ୍କ ବିରୁଦ୍ଧରେ ଭାରତୀୟ ନ୍ୟାୟ ସଂହିତା ଦଫା ୨୫(୧ଏ) ବେଆଇନ ଅସ୍ତ୍ରଶସ୍ତ୍ର ରଖୂବା ଅପରାଧରେ କେଶ୍ ନଂ ୧୯୪ ତା ୧୧/୦୭/୨୦୨୪ ରେ ମାମଲା ରୁଜ୍ଜୁ କରାଯାଇ ଗିରଫ କରାଯିବା ସହ କୋର୍ଟ ଚାଲାଣ କରାଯାଇଛି। ବ୍ରଜରାଜନଗର ପୋଲିସ୍ ପକ୍ଷରୁ ଅଧିକ ତଥ୍ୟ ଲାଗି ଛାନଭିନ୍ ଜାରି ରହିଛି।