ସାମ୍ବାଦିକଙ୍କ ବାଇକ କୁ ଧକ୍କା ଦେଇ ଲକ୍ଷ୍ମୀ ବସ୍ ଫେରାର….

ଚିନ୍ତାମଣୀ ନାଏକ(ନର୍ଲା): ଶନିବାର ଦିବା ପ୍ରାୟ୧୦.୫୫ରୁ ୧୧ଟା ମଧ୍ୟରେ ଆମ ଓଡ଼ିଶା ସମସ୍ୟାର ନର୍ଲା ପ୍ରତିନିଧି ବାବୁଲାଲ ବାଗ କୌଣସି ଏକ ଜରୁରୀ କାମ ପାଇଁ ତାଙ୍କ ସହଯୋଗୀ ତପନ କୁମାର୍ ସାହୁ ଙ୍କ ସହ ରୂପ୍ରା ରୋଡ ସ୍ଥିତ କାନାଡା ବ୍ୟାଙ୍କ୍ ଏଟିଏମ୍ ପାର୍ଶ୍ଵରେ ନିଜ ଗାଡ଼ି OD 08 U 6263 କୁ ରଖି ATM ରୁ ଟଙ୍କା ଉଠାଉଥିବା ସମୟରେ ନର୍ଲା ରୁ ରୁପ୍ରାରୋଡ ଦେଇ ପଲମ୍ଅଭିମୁଖେ ଯାଉଥିବା ଲକ୍ଷ୍ମୀବସ ନଂ OD 08 V 3321 ଉକ୍ତ ସାମ୍ବାଦିକ ଙ୍କ ବାଇକ୍ କୁ ଧକ୍କା ଦେଇ ଚମ୍ପଟ ମାରିଥିବା ଜଣାପଡ଼ିଛି।

କାହାର କିଛି କ୍ଷତି ହୋଇ ନଥିଲେ ମଧ୍ୟ ବାଇକର ଡେକି ଓ ଲେଗ ଗାର୍ଡ ଏବଂ ଆଗ ଚକର ମର୍ ଗାର୍ଡ ସହ ହେଣ୍ଡିଲ କ୍ଷତି ଗ୍ରସ୍ତ ହୋଇଛି । ଗାଡିକୁ ଅଟକାଇବା ପରେ କିଛି ଦୂର ଗଲା ପରେ ଅଟକିଥିଲା ଗାଡି। ଅଟକିଲା ପରେ ତାଙ୍କର ସହଯୋଗୀ କାହିଁକି ଧକ୍କା ଦେଳେ ବୋଲି ପଚାରିବାରୁ ? କଣ୍ଡକ୍ଟର କିଛି ହୋଇ ନାହିଁ ବୋଲି କହି ବେଖାତିରି ଭାବରେ କିଛି ନକହି ଚାଲିଗଲେ ତାହା କେତେ ଦୂର ଯୁକ୍ତି ଯୁକ୍ତ? କାନାଡା ବ୍ୟାଙ୍କର ସିସିଟିଭି ଫୁର୍ଟେଜ ପ୍ରମାଣିତ ଅଛି।

ତେଣୁ ଏହାର ଯାଞ୍ଚ କରି ଉକ୍ତ ଗାଡ଼ିର ମରାମତି କରିବା ସହ ଏଭିଲି ବେପରୁଆ ଚାଳକଙ୍କ ଗାଡ଼ି ଚାଲନା ଯୋଗୁଁ ଅନେକ ଧନ ଜୀବନ ନଷ୍ଟ ହେବାର ଆଶଙ୍କା ରହୁଛି, ଏଣୁ ଏଥିପତି ପରିବହନ ବିଭାଗ ଧ୍ୟାନ ଦେବା ସହ ଉକ୍ତ ଚାଳକ ଙ୍କ ବିରୋଧ ରେ କାର୍ଯ୍ୟନୁଷ୍ଠାନ ପାଇଁ ସାମ୍ବାଦିକଜଣକ ନର୍ଲା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ସେୟାର କରନ୍ତୁ

Next Post

ନର୍ଲା ସପ୍ତାହିକ ବଜାର ରେ ଆଳୁ ର ମହଙ୍ଗା ମାଡ ଗରିବ ଖାଉଟି ନାକେଦମ...

Sun Jul 28 , 2024
ନର୍ଲା(ନି.ପ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ,ନର୍ଲା ସାପ୍ତାହିକ ବଜାର ରେ ଦେଖିବାକୁ ମିଳିଛି ଆଳୁର ମହଙ୍ଗା ମାଡ଼ । ମୁଖ୍ୟତଃ ଆଳୁ ସମସ୍ତ ଙ୍କ ଘରେ ନିତ୍ୟ ବ୍ୟବହାର୍ଯ୍ୟ ପରିବା ଭାବରେ ବ୍ୟବହାର କରିଥାନ୍ତି ବିଶେଷ କରି ଆଳୁର ଅତ୍ୟଧିକ ଚଢ଼ାଦର ର ପ୍ରଭାବ ଗରିବ ଶ୍ରେଣୀର ଲୋକଙ୍କ ହାଣ୍ଡି ଶାଳରେ ପଡୁଛି । କିଛି ଦିନ ତଳେ ପଶ୍ଚିମ ବଙ୍ଗ ରେ କୌଣସି କାରଣ କୁ ନେଇ ଧର୍ମଘଟ […]

You May Like

Pin It on Pinterest