ଆମ ପରିବାର, ଅତାବିରା”ପକ୍ଷରୁ ଅତାବିରାରେ ସମଲପୁରୀ ଦିନ୍ ପାଳିତ…

ବରଗଡ:-୨.୮(ନବୀନ କୁମାର ଦାଶ):ବରଗଡ଼ ଜିଲ୍ଲା ଅତାବିରାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ”ଆମ ପରିବାର”,ଅତାବିରା ତରଫରୁ ଏଥର ୬ବର୍ଷରେ ଅଗଷ୍ଟ ୧ ତାରିଖ ସମଲପୁରୀ ଦିନ-୨୦୨୪ ଖୁବ୍ ଧୁମଧାମରେ ପାଳିତ ହୋଇ ଯାଇଛି।

ସ୍ଥାନୀୟ ଅଗ୍ରସେନ ଭବନ ଠାରେ ଅନୁଷ୍ଠିତ ସମଲପୁରୀ ଉଚ୍ଛବ ସାମାଜିକ ଅନୁଷ୍ଠାନ”ଆମ ପରିବାର”, ଅତାବିରା ର ସଭାପତି ତଥା ମୁଖ୍ୟ ବରିଷ୍ଠ ନିର୍ଭୀକ ସାମ୍ବାଦିକ ନବୀନ କୁମାର ଦାଶ ଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ଅତାବିରା ତହସିଲଦାର ବ୍ରଜ କିଶୋର ସାହୁ ,ସମ୍ମାନିତ ଅତିଥି ଭାବେ ଅତାବିରା ମହାବିଦ୍ୟାଳୟ ର ଅଧ୍ୟକ୍ଷ ଅଶ୍ୱିନୀ କୁମାର ପ୍ରଧାନ, ଆନ୍ତର୍ଜାତିକ ପର୍ବତାରୋହୀ ଲିପିକା ସେଠ୍,ସିଂହ ପାଲି ସ୍କୁଲ ର ଅବସର ପ୍ରାପ୍ତ ଶିକ୍ଷକ ପାନିବୁଡୁ ପ୍ରଧାନ ଯୋଗଦେଇ ଥିଲେ ।

ସର୍ବ ପ୍ରଥମେ ମହାପ୍ରଭୁ ଶ୍ରୀ ଶ୍ରୀ ଜଗନ୍ନାଥ ଏବଂ ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ବରୀ ଙ୍କ ତୈଳ ଫଟୋ ଚିତ୍ରରେ ଧୁପ ଦୀପ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ସମଲ ପୁରୀ ଦିନ୍-୨୦୨୪ ଉଚ୍ଛବ୍ ଆରମ୍ଭ ହୋଇଥିଲା।ଗବେଷକ ଲୋକ ସାହିତ୍ୟ ଲେଖକ ଲରମ୍ଭା ମହା ବିଦ୍ୟାଳୟ ର ଓଡ଼ିଆ ଅଧ୍ୟାପକ ଡକ୍ଟର ଅଜିତ ନାଥ ଙ୍କ ପରିଚାଳନା ରେ କବି ତଥା ସାମ୍ବାଦିକ ଦୁର୍ଲ୍ଲଭ ଗଡତିଆଙ୍କ ତତ୍ତ୍ୱାବଧାନ ରେ ଅନୁଷ୍ଠିତ ଏହି ଉତ୍ସବରେ ନଟରାଜ କଳା ପରିଷଦ ସାଂସ୍କୃତିକ ଦଲ ଅତାବିରା ରୁ ତଥା ଅତାବିରା ବ୍ଲକ୍ ରୁ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ପରିଚାଳନା ରେ ଥିଲେ ଅବସର ପ୍ରାପ୍ତ ଶିକ୍ଷକ କୈଳାସ ମହାରଣା,ଟିଟୁ ଗାମିନା,ପବିତ୍ର ମେହେର, କବି ସଞ୍ଜୁ ପ୍ରଧାନ,ନେତ୍ରା ନନ୍ଦ ଗଡତିଆ ଙ୍କ ସକ୍ରିୟ ସହଯୋଗ ରହିଥିଲା।ସମ୍ବଲପୁରୀ ଦିନ୍ ଉଚ୍ଛବ ପାଲନ କୁ ପ୍ରସଂଶା କରିବା ସହ ସମଲପୁରୀ ଦିନ ରେ ସତ୍ୟନାରାୟଣ ବହିଦାର ଏବଂ ଶ୍ରୀଧର ପ୍ରଧାନଙ୍କର ଜନମ ଦିନର ଶୁଭେଚ୍ଛା ଜ୍ଞାପନ କରି ସମ୍ବଲପୁରୀ ଭାଷା ସାହିତ୍ୟ ସଂସ୍କୃତି ଉପରେ ଆଲୋଚନା କରିଥିଲେ।

ସମଗ୍ର ବିଶ୍ଵରେ କିପରି ଏହି ସମଲପୁରୀ ସଂସ୍କୃତି କୁ କିପରି ପ୍ରଚାର ପ୍ରସାର କରାଯାଇ ପାରିବ ସେ ନେଇ ବିଭିନ୍ନ ପ୍ରକାରର ବିଭିନ୍ନ ସ୍ତରରେ ପ୍ରୟାସ କରାଯାଉଛି ଯାହା ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ଚର୍ଚ୍ଚା ହୋଇଥିଲା।ସମ୍ବଲପୁରୀ କବି ଲେଖକ ମାନେ ଯୋଗ ଦେଇ ନିଜସ୍ଵ କବିତା ପାଠ କରିଥିଲେ। କବି ମନୋରଞ୍ଜନ ଲୁହା, ଅଧ୍ୟାପକ ଜଗନ୍ନାଥ ସାହୁ,କବି ନମିତା ଦୀପ ଯାଦବ,ସଂଗୀତା ଦୀପ,ସନ୍ତୋଷିନୀ ନାଗ,ସୁରେନ୍ଦ୍ର ମେହେର ପ୍ରମୁଖ ଯୋଗ ଦେଇଥିଲେ।ସମସ୍ତଙ୍କୁ ମାନପତ୍ର ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ନୃତ୍ୟ ସଙ୍ଗୀତ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଚଳିତ ବର୍ଷ ବିଶେଷ ଆକର୍ଷଣ ରୂପେ” ସମ୍ବଲପୁରୀ ଭଜନ ପ୍ରତିଯୋଗିତା ରଖାଯାଇ ଥିଲା।ଏଥିରେ ଭାଗ ନେଇଥିଲେ ଷଷ୍ଠ ଶ୍ରେଣୀ ରୁ ଦଶମ ଶ୍ରେଣୀ ବୟସର ଅତାବିରା ବ୍ଲକ ର ସମସ୍ତ ସରକାରୀ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ।

ପ୍ରଥମ,ଦ୍ୱିତୀୟ,ତୃତୀୟ ଭାବରେ ୩ଜଣ ଛାତ୍ରୀ ପ୍ରମୁଖ ଙ୍କୁ ମାନପତ୍ର, କପ୍ ପ୍ରଦାନ କରି ସମ୍ମାନିତ କରା ଯାଇଥିଲା। ଗ୍ରୁପ୍ ଡେନ୍ସ ସହ ପ୍ରତି ଯୋଗିତା ରେ ଭାଗ ନେଇଥିବା ସମସ୍ତ ଛାତ୍ର ଛାତ୍ରୀମାନଙ୍କୁ ମାନପତ୍ର ଏବଂ କପ୍ ଦେଇ ସମ୍ମାନିତ କରା ଯାଇଥିଲା।ଗ୍ରୁପ୍ ଡେନ୍ସ ରେ ଗୋଡ ଭଗା ଜନତା ହାଇସ୍କୁଲ ପ୍ରଥମ, ଡନବସ୍କୋ ଏକାଡେମୀ ଅତାବିରା ଦ୍ୱିତୀୟ,କୁଲୁଣ୍ଡା ହାଇସ୍କୁଲ ର ଶିବ ଦୀପ, କୁସୁମ ଭୁଏ,ଇପ୍ସାରାଣୀ ମହାପାତ୍ର ତୃତୀୟ ସ୍ଥାନ ଅଧିକାର କରିଥିଲେ।ନୃତ୍ୟ ଗୀତ ଏବଂ କବିତା ପାଠୋତ୍ସବରେ କାର୍ଯ୍ୟକ୍ରମ ଟି ମହକି ଉଠିଥିଲା।

ଏହି ଅବସରରେ ମାଁ ପାଇଁ ଗଛ ଟିଏ କାର୍ଯ୍ୟକ୍ରମ ରେ ଗଛ ଟିଏ ଲେଖାଏଁ ପ୍ରଦାନ କରାଯାଇଥିଲା।ସମଲପୁରୀ ଦିନ୍-୨୦୨୪ ଉଚ୍ଛବ ରେ ସ୍ଥାନୀୟ ତଥା ଆଖପାଖ ଅଞ୍ଚଳରୁ ହଜାର ହଜାର ଲୋକଙ୍କ ସମାଗମ ଦେଖିବାକୁ ଥିଲା।ପରି ଶେଷରେ କବି ସଞ୍ଜୁ ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ।

ସେୟାର କରନ୍ତୁ

Next Post

ଧ୍ୱସ୍ତ ହେବାକୁ ଯାଉଛି ଐତିହ୍ୟ ସମ୍ପନ୍ନ ପାରଳା ରାଜପ୍ରାସାଦ..

Fri Aug 2 , 2024
ଗଜପତି(ନି.ପ୍ର): ସମ୍ପ୍ରତି ଐତିହ୍ୟ ସମ୍ପନ୍ନ ପାରଳା ରାଜପ୍ରାସାଦ,ରକ୍ଷଣାବେକ୍ଷଣ ଅଭାବରୁ ଆଗାମୀ କିଛିବର୍ଷ ମଧ୍ୟରେ ଧ୍ୱସ୍ତ ହେବାକୁ ଯାଉଥିବା ଅନୁମାନ କରାଯାଉଛି । ସମ୍ପ୍ରତି ରାଜନଅରର ଦରବାର ହଲ୍‌ର ଉପରିଭାଗ ଲଗାଣବର୍ଷା ଫଳରେ ଭୁଷୁଡ଼ି ପଡ଼ିଥିବା ସଂସ୍କୃତିପ୍ରେମୀ ପାରଳା ଓ ଗଜପତି ଜିଲ୍ଳାବାସୀଙ୍କୁ ବ୍ୟଥିତ କରିଛି । ବିଗତ କିଛି ବର୍ଷ ତଳେ ଦରବାର ହଲର ଉପରିଭାଗ ସାମାନ୍ୟ ଭାଙ୍ଗିଥିବା ଜଣାଯାଇଥିଲା ।ଏବଂ ଏହାର ତୁରନ୍ତ ମରାମତି ସକାଶେ ତତ୍କାଳୀନ ମହାରାଜା […]

You May Like

Pin It on Pinterest