ସାବଧାନ!ଅଭିଭାବକ ନାବାଳକ ସନ୍ତାନଙ୍କୁ ଗାଡି ଦେଲେ ଧାଇଁବେ କୋର୍ଟ…

ଭୁବନେଶ୍ବର(ନି.ପ୍ର): ଅଭିଭାବକମାନେ ସାବଧାନ,ନାବାଳକ ପୁଅ ଝିଅଙ୍କୁ ଗାଡି ଦେଉଥିଲେ ମାମଲା ପାଇଁ ପ୍ରସ୍ତୁତ ରୁହନ୍ତୁ । କାରଣ, ରାଜ୍ୟରେ ଆଜିଠୁ ପରିବହନ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ସ୍ପେଶାଲ ଡ୍ରାଇଭ୍ । ୧୮ ବର୍ଷରୁ କମ୍ ପିଲା ଗାଡି ଚଳାଉଥିବା ବେଳେ ଧରାପଡିଲେ ସିଜ୍ ହେବ ଗାଡି । ୨୫ ହଜାର ଟଙ୍କାର ଫାଇନ ସହ ଅଭିଭାବକଙ୍କ ନାଁରେ ହେବ ଏଫଆଇଆର । ଦୁଇ ଦିନ ଯାଏଁ ଜାରି ରହିବ ଜୋରଦାର ଚେକିଂ ।

STAର ସ୍ପେଶାଲ ଡ୍ରାଇଭ୍ ସ୍କାନରରେ ନାବାଳକ ଗାଡ଼ି ଚାଳକ । ବାରମ୍ବାର ସତର୍କ କରାଇବା ପରେ ଏବେ ସିଧା ଆକ୍ସନ ମୋଡରେ ରାଜ୍ୟ ପରିବହନ ବିଭାଗ । ଗାଡି ଧରି ବେଧଡ଼କ ରାସ୍ତାକୁ ଓହ୍ଲାଇ ଆସୁଥିବା ୧୮ ବର୍ଷରୁ କମ୍ ନାବାଳକଙ୍କ ଡ୍ରାଇଭ ରୋକିବାକୁ ଆରମ୍ଭ ହୋଇଛି ସ୍ୱତନ୍ତ୍ର ଅଭିଯାନ । ରାଜ୍ୟ ସାରା ଚାଲିଛି ଜୋରଦାର ଚେକିଂ ।
ସାହି ଗଳିରେ ଜଗି ବସିଛନ୍ତି ପୋଲିସ । ଆଉ, ଡ୍ରାଇଭର ସିଟରେ ଛୋଟ ଛୋଟ ପିଲାଙ୍କୁ ଦେଖିବା ମାତ୍ରେ କାଟୁଛନ୍ତି ଚାଲାଣ । ୨୫ ହଜାର ଯାଏଁ ଫାଇନ୍ । ଗାଡି ଜବତ କରିବା ସହ ଅଭିଭାବକଙ୍କ ନାଁରେ ଏତଲା ବି ଦିଆଯାଉଛି । ଜୟପୁରରେ ଚାଲିଛି ଘନ ଘନ ଚେକିଂ । ସକାଳୁ ସହରର ବିଭିନ୍ନ ଘରୋଇ ସ୍କୁଲ ପାଖରେ ଯାଂଚ୍ କରିଥିଲେ ନିଜେ ପରିବହନ ଅଧିକାରୀ ।ପରେ ୨୬ ନମ୍ବର ଜାତୀୟ ରାଜପଥ, ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟରେ ଚେକିଂ ହୋଇଥିଲା । ପ୍ରଥମ ଦିନରେ ୬ଟି ମାମଲାରେ ଫାଇନ୍ କାଟିବା ସହ ବାପା-ମାଆଙ୍କୁ ସତର୍କ କରାଯାଇଛି । ବାରିପଦାରେ ମଧ୍ୟ ପରିବହନ ବିଭାଗ ପକ୍ଷରୁ ନାବାଳକ ଚାଳକଙ୍କୁ ଧରିବାକୁ ଚେକିଂ କରାଯାଇଛି । କିଛି ଜଣଙ୍କ ଚାଲାଣ କଟିଛି, ବାଇକ ବି ସିଜ୍ ହୋଇଛି ।

ତଥ୍ୟ ଅନୁସାରେ, ୨୦୨୩ରେ ରାଜ୍ୟରେ ବିଭିନ୍ନ ସଡ଼କ ଦୁର୍ଘଟଣାରେ ୫୫୭ ଜଣଙ୍କ ଜୀବନ ଯାଇଛି । ଯେଉଁଥିରୁ ୨୨୪ ଜଣଙ୍କ ବୟସ ୧୮ ବର୍ଷରୁ କମ୍ । ଏହାକୁ ଗୁରୁତର ସହ ନେଇ ନାବାଳକ ଗାଡ଼ ଚାଳନା ରୋକିବାକୁ ସ୍ପେଶାଲ ଡ୍ରାଇଭ୍ ପାଇଁ ଆରଟିଓଙ୍କୁ ଗତ ୨୫ ତାରିଖରେ ଚିଠି କରିଥିଲେ ପରିବହନ କମିଶନର ।ଧାରା ୧୯୯ (କ) ମୋଟର ଯାନ ଆଇନ୍ ୧୯୮୮ ଅନୁସାରେ, ନାବାଳକର ଅଭିଭାବକ କିମ୍ବା ଚଲାଉଥବା ଯାନର ପଞ୍ଜୀକୃତ ମାଲିକଙ୍କୁ ୨୫ ହଜାର ଟଙ୍କା ଅର୍ଥଦଣ୍ଡ କିମ୍ବା ୩ ବର୍ଷ କାରାଦଣ୍ଡ ବ୍ୟବସ୍ଥା ରହିଛି । ସଂପୃକ୍ତ ନାବାଳକ ଓ ନାବାଳିକଙ୍କୁ ୨୫ ବର୍ଷ ନହେବା ଯାଏଁ ଗାଡି ଚାଳନା ପ୍ରମାଣପତ୍ର ମିଳିବ ନାହିଁ । ଏବଂ ସଂପୃକ୍ତ ଯାନର ପଞ୍ଜୀକରଣ ୧ ବର୍ଷ ଯାଏଁ ରଦ୍ଦ କରାଯିବା ନେଇ ବ୍ୟବସ୍ଥା ରହିଛି ।

ସେୟାର କରନ୍ତୁ

Next Post

କେରଳ ଭୂସ୍ଖଳନରେ ୨ ଡାକ୍ତର ନିଖୋଜ;ଡାକ୍ତର ଦ୍ୱୟ କଟକ ଚୌଦ୍ୱାର ଅଞ୍ଚଳର...

Wed Jul 31 , 2024
ନୂଆଦିଲ୍ଲୀ: କେରଳରେ ଭୟଙ୍କର ଭୂସ୍ଖଳନରେ ଦୁଇ ଓଡ଼ିଆ ଡାକ୍ତର ନିଖୋଜ।ଏହି ନିଖୋଜ ଡାକ୍ତର ହେଲେ ଚୌଦ୍ୱାର ଅଞ୍ଚଳର ଡାକ୍ତର ବିଷ୍ଣୁ ପ୍ରସାଦ ଚିନରା ଓ ଡାକ୍ତର ସ୍ୱାଧୀନ ପଣ୍ଡା। ଉଭୟ ଭୂସ୍ଖଳନରେ ନିଖୋଜ ଥିବା ଖବର ପାଇବା ପରେ ଚିନ୍ତାରେ ପରିବାର। କଟକ ଜିଲ୍ଲା ଚୌଦ୍ୱାର ହାଉସିଂ ବୋର୍ଡର ବାସିନ୍ଦା ତଥା ହାଇଟେକ୍ ମେଡିକାଲର ମେଡିସିନ ଡାକ୍ତର ବିଷ୍ଣୁ ଓ ତାଙ୍କ ପତ୍ନୀ ୱାୟନାଡରେ ଥିଲେ। ତେବେ ବିଳମ୍ବିତ ରାତିରେ […]

You May Like

Pin It on Pinterest