
ରାଉରକେଲା(ନି.ପ୍ର): ଓଡ଼ିଶାର ଅଗ୍ରଣୀ ସାହିତ୍ୟ ତଥା ସ୍ବେଚ୍ଛାସେବୀ ଅନୁଷ୍ଠାନ ବୈଶାଖୀ ସାହିତ୍ୟ ସଂସଦ,ଧାମରା ସଂଘ, ରାଉରକେଲା ର ୩୪ ତମ ବାର୍ଷିକ ଉତ୍ସବ ମହାସମାରୋହରେ ଓଡ଼ିଶାର ବିଶିଷ୍ଟ ବ୍ୟକ୍ତିତ୍ୱ ମାନଙ୍କ ଉପସ୍ଥିତିରେ ରାଉରକେଲାର ଛେଣ୍ଡସ୍ଥିତ ଅନୁଷ୍ଠାନ ପରିସରରେ ଅନୁଷ୍ଠିତ ହୋଇଯାଇଛି।
ଅନୁଷ୍ଠାନ ର ସଭାପତି ଶ୍ରୀ ବୁଦ୍ଧେଶ୍ବର ଷଡ଼ଙ୍ଗୀ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ମୂଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ ଶ୍ରୀ ସାରଦା ପ୍ରସାଦ ନାୟକ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ।ଅନ୍ଯ ଅତିଥିମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ, ଶିକ୍ଷାବିତ୍ ତଥା ସମାଜସେବୀ ଶ୍ରୀ ଶଶଧର ପଣ୍ଡା, ମୂଖ୍ୟ ବକ୍ତା ଭାବେ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟ ର ଓଡ଼ିଆ ଭାଷା ସାହିତ୍ୟ ବିଭାଗ ର ମୂଖ୍ୟ ପ୍ରଫେସର ଡ଼ଃ ବବ୍ରୁବାହନ ମହାପାତ୍ର, ସମ୍ମାନିତ ବକ୍ତା ଭାବେ ଅବସରପ୍ରାପ୍ତ ଅଧ୍ୟକ୍ଷ, ଡଃ କିଶୋରୀ ଦାସ ଯୋଗଦେଇ ଶୀର୍ଷକ ଓଡ଼ିଆ ସାହିତ୍ୟ ହେଉଛି ଜାତୀୟ ଅସ୍ମିତା ର ବାର୍ତ୍ତାବହ ବିଷୟରେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ।
ପ୍ରାରମ୍ଭରେ ସଭା ମୂଖ୍ୟ ଡଃ ବୁଦ୍ଧେଶ୍ବର ଷଡ଼ଙ୍ଗୀ ଙ୍କ ନିଜର ଅଭିଭାଷଣ ରଖିବା ପରେ ସମ୍ପାଦକ ଶ୍ରୀ ଚକ୍ରଧ୍ବଜ ମାଝୀ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ।ଆବାହକ ଶ୍ରୀ ସୁଶାନ୍ତ କୁମାର ନାୟକ ଅତିଥି ପରିଚୟ ପ୍ରଦାନ କରିଥୂବା ବେଳେ ଡଃ ଉମାକାନ୍ତ ଦାସ ମଞ୍ଚ ପରିଚାଳନା କରିଥୂଲେ।ଏହି କାର୍ଯ୍ୟକ୍ରମରେ ଦ୍ବିତୀୟ ପର୍ଯ୍ୟାୟ ରେ ଏକ କବିତା ସମାରୋହର ଆୟୋଜନ କରାଯାଇଥିଲା ଏବଂ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷ, ହୃଷୀକେଶ ରାୟ ମହାବିଦ୍ୟାଳୟ ଶ୍ରୀ ଭବେଶ ଚନ୍ଦ୍ର ସାହୁ ଉପସ୍ଥାପନ କରିଥିଲ।
ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥିଙ୍କ ଦ୍ବାରା ଓଡ଼ିଶା ରେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତି ପ୍ରଫେସର ବବ୍ରୁବାହନ ମହାପାତ୍ର ଙ୍କୁ ବୈଶାଖୀ ଭାରତୀ ସମ୍ମାନ, ପୂର୍ବତନ ଜିଲ୍ଲା ଶିକ୍ଷା ନିରୀକ୍ଷକ ଶ୍ରୀମତୀ ରଶ୍ମିବାଳା ରାଉତରାୟ ଙ୍କୁ ବିଦ୍ୟା ତିଓ୍ବାରୀ ସ୍ମୃତି ସମ୍ମାନ, କବୟିତ୍ରୀ ଓ ଉପସ୍ଥାପିକା ଶ୍ରୀମତୀ ଅଙ୍ଗୁରବାଳା ପରିଡ଼ା ଙ୍କୁ ବୈଶାଖୀ ସାରସ୍ଵତ ସମ୍ମାନ, ବିଶିଷ୍ଟ ଶିକ୍ଷାବିତ ତଥା ସମାଜସେବୀ ଶ୍ରୀ ଶଶଧର ପଣ୍ଡା ଙ୍କୁ ବୈଶାଖୀ ସଂସ୍କୃତି ସମ୍ମାନ, ଶ୍ରୀ ବିଜୟ କୁମାର ସାହୁଙ୍କୁ ବେଣୁଧର ଦାସ ସ୍ମୃତି ସମ୍ମାନ ରେ ଭୂଷିତ କରାଯାଇ ମାନପତ୍ର, ଉପଢୌକନ ଓ ପୁଷ୍ପଗୁଛ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ସମାବେଶରେ ବହୁ ସାହିତ୍ୟକ,କବି ଓ ଲେଖକ,ଲେଖୂକା ଯୋଗଦେଇଥିଲେ।ଅବଶେଷ ରେ କାର୍ଯ୍ୟକାରୀ ସଭାପତି ଶ୍ରୀ ସୁଶାନ୍ତ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।



