କଟକ ରେ ଅନୁଷ୍ଠିତ “ମନ୍ କି ବାତ୍” କାର୍ଯ୍ୟକ୍ରମରେ ଶ୍ରୀ ମନମୋହନ ସାମଲ….

ସଂଜୟ ଶତପଥୀ(କଟକ): ଆଜି ଜୁଲାଇ ୨୮ ପୂର୍ବାହ୍ନ ରେ କଟକ ମହାନଗର ନିଗମର ୫୧ନମ୍ବର ୱାର୍ଡ ର ତିନିଘରିଆ, ପୁଷ୍ପଲତା ଗାର୍ଡେନ ରେ ହୋଇଥିବା ମନ କି ବାତ କାର୍ଯ୍ୟକ୍ରମରେ ରାଜ୍ୟ ଭାଜପା ସଭାପତି ଶ୍ରୀ ମନମୋହନ ସାମଲ ଯୋଗ ଦେଇଥିଲେ ।

ପାଞ୍ଚଶହ ରୁ ଉର୍ଦ୍ଧ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିବା ଏହି କାର୍ଯ୍ୟକ୍ରମରେ ସଭାପତିତ୍ବ କରିଥିଲେ କଟକ ନଗର ସଭାପତି ଲଲାଟେନ୍ଦୁ ବଡୁ। କଟକ ସଦର ବିଧାୟକ ଇଂ ପ୍ରକାଶ ସେଠି ଓ ୫୧ ନମ୍ବର ୱାର୍ଡ ର ଭାଜପା କର୍ପୋରେଟର ରାକେଶ ସ୍ୱାଇଁ । ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ସହିତ ରାଜ୍ୟ ସଭାପତି ଙ୍କୁ ପ୍ରେସ ଛକ ଠାରୁ ବିରାଟ ପଟୁଆରରେ ପାଛୋଟି ନେଇଥିଲେ। ମନ କି ବାତ କାର୍ଯ୍ୟକ୍ରମ ପରେ ଶ୍ରୀ ସାମଲ ରାଜ୍ୟ ଭାଜପା ସରକାରଙ୍କର ଜନକଲ୍ୟାଣ କାରୀ ଯୋଜନା ଗୁଡ଼ିକୁ ବିସ୍ତୃତ ଭାବେ ବର୍ଣ୍ଣନା କରି ନିର୍ବାଚନ ସମୟରେ ଦିଆଯାଇଥିବା ସମସ୍ତ ପ୍ରତିଶୃତି ନିଶ୍ଚିତ ପାଳନ କରିବେ ବୋଲି ସେ କହିଥିଲେ।

ଚବିଶ ବର୍ଷର ଭ୍ରଷ୍ଟାଚାରି ସରକାରକୁ ତଡି ଲୋକେ ଭାଜପା କୁ ଜିତାଇ ଥିବାରୁ କୃତଜ୍ଞତା ଜଣାଇ ଥିଲେ। ରାଜ୍ୟ ଭାଜପା ଉପସଭାପତି ବିରଞ୍ଚି ନାରାୟଣ ତ୍ରିପାଠୀ, ରାଜ୍ୟ ସମ୍ପାଦକ ସରୋଜ କର, ପୂର୍ବ ଜିଲ୍ଲା ସଭାପତି ରବି ନାରାୟଣ ମିଶ୍ର, ହୃଷିକେଶ ଜେନା,ସ୍ୱାଧୀନଚେତା ମହାନ୍ତି, ଗୋକୁଳ ପ୍ରଧାନ, ଦୀପକ ଦାସ,ମମତା ମହାନ୍ତି, ଲିପ୍ସା ନାୟକ, ଗୋପାଳ ବେହେରା, ଲକ୍ଷ୍ମୀଧର ବେହେରା, ଗଗନ ଓଝା ପ୍ରମୁଖ ନେତା ଉପସ୍ଥିତ ଥିଲେ।

ସେୟାର କରନ୍ତୁ

Next Post

ଶିକ୍ଷା କ୍ଷେତ୍ରରେ ଅତୁଳନୀୟ ଅବଦାନ ଲାଗି ସମ୍ବର୍ଦ୍ଧିତ ହେଲେ ଶିକ୍ଷାବିତ୍ ଶଶଧର ପଣ୍ଡା....

Mon Jul 29 , 2024
ରାଉରକେଲା(ନି.ପ୍ର): ଓଡ଼ିଶାର ଅଗ୍ରଣୀ ସାହିତ୍ୟ ତଥା ସ୍ବେଚ୍ଛାସେବୀ ଅନୁଷ୍ଠାନ ବୈଶାଖୀ ସାହିତ୍ୟ ସଂସଦ,ଧାମରା ସଂଘ, ରାଉରକେଲା ର ୩୪ ତମ ବାର୍ଷିକ ଉତ୍ସବ ମହାସମାରୋହରେ ଓଡ଼ିଶାର ବିଶିଷ୍ଟ ବ୍ୟକ୍ତିତ୍ୱ ମାନଙ୍କ ଉପସ୍ଥିତିରେ ରାଉରକେଲାର ଛେଣ୍ଡସ୍ଥିତ ଅନୁଷ୍ଠାନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନ ର ସଭାପତି ଶ୍ରୀ ବୁଦ୍ଧେଶ୍ବର ଷଡ଼ଙ୍ଗୀ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ମୂଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ ଶ୍ରୀ ସାରଦା ପ୍ରସାଦ ନାୟକ ଯୋଗଦେଇ […]

You May Like

Pin It on Pinterest