ହଟସ୍ପଟ୍ ରେ ଯାଜପୁର;ଗୋଟିଏ ଦିନରେ ୧୭

ବାସ୍ତବ ବ୍ୟୁରୋ- ଯାଜପୁର ଏବେ ନୂଆ ହଟସ୍ପଟ୍ ପାଲଟିଛି । ଗୋଟିଏ ଦିନରେ ଯାଜପୁରରୁ ୧୭ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି । ଆଜି ପୁଣି ଯାଜପୁର ଜିଲ୍ଲାରୁ ୧୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪୨ ଛୁଇଁଲା । ଏଥିସହିତ ଯାଜପୁର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୬ରେ ପହଞ୍ଚିଛି । ଆଜି ସକାଳେ ଯାଜପୁର ଜିଲ୍ଲାରୁ ୩ ଜଣ ଆକ୍ରାନ୍ତ ଚିହ୍ନଟ ହେବା ଖବର ଆସିଥିଲା । ଏହାକୁ ମିଶାଇ ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୦୨ରେ ପହଁଚିଛି ।

ଏବେ ସୁଦ୍ଧା ରାଜ୍ୟରେ ୩୯ ଜଣ ସୁସ୍ଥ ହୋଇଛନ୍ତି।| ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩୧,୬୯୬ଟି ନମୁନା ପରୀକ୍ଷା ହୋଇଥିବା ବେଳେ ସେଥିମଧ୍ୟରୁ ୧୪୨ଟି ପଜିଟିଭ୍ ଚିହ୍ନଟ ହୋଇଛି। ଫଳରେ ଏଯାବତ୍ ଆଜି ଦିନରେ ସମୁଦାୟ ୧୭ ଜଣ କରୋନା ଆକ୍ରାନ୍ତ ଯାଜପୁର ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି।  ପୂର୍ବ ୩ ଜଣ ଜିଲ୍ଲାର ଦଶରଥପୁର ବ୍ଲକରୁ ଚିହ୍ନଟ ହୋଇଥିବା ବେଳେ ବର୍ତ୍ତମାନ ଯେଉଁ ୧୪ ଜଣଙ୍କ ସଂପର୍କରେ ସୂଚନା ଅଧିକ ସୂଚନା ମିଳିପାରି ନାହିଁ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

କୋଭିଡ୍-୧୯ର ମୁକାବି‌ଲା ପାଇଁ ଭାରତକୁ ୩ ନିୟୁତ ଡଲାର୍ ପ୍ରଦାନ କଲା ଆମେରିକା

Thu Apr 30 , 2020
ବାସ୍ତବ ବ୍ୟୁରୋ-କୋଭିଡ୍-୧୯ର ମୁକାବି‌ଲା ପାଇଁ ଭାରତକୁ ସାହାଯ୍ୟ କରିବା ନିମନ୍ତେ ‘ପାର୍ଟନର୍‌ସିପ୍ସ୍ ଫର୍ ଆଫୋର୍ଡାବ୍ଲ୍‌ ହେଲ୍‌ଥ୍‌କେୟାର୍ ଆକ୍‌ସେସ୍ ଆଣ୍ଡ୍ ଲଙ୍ଗଜିଭିଟି’କୁ (ପିଏଏଚ୍‌ଏଲ୍) ୩ ନିୟୁତ ଡଲାର୍ ପ୍ରଦାନ କରିବ ବୋଲି ଗୁରୁବାର ଦିନ ଯୁକ୍ତରାଷ୍ଟ୍ର ଆମେରିକା ଘୋଷଣା କରିଛି । ଏ ପର୍ଯ୍ୟନ୍ତ ‘ୟୁଏସ୍ ଏଜେନ୍‌ସି ଫର୍ ଇଣ୍ଟର୍‌ନ୍ୟାସ୍‌ନାଲ୍ ଡେଭେଲପ୍‌ମେଣ୍ଟ୍’ (ୟୁଏସ୍ଏଡ୍) ୫. ୯ ନିୟୁତ ଡଲାର୍ ପ୍ରଦାନ କରିସାରିଛି। ‘ୟୁଏସ୍ଏଡ୍’ ଜରିଆରେ ୩ ମିଲିୟନ୍ ଡଲାର୍ ପ୍ରଦାନ କରିବ […]

You May Like

Pin It on Pinterest