ଅତାବିରାରୁ ନିଖୋଜ ଯୁବକର ଝୁଲନ୍ତା ଶବ ବୁର୍ଲା ରେ ମିଳିଲା

ବରଗଡ:-୧୫.୭(ନବୀନ କୁମାର ଦାଶ):ବରଗଡ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ଲରାସରା ଗ୍ରାମର ଜୋନ-୨ ଜିଲ୍ଲା ପରିଷଦ ସଭ୍ୟ ରଞ୍ଜିତ ସାହୁ ଙ୍କ ବଡ ପୁଅ ତମ୍ରେଶ କୁମାର ସାହୁ (ଟୁକୁ/୪୨) ଗତ ଜୁଲାଇ ୧୧ ତାରିଖ ଦିନ ନିଜ ପୁଅକୁ ସ୍କୁଲ୍ ଛାଡ଼ି ଫେରିବା ବାଟରେ ଆଉ ଫେରି ନଥିଲେ।

ସନ୍ଧ୍ୟା ପର୍ଯ୍ୟନ୍ତ ପରିବାର ଲୋକେ ଅପେକ୍ଷା ରେ ରହି ଫୋନ୍ ଯୋଗେ ଯୋଗା ଯୋଗ କରିଥିଲେ ହେଁ ରାତ୍ର ୧୦ ଟା ୩୦ ପରେ ଫୋନ୍ ମଧ୍ୟ ସମ୍ପୂର୍ଣ ବନ୍ଦ ହୋଇ ଯାଇଥିଲା।ଏନେଇ ରାତ୍ରି ୧୧ଟାରେ ଭାଇ ନମ୍ରେସ ସାହୁ ଅତାବିରା ଥାନାରେ ବଡ ଭାଇ ନିଖୋଜ ଥିବା ଲିଖିତ ଅଭିଯୋଗ କରି ପୋଲିସ ସହ ଚାରିଆଡ଼େ ଖୋଜାଖୋଜି ଆରମ୍ଭ କରି କୌଣସି ଖୋଜ ଖବର ମିଳି ନଥିଲା।ଯାହା ଗତକାଲି ବୁର୍ଲା ପୋଲିସ କୌଣସି ସୂତ୍ରରୁ ଖବର ପାଇ ନିକଟରେ ଥିବା ଚାନ୍ଦିଲୀ ପାହାଡ ତଳେ ଏକ ଗଛରେ ଝୁଲନ୍ତା ଶବ ସହ ଗାଡ଼ି କୁ ଠାବ କରି ତଦନ୍ତ ପରେ ଅତାବିରା ପୋଲିସ କୁ ଖବର ଦେଇଥିଲା।

ଏହି ଖବର ପାଇବା ମାତ୍ରେ ଘଟଣାସ୍ଥଳକୁ ଗୋଡଭଗା ଓ ଅତାବିରା ପୋଲିସ ଘଟଣା ସ୍ଥଳକୁ ପହଞ୍ଚି ପ୍ରାରମ୍ଭିକ ତଦନ୍ତ ଆରମ୍ଭ କରି ବୁର୍ଲା ଓ ଅତାବିରା ପୋଲିସ କର୍ମଚାରୀ ରାତି ରେ ଜଗି ରହିଥିଲେ।ଯାହା ଆଜି ସକାଳେ ସମ୍ବଲପୁର ସାଇଣ୍ଟ ଫିକ ଦଳ ବୁର୍ଲା ଥାନା ଗୋଡଭଗା ଅତାବିରା ଥାନା ଉପସ୍ଥିତି ରେ ଝୁଲନ୍ତା ଶବ କୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ବୁର୍ଲା ବଡ ଡାକ୍ତର ଖାନା ପଠେଇ ଦେଇ ରିପୋର୍ଟ ପରେ ହତ୍ୟା ନା ଆତ୍ମହତ୍ୟା ତାହା ଜଣା ପଡ଼ିବ ବୋଲି ପୋଲିସ ସୂତ୍ରରୁ ଜଣା ପଡ଼ିଛି।

ସେୟାର କରନ୍ତୁ

Next Post

ସିଲ୍ ହେଲା ଗାୟତ୍ରୀ ଡିଜିଟାଲ୍ ଏକ୍ସରେ ଆଣ୍ଡ ଲାବ୍ରୋଟୋରୀ....

Thu Jul 18 , 2024
କେନ୍ଦ୍ରାପଡ଼ା୧୮/୦୭: ପଟ୍ଟାମୁଣ୍ଡାଇ କେନାଲରୋଡ଼ସ୍ଥିତ ଏବି କମ୍ଲେକ୍ସରେ ଚାଲୁଥିବା ଗାୟତ୍ରୀ ଡିଜିଟାଲ୍ ଏକ୍ସରେ ଆଣ୍ଡ ଲାବ୍ରୋଟୋରୀକୁ ଆଜି ସିଲ୍ କରିଛି ପ୍ରଶାସନ । ଉପଯୁକ୍ତ ଅଧିକାରୀଙ୍କଠାରୁ ବୈଧ ଅନୁମତିପତ୍ର ବା ଲାଇସେନ୍ସ ନ ନେଇ ମନଇଛା ଲାବ୍ରୋଟୋରୀରେ ପରୀକ୍ଷା ଚଳାଉଥିବାରୁ ଏକ୍‌ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ ଓ ପୋଲିସ୍ ପ୍ରଶାସନର ଉପସ୍ଥିତିରେ ଆଜି ଦିନ ୧ଟାଠାରୁ ଏହାକୁ ପ୍ରଶାସନ ସିଲ୍ କରିଛି । ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ମୟୂର ବିକାଶ ନିର୍ଦ୍ଦେଶକ୍ରମେ ଆଜି ପଟ୍ଟାମୁଣ୍ଡାଇ […]

You May Like

Pin It on Pinterest