
ଭୁବନେଶ୍ୱର(ନ.ପ୍ର)୨୨/୦୭: ଆଜିଠାରୁ ଆରମ୍ଭ ହେଲା ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ବରେ ନବଗଠିତ ବିଜେପି ସରକାର ସହ ବିରୋଧି ଦଳ ଭାବେ ପ୍ରମୁଖ ଭୂମିକା ଗ୍ରହଣ କରିଛି ବିଜେଡ଼ି।
ରାଜ୍ୟରେ ବିଜେପି କ୍ଷମତାକୁ ଆସିବା ପରେ ଏହା ହେଉଛି ପ୍ରଥମ ଅଧିବେଶନ। ଅନ୍ୟପଟେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଉପରେ ରହିଛି ସମସ୍ତଙ୍କ ନଜର। ନବୀନ ପଟ୍ଟନାୟକ ପ୍ରଥମ ଥର ପାଇଁ ଗୃହରେ ବିରୋଧୀ ଦଳ ନେତା ଭାବରେ ଦାୟିତ୍ୱ ତୁଲାଇଛନ୍ତି।ହେଲେ ପ୍ରଥମରୁ ରାଜ୍ୟପାଳଙ୍କ ପୁଅ ଘଟଣାକୁ ନେଇ କକ୍ଷ ତ୍ୟାଗ କଲେ ବିଜେଡି ଓ କଂଗ୍ରେସ।