ଅନାସ୍ଥାରେ ହାରିଲେ ଫୁଲବାଣୀ ବିଜେପି ପୌରାଧ୍ୟକ୍ଷା ସ୍ମିତାରାଣୀ ମହାନ୍ତି…

ଫୁଲବାଣୀ(ନିପ୍ର): ଫୁଲବାଣୀ ବିଜେପି ପୌରାଧ୍ୟକ୍ଷା ସ୍ମିତାରାଣୀ ମହାନ୍ତି ଅନାସ୍ଥାରେ ହାରିଲେ। ଅନାସ୍ଥା ସପକ୍ଷରେ ୧୧ଜଣ କାଉନସିଲର ଭୋଟ୍ ଦେଇଛନ୍ତି। ସେ ମଧ୍ୟରେ ୭ଜଣ ବିଜେଡି, ୨ ଜଣ ବିଜେପି ଓ ୨ ସ୍ବାଧୀନ କାଉନସିଲର ଅଛନ୍ତି । ଜଣଙ୍କ ଭୋଟ୍ ନାକଚ ହୋଇଥିବା ବେଳେ ୧୦ଟି ଭୋଟ୍ କାୟମ ରହିଛି।

ଗତ ଏପ୍ରିଲ ମାସରେ ପୌର ପରିଷଦର ୧୧ ଜଣ କାଉନସିଲର ଅନାସ୍ଥା ଆଗତ କରିଥିଲେ। ଜିଲ୍ଲାପାଳ ପ୍ରସ୍ତାବ ଗ୍ରହଣ କରି ଏପ୍ରିଲ ୧୫ରେ ଆଲୋଚନା ପାଇଁ ନୋଟିସ୍ କରିଥିଲେ। ଏନେଇ ହାଇକୋର୍ଟ ଯାଇଥିଲେ ପୌରାଧ୍ୟକ୍ଷା ସ୍ମିତାରାଣୀ ମହାନ୍ତି। ହାଇକୋର୍ଟ ମାମଲାର ବିଚାର କରି ସାନି ବୈଠକ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ ।ଆଜି ଫୁଲବାଣୀ ଉପ-ଜିଲ୍ଲାପାଳ ଅନାସ୍ଥା ଭୋଟର ପରିଚାଳନା କରିଥିଲେ।

ସେୟାର କରନ୍ତୁ

Next Post

ସ୍କୁଲ ପୋଷାକ ଯୋଗାଉ ଥିବା ଅସାଧୁ ବ୍ୟବସାୟୀଙ୍କ ପ୍ରତି ହେବ କଡା କାର୍ଯ୍ୟାନୁଷ୍ଠାନ....

Wed Jul 24 , 2024
ଚିନ୍ତାମଣୀ ନାଏକ(ନର୍ଲା): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ରେ ୧୯୩ ଗୋଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଥିବା ବେଳେ ୨୯ ଗୋଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅବସ୍ଥିତ । ମୋଟ ୨୨୨ ଗୋଟି ବିଦ୍ୟାଳୟ ର ପ୍ରଥମ ରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ଙ୍କ ପାଇଁ ରାଜ୍ୟ ସରକାର ପ୍ରତି ଛାତ୍ର ପିଛା ପୋଷାକ ଓ ଜୋତା ବାବଦ କୁ ଏକ ହଜାର ଟଙ୍କା ଲେଖାଏଁ ଯୋଗାଈ […]

You May Like

Breaking News

Pin It on Pinterest