
ଫୁଲବାଣୀ(ନିପ୍ର): ଫୁଲବାଣୀ ବିଜେପି ପୌରାଧ୍ୟକ୍ଷା ସ୍ମିତାରାଣୀ ମହାନ୍ତି ଅନାସ୍ଥାରେ ହାରିଲେ। ଅନାସ୍ଥା ସପକ୍ଷରେ ୧୧ଜଣ କାଉନସିଲର ଭୋଟ୍ ଦେଇଛନ୍ତି। ସେ ମଧ୍ୟରେ ୭ଜଣ ବିଜେଡି, ୨ ଜଣ ବିଜେପି ଓ ୨ ସ୍ବାଧୀନ କାଉନସିଲର ଅଛନ୍ତି । ଜଣଙ୍କ ଭୋଟ୍ ନାକଚ ହୋଇଥିବା ବେଳେ ୧୦ଟି ଭୋଟ୍ କାୟମ ରହିଛି।
ଗତ ଏପ୍ରିଲ ମାସରେ ପୌର ପରିଷଦର ୧୧ ଜଣ କାଉନସିଲର ଅନାସ୍ଥା ଆଗତ କରିଥିଲେ। ଜିଲ୍ଲାପାଳ ପ୍ରସ୍ତାବ ଗ୍ରହଣ କରି ଏପ୍ରିଲ ୧୫ରେ ଆଲୋଚନା ପାଇଁ ନୋଟିସ୍ କରିଥିଲେ। ଏନେଇ ହାଇକୋର୍ଟ ଯାଇଥିଲେ ପୌରାଧ୍ୟକ୍ଷା ସ୍ମିତାରାଣୀ ମହାନ୍ତି। ହାଇକୋର୍ଟ ମାମଲାର ବିଚାର କରି ସାନି ବୈଠକ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ ।ଆଜି ଫୁଲବାଣୀ ଉପ-ଜିଲ୍ଲାପାଳ ଅନାସ୍ଥା ଭୋଟର ପରିଚାଳନା କରିଥିଲେ।



