ବାସ୍ତବ ବ୍ୟୁରୋ: କୁଡୁମୀ ନେତ୍ରୀ ମମତା ମହାନ୍ତ ଗତକାଲି ବିଜେଡି ଓ ରାଜ୍ୟସଭା ସଦସ୍ୟତା ପଦରୁ ଦେଇଥିଲେ ଇସ୍ତଫା ଆଉ ଆଜି ବିଜେପିରେ ଯୋଗଦେଇଛନ୍ତି। ନୂଆଦିଲ୍ଲୀ ସ୍ଥିତି ମୁଖ୍ୟାଳୟରେ ସେ ବିଧିବଦ୍ଧ ଭାବେ ବିଜେପିରେ ସାମଲ୍ ହୋଇଛନ୍ତି। ବିଜେପି ସାଧାରଣ ସଂପାଦକ ଅରୁଣ ସିଂହ ଓ ପ୍ରଭାରୀ ବିଜୟପାଲ୍ ସିଂ ତୋମାର ପୁଷ୍ପଗୁଚ୍ଛ ଦେଇ ଶ୍ରୀମତୀ ମହାନ୍ତଙ୍କୁ ସ୍ୱାଗତ କରିଛନ୍ତି।
ବିଜେପିରେ ଯୋଗଦେବା ପରେ ମମତା ମହାନ୍ତ କହିଛନ୍ତି, “ଲୋକମାନେ ମୋର ସଂପତ୍ତି। ଲୋକଙ୍କ ସେବା ହିଁ ଏକମାତ୍ର ଲକ୍ଷ୍ୟ। ବିଜେଡିରେ ଅଣଦେଖା କରାଗଲା, ସେବା ସୁଯୋଗ ପାଇଲିନି। ବିଜେଡିରେ ମୋର ଆଉ ଆବଶ୍ୟକତା ଲୋଡ଼ା ପଡୁନି ଅନୁଭବ କଲି। ଲୋକଙ୍କ ସେବା, କୁଡ଼ୁମୀ ସମାଜର ଉନ୍ନତି ପାଇଁ ବିଜେପିରେ ମିଶିଲି।”



