ପଦ୍ମଶ୍ରୀ କମଳା ପୂଜାରୀଙ୍କ ଦେହାନ୍ତ,ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୋକବ୍ୟକ୍ତ

କଟକ(ସଂଜୟଶତପଥୀ): ବିଭିନ୍ନ କିସମର ଧାନ ଓ ଅନ୍ୟାନ୍ୟ ଶସ୍ୟ ସଂରକ୍ଷଣ ସହ ଜୈବିକ କୃଷିକୁ ପ୍ରୋତ୍ସାହନ ଦେବା କ୍ଷେତ୍ରରେ ଏକ ନିଆରା ପରିଚୟ ସୃଷ୍ଟି କରିଥିବା କୋରାପୁଟ ଜିଲ୍ଲାର ଅଗ୍ରଣୀ କୃଷିବିତ୍ ପଦ୍ମଶ୍ରୀ କମଳା ପୂଜାରୀଙ୍କ ଶନିବାର ଭୋର୍‌ରେ ପରଲୋକ ହୋଇଯାଇଛି।ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ହୋଇଥିଲା ।

ଅସୁସ୍ଥତା ଯୋଗୁଁ ଗତ ଗୁରୁବା ତାଙ୍କୁ ଏସ୍‌ସିବିକୁ ସ୍ଥାନାନ୍ତର କରାଯାଇଥିଲା। ପୂର୍ବରୁ ତାଙ୍କର କିଡନୀ ଜନିତ ସମସ୍ୟା ରହିଥିବାବେଳେ,ଏବେ ଜ୍ଵର ତଥା ପାଟିରେ ସଂକ୍ରମଣ ଥିବା ପରିଲକ୍ଷିତ ହୋଇଥିଲା । ସେ ମେଡିକାଲରେ ଭର୍ତ୍ତି ହେବାର ୨ ଦିନ ପୂର୍ବରୁ ଖାଦ୍ୟ ଖାଇ ପାରୁନଥିଲେ। ଏହାସହ ଦାନ୍ତବଥା ସହ ରକ୍ତହୀନତା ଲକ୍ଷଣ ଓ କ୍ରିଏଟ୍‌ନିନ୍ ବଢ଼ିଥିବା ମଧ୍ୟ ଦେଖାଦେଇଥିଲା। ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କର ଚିକି ଚିକିତ୍ସା କରୁଥିଲେ।

ହେଲେ ଶନିବାର ଭୋର୍ ପ୍ରାୟ ୫ଟା ୫ଟା ୪୫ରେ ହୃଦ୍‌ଘାତରେ ତାଙ୍କର ପରଲୋକ ହୋଇଯାଇଥିବା ମେଡିକାଲର ପ୍ରଶାସନିକ ଅଧୂକାରୀ ଅବିନାଶ ରାଉତ ସୂଚନା ଦେଇଛନ୍ତି। କମଳା ପୂଜାରୀଙ୍କ ପର ପରଲୋକରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ପଟ୍ଟନାୟକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଶୋକବ୍ୟକ୍ତ କରିଛନ୍ତି। ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ । ମହାଲିଙ୍ଗ ଏସ୍‌ସିବିରେ ପହଞ୍ଚି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଅପରପକ୍ଷେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସ୍ବର୍ଗତ ପୂଜାରୀଙ୍କ ଅନ୍ତିମ ସଂସ୍କାର କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି।

କଟକ ଜିଲ୍ଲା ପ୍ରଶାସନର ସହାୟତାରେ ଏସ୍‌ସିବି ମେଡିକାଲ ପକ୍ଷରୁ ସ୍ବତନ୍ତ୍ର ଆମ୍ବୁଲାନ୍ସ ଯୋଗେ ମରଶରୀରକୁ କୋରାପୁଟ ପଠାଯାଇଛି। ସେହିପରି କଟକ ମେୟର ସୁବାସ ସିଂହ, ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ବାଳ, ସଂସ୍କୃତି ନିର୍ଦ୍ଦେଶକ ଦିଲୀପ ରାଉତରାୟ, ଏଡିସିପି ଅନୀଲ କୁମାର ମିଶ୍ର, ଏସ୍‌ସିବି ମେଡିକାଲ କଲେଜର ଅଧୀକ୍ଷକ ଡକ୍ଟର ସୁଧାଂଶୁ ଶେଖର ମିଶ୍ର, ଏସସିବି ମେଡିକାଲ କଲେଜର ଅଧ୍ୟକ୍ଷ ଡାକ୍ତର ପ୍ରସନଜିତ୍ ମହାନ୍ତି, ଏସସିବି ମେଡିକାଲ କଲେଜର କୁଳସଚିବ ଡ. ଅବିନାଶ ରାଉତ, ଆନାଟୋମି ବିଭାଗ ମୁଖ୍ୟ ଡାକ୍ତର ରାଜଶ୍ରୀ ବିଶ୍ବାଳ, କଟକ ସଦର ତହସିଲଦାଲ ସୁଜୟ ପତି, ଜିଲ୍ଲା ସଂସ୍କୃତି ଅଧୂକାରୀ ନଳିନୀକାନ୍ତ । ସାହୁ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ | ବାରବାଟୀ-କଟକ ବିଧାୟିକା ସୋଫିଆ ଫିରଦୋସ୍ ଓ କଂଗ୍ରେସ ବରିଷ୍ଠ ନେତା ଇଂ. ମହମ୍ମଦ ମୋକିମ ପଦ୍ମଶ୍ରୀ ପୂଜାରୀଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି। ମେଡିସିନ ବିଭାଗ ପ୍ରଫେସର ଡାକ୍ତର ଜୟନ୍ତ ପଣ୍ଡାଙ୍କ ନେତୃତ୍ବରେ ଏକ ଚାରି ଜଣିଆ ଡାକ୍ତରୀ ଟିମ୍ କମଳା ପୂଜାରୀଙ୍କ ଚିକିତ୍ସା କରୁଥିଲେ।

ସେୟାର କରନ୍ତୁ

Next Post

ପ୍ରଥମ ଦିନରୁ ଝଡ ରାଜ୍ୟପାଳ ଙ୍କ ଅଭିଭାଷଣକୁ କଂଗ୍ରେସ ବିଜେଡିର ବିରୋଧ...

Mon Jul 22 , 2024
ଭୁବନେଶ୍ୱର(ନ.ପ୍ର)୨୨/୦୭: ଆଜିଠାରୁ ଆରମ୍ଭ ହେଲା ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ବରେ ନବଗଠିତ ବିଜେପି ସରକାର ସହ ବିରୋଧି ଦଳ ଭାବେ ପ୍ରମୁଖ ଭୂମିକା ଗ୍ରହଣ କରିଛି ବିଜେଡ଼ି। ରାଜ୍ୟରେ ବିଜେପି କ୍ଷମତାକୁ ଆସିବା ପରେ ଏହା ହେଉଛି ପ୍ରଥମ ଅଧିବେଶନ। ଅନ୍ୟପଟେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଉପରେ ରହିଛି ସମସ୍ତଙ୍କ ନଜର। ନବୀନ ପଟ୍ଟନାୟକ ପ୍ରଥମ ଥର ପାଇଁ ଗୃହରେ […]

You May Like

Pin It on Pinterest