
ସଂଜୟ ଶତପଥୀ(କଟକ): ପୂର୍ବତନ ରାଷ୍ଟ୍ରପତି ଭାରତ ରତ୍ନ ଡ଼ଃ ଏ ପି ଜେ କଲାମଙ୍କ ଆଜି ଜୁଲାଇ ୨୭ ତାରିଖରେ ପୁଣ୍ୟତିଥି ଭାଜପା କଟକ ନଗର ଶାଖା ଜିଲ୍ଲା ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ମହମ୍ମଦ ସବିରଙ୍କ ନେତୃତ୍ୱରେ ବିଜୁ ପଟ୍ଟନାୟକ ଛକ ସ୍ଥିତ କାର୍ଯ୍ୟାଳୟ ରେ ପାଳନ କରାଯାଇଥିଲା। ଏଥିରେ କଟକ ନଗର ସଭାପତି ଲଲାଟେନ୍ଦୁ ବଡୁ ଓ ରାଜ୍ୟ ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ସିକନ୍ଦର ଅଲ୍ଲୀ ଯୋଗଦେଇ ଡ଼ଃ କଲାମ ଙ୍କ ଜୀବନୀ କିପରି ଅତ୍ୟନ୍ତ ଅତି ମାନବୀୟ ଗୁଣ ଧାରୀ ତଥା ଆମ ମୁସଲିମ ସମାଜର ଜଣେ ଶ୍ରେଷ୍ଠ ଆଦର୍ଶ ପୁରୁଷ ଓ ପ୍ରେରଣା ଦାୟୀ, ସେ ସମ୍ପର୍କରେ ବିସ୍ତୃତ ଭାବେ କହିଥିଲେ।
ବନ୍ଦେ ମାତରମ ଗାନ ପରେ ଉପସ୍ଥିତ ସମସ୍ତ କାର୍ଯ୍ୟକର୍ତ୍ତା ଡ଼ଃ କଲାମଙ୍କ ଫୋଟୋ ଚିତ୍ରରେ ପୁଷ୍ପ ଅର୍ଘ୍ୟ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ବିଶ୍ୱରଂଜନ ମିଶ୍ର,ସୟଦ ଗୁଲଜାର ଅଲି,ସହିଦ ଖାନ,ସୟଦ ଆଫସର ଅଲି,ଶେଖ ସଇଦ,ମୀର ସାଦତ ଅଲି,ଶେଖ୍ ବନ୍ନା,ସେକ ରୋହିତ,ମହମ୍ମଦ ହନିଫ,ଶେଖ ରହମାନ,ଅବଦୁଲ ବନ୍ନା,ଅବଦୁଲ ସାହିଦ ,ଅବଦୁଲ ୱାହିଦ୍ସେଥ୍ ବାଡା,ଶେଖ ଆୟୁବ, ନିରଞ୍ଜନ ବେହେରା, ସୁବାଷ ମହାନ୍ତି, ହରିଚନ୍ଦନ ନାୟକ, ଦେବାଶିଷ ଦାଶ,ଅଂଶୁମାନ ମିଶ୍ର, ରାଜେନ୍ଦ୍ର ନାୟକ, ଶଙ୍କର ଚୌଧୁରୀ, ରାକେଶ ଦଳେଇ, ରାଜେଶ ସିଂ, ଦାସରଥୀ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।ଜିଲ୍ଲା ସାଧାରଣ ସମ୍ପାଦକ ମହମ୍ମଦ ମୁସ୍ତାକିମଧନ୍ୟବାଦ ଦେଇଥିଲେ।