ସେପ୍ଟେମ୍ବର ୧୦ ଯାଏଁ ଜାରି ରହିବ ବିଏସକେୱାଇ 

ବାସ୍ତବ ବ୍ୟୁରୋ: ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କେୱାଇ) ଆସନ୍ତା ମାସ (ସେପ୍ଟେମ୍ବର) ୧୦ ତାରିଖ ଯାଏଁ ଚାଲିବ। ଏହା ପରଠାରୁ ବିଏସ୍‌କେୱାଇ ବଦଳରେ ଲୋକଙ୍କୁ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ସ୍ବାସ୍ଥ୍ୟ ସୁବିଧା ମିଳିବ। ବିଏସ୍‌କେୱାଇରେ ଯେତିକି ସୁବିଧା ମିଳୁଛି ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ସମାନ ପ୍ରକାରର ସୁବିଧା ରହିବ। ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ସ୍ବାସ୍ଥ୍ୟମନ୍ତ୍ରୀ ଶ୍ରୀ ମହାଲିଙ୍ଗ୍‌ ଙ୍କ ସୂଚନାନୁଯାୟୀ, ବଜେଟ ଆପ୍ରୋପ୍ରିଏସନ ବିଲ ପାସ୍ ହେଲା ପରେ ନୂଆ କାର୍ଡର ପ୍ରକ୍ରିୟା ଆରମ୍ଭ ହେବ। ଏହାସହ ବିଏସକେୱାଇ କାର୍ଡର ରୂପରେଖ ବଦଳିଯିବ। ବିଏସକେୱାଇ କାର୍ଡ ଏଯାଏଁ ଚାଲୁ ରହିଛି। ସମସ୍ତଙ୍କୁ ଗୋପବନ୍ଧୁ ଜନ ଆରୋଗ୍ୟ କାର୍ଡ ମିଳିବ । ସେପ୍ଟେମ୍ବର ୧୦ତାରିଖରେ ଆପ୍ରୋପିଏସନ୍ ବିଲ୍ ପାସ୍ ହେବ, ତା ପରେ ପର୍ଯ୍ୟାୟ କ୍ରମେ ଗୋପବନ୍ଧୁ ଆରୋଗ୍ୟ ଯୋଜନା ଲାଗୁହେବ। ପରବର୍ତ୍ତୀ ସମୟରେ ଯୋଜନା ଆଣିଲେ ତାହା ଲାଗୁହେବ, ଏବେ ବିଏସକେୱାଇ ଯେମିତି ଚାଲିବା କଥା ଚାଲିବ ।

ସେୟାର କରନ୍ତୁ

Next Post

ଅବକାରୀ ବିଭାଗର ଖାମଖିଆଲି ନୀତି ବିରୁଦ୍ଧରେ ହେବ ଘଣ୍ଟ ଯାତ୍ରା...

Sun Aug 4 , 2024
ବ୍ରହ୍ମପୁର(ନି.ପ୍ରି):ଅଗ୍ରଣୀ ସମାଜବାଦୀ ଅନୁଷ୍ଠାନ ମାନବ ଅଧିକାର ସୁରକ୍ଷା ମଞ୍ଚର ଏକ ଜରୁରୀ ବୈଠକ ସ୍ଥାନୀୟ ବିଜିପୁର କମ୍ୟୁନିଟି ହଲ ଠାରେ ମଞ୍ଚ ସଭାପତି ଗଗନ ଚନ୍ଦ୍ର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି I ମାସିକ ସମୀକ୍ଷା ସହ ନୂତନ ପ୍ରସ୍ତାବ ନେଇ ବୈଠକରେ ଆଲୋଚନା ହୋଇଛି I ଶିକ୍ଷାଗତ ସମସ୍ୟା , ସ୍ୱାସ୍ଥ୍ୟ ଚିକିତ୍ସାରେ ଅବହେଳା, ବାର୍ଦ୍ଧକ୍ୟ ଭତ୍ତା ୩୦୦୦ଟଙ୍କା ଓ ୩୦୦ୟୁନିଟ ବିଜୁଳି ଯୋଗାଇବା ପ୍ରତିଶୃତି ପାଳନ ନ […]

You May Like

Pin It on Pinterest