କୋଭିଡ୍-୧୯ର ମୁକାବି‌ଲା ପାଇଁ ଭାରତକୁ ୩ ନିୟୁତ ଡଲାର୍ ପ୍ରଦାନ କଲା ଆମେରିକା

ବାସ୍ତବ ବ୍ୟୁରୋ-କୋଭିଡ୍-୧୯ର ମୁକାବି‌ଲା ପାଇଁ ଭାରତକୁ ସାହାଯ୍ୟ କରିବା ନିମନ୍ତେ ‘ପାର୍ଟନର୍‌ସିପ୍ସ୍ ଫର୍ ଆଫୋର୍ଡାବ୍ଲ୍‌ ହେଲ୍‌ଥ୍‌କେୟାର୍ ଆକ୍‌ସେସ୍ ଆଣ୍ଡ୍ ଲଙ୍ଗଜିଭିଟି’କୁ (ପିଏଏଚ୍‌ଏଲ୍) ୩ ନିୟୁତ ଡଲାର୍ ପ୍ରଦାନ କରିବ ବୋଲି ଗୁରୁବାର ଦିନ ଯୁକ୍ତରାଷ୍ଟ୍ର ଆମେରିକା ଘୋଷଣା କରିଛି । ଏ ପର୍ଯ୍ୟନ୍ତ ‘ୟୁଏସ୍ ଏଜେନ୍‌ସି ଫର୍ ଇଣ୍ଟର୍‌ନ୍ୟାସ୍‌ନାଲ୍ ଡେଭେଲପ୍‌ମେଣ୍ଟ୍’ (ୟୁଏସ୍ଏଡ୍) ୫. ୯ ନିୟୁତ ଡଲାର୍ ପ୍ରଦାନ କରିସାରିଛି। ‘ୟୁଏସ୍ଏଡ୍’ ଜରିଆରେ ୩ ମିଲିୟନ୍ ଡଲାର୍ ପ୍ରଦାନ କରିବ ବୋଲି ଏପ୍ରିଲ୍ ୧୬ ତାରିଖ ଦିନ ଯୁକ୍ତରାଷ୍ଟ୍ର ଆମେରିକା ପ୍ରଶାସନ ଘୋଷଣା କରିଥିଲା।

ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରଦୂତ କେନିଥ୍ ଜଷ୍ଟର୍ କହିଛନ୍ତି, “କୋଭିଡ୍ -୧୯ ବିପକ୍ଷରେ ସଂଗ୍ରାମ କରିବାକୁ ଭାରତ ଚଳାଇଥିବା ଉଦ୍ୟମରେ ଏହି ଅତିରିକ୍ତ ଆର୍ଥିକ ସହାୟତା ହେଉଛି ଦୁଇ ଦେଶ ମଧ୍ୟରେ ଦୃଢ଼ ଓ ଦୀର୍ଘସ୍ଥାୟୀ ସହଭାଗିତାର ଆଉ ଏକ ଉଦାହରଣ।ସେ ଆହୁରି କହିଛନ୍ତି ଯେ ସଂକ୍ରାମକ ରୋଗ ଯେକୌଣସି ସ୍ଥାନରେ ବିପଜ୍ଜନକ ହେଉଥିବାରୁ ଏବଂ ଯେକୌଣସି ସ୍ଥାନ ପାଇଁ ବିପଜ୍ଜନକ ହେଉଥିବା କାରଣରୁ କୋଭିଡ୍-୧୯ ସଂଗ୍ରାମରେ ଜାଗତିକ ଉଦ୍ୟମକୁ ଦାନ ଦେବାକୁ ଯୁକ୍ତରାଷ୍ଟ୍ର ଆମେରିକା ଅନ୍ୟାନ୍ୟ ଦାତାମାନଙ୍କୁ ଆହ୍ବାନ ଦେଇଛି।”

ତେବେ ଭାରତ ପୂର୍ବରୁ ଆମେରିକାକୁ ହାଇଡ୍ରୋକ୍ଲୋରୋକୁଇନ ଔଷଧ ପଠାଇ ସହାୟତାର ହାତ ବଢ଼ାଇଥିଲା । ଏବେ ଆମେରିକା ମଧ୍ୟ ଭାରତକୁ ଏହାର ଋଣ ସୁଝିବାକୁ ସହାୟତା ଦେଇଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆସନ୍ତା ୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀ ସମ୍ଭାବନା

Thu Apr 30 , 2020
ବାସ୍ତବ ବ୍ୟୁରୋ: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅନୂନ୍ୟ ୧୦ଟି ଜିଲ୍ଲାରେ କାଳବୈଶାଖୀ ଜନିତ ଘୂର୍ଣ୍ଣିଝଡ଼ ସହ କୁଆପଥର ବର୍ଷା ହେବାର ସମ୍ଭବନା ରହିଥିବା କହିଛି ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟ। ଏହାସହ ଆସନ୍ତା ୨୪ ଘଣ୍ଟା ପାଇଁ ରାଜ୍ୟର ୮ଟି ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।ଆଜି ଅପରାହ୍ଣରେ ଜାରି ଏକ ସତର୍କ ସୂଚନାରେ କୁହାଯାଇଛି ଯେ ଆସନ୍ତା ୨୪ […]

You May Like

Pin It on Pinterest