୩୨ ଟଙ୍କାରୁ ଅଧିକ ଦରରେ ଆଳୁ ବିକିଲେ ବ୍ୟବୟାସୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ-ମନ୍ତ୍ରୀ….

ଭୁବନେଶ୍ୱର(ନି.ପ୍ର): ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର,ଆଳୁ ଗୋଦାମରେ ସ୍ଥିତି ପରଖି କହିଲେ, ୩୨ ଟଙ୍କାରୁ ଅଧିକ ଟଙ୍କାରେ ଆଳୁ ବିକିଲେ ବ୍ୟବୟାସୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ ।

ଆଳୁ ସମସ୍ୟା କୁ ନେଇ ବୈଠକ ବସିବା ପୂର୍ବରୁ, ଆଳୁ ଗୋଦାମରେ ପହଞ୍ଚି ସ୍ଥିତି ପରଖିଥିଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଯୋଗାଣ ବିଭାଗ ପକ୍ଷରୁ ବିଭିନ୍ନ ବଜାର ଓ ଗୋଦାମରେ ଚଢାଉ କରାଯାଉଛି। ମନ୍ତ୍ରୀ କହିଛନ୍ତି ରାଜ୍ୟରେ ଆଗାମୀ ୭ ଦିନ ଯାଏ ମହଜୁଦ ରହିଛି ଆଳୁ।

ତେଣୁ ଅସାଧୁ ବ୍ୟବସାୟୀ ଚଢ଼ା ଦରରେ ଆଳୁ ବିକ୍ରି କଲେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ୩୨ ଟଙ୍କାରୁ ଅଧିକ ଦରରେ ବିକିଲେ କାର୍ଯ୍ୟାନୁଷ୍ଠାନ ହେବ। ପଶ୍ଚିମବଙ୍ଗରୁ ଆଳୁ ଆଣିବାକୁ ଚେଷ୍ଟା ଚଳାଇଛନ୍ତି ସରକାର। ପଶ୍ଚିମବଙ୍ଗରୁ ଆଳୁ ଆସି ନପାରିଲେ ଉତ୍ତରପ୍ରଦେଶରୁ ଆମଦାନୀ ପାଇଁ ଯୋଗାଯୋଗ କରାଯାଉଛି ।

ସେୟାର କରନ୍ତୁ

Next Post

ସୁଭଦ୍ରା ଯୋଜନା ପାଇଁ କୌଣସି ଫର୍ମ ବାହାରିନାହିଁ

Sat Jul 27 , 2024
ଭୁବନେଶ୍ୱର(ନି.ପ୍ର): ସୁଭଦ୍ରା ଯୋଜନା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି କି,ସୁଭଦ୍ରା ଯୋଜନା SOP ଚାଲିଛି ।ଏ ନେଇ ସରକାର କୌଣସି ବିଜ୍ଞପ୍ତି ପ୍ରକାଶ କରି ନାହାନ୍ତି ।କୌଣସି ଫର୍ମ ବାହାରି ନାହିଁ,ଏସ୍‌ଓପି ପ୍ରସ୍ତୁତି ଚାଲିଛି । ଅଗଷ୍ଟ ୧୫ ତାରିଖ ସୁଦ୍ଧା ବୁଦ୍ଧିଜୀବୀଙ୍କ ମତାମତ ନେବୁବୁଦ୍ଧିଜୀବୀଙ୍କ ମତାମତ ପରେ ଏସ୍‌ଓପି ପ୍ରସ୍ତୁତ କରାଯିବସରକାର ସମସ୍ତଙ୍କ ଅବଗତି ନିମନ୍ତେ ପ୍ରଚାର ପ୍ରସାର କରିବେ […]

You May Like

Pin It on Pinterest