+୨ ପରୀକ୍ଷା ଢ଼ାଞ୍ଚାର ପରିବର୍ତ୍ତନ ହେବ…..

ବାସ୍ତବ ବ୍ୟୁରୋ: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ଦ୍ୱାରା ପରିଚାଳିତ +୨ ପରୀକ୍ଷା ଢ଼ାଞ୍ଚାରେ ପରିବର୍ତ୍ତନ ହେବ। ସିବିଏସ୍‌ଇ ପାର୍ଟନ ଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ। ପୂର୍ବରୁ ହେଉଥିବା ତ୍ରୈମାସିକ ପରୀକ୍ଷା ବା କ୍ୱାଟର ଏଣ୍ଡ ପରୀକ୍ଷାକୁ ସମ୍ପୁର୍ଣ୍ଣ ଉଚ୍ଛେଦ କରାଯିବ। ଏହା ବଦଳରେ ଇଣ୍ଟରନାଲ ପରୀକ୍ଷା ହେବ ଓ ତନ୍ମଧ୍ୟରୁ ଅବଶିଷ୍ଟ ୨୦ମାର୍କ ଆସିବ। ସେହିପରି ସିଲାବସ୍‌ ବାହାରୁ ପ୍ରଶ୍ନପତ୍ର ଆସୁଥିବାରୁ ପ୍ରଶ୍ନପତ୍ର ପାଟର୍ଣ୍ଣରେ ମଧ୍ୟ ପରିବର୍ତ୍ତନ କରାଯିବ।

ପୂର୍ବରୁ ବାର୍ଷିକ ପରୀକ୍ଷାରେ ୧୦୦ ମାର୍କର ପରୀକ୍ଷା ହେଉଥିବାବେଳେ ଏଣିକି ୮୦ ମାର୍କର ପରୀକ୍ଷା ହେବ। ପରୀକ୍ଷା ପୂର୍ବରୁ ଛାତ୍ରଛାତ୍ରୀଙ୍କ ବହୁମୁଲ୍ୟ ସମୟ ବଞ୍ଚାଇବାକୁ ବର୍ଷ ପ୍ରାରମ୍ଭରୁ ଫର୍ମ ଫିଲପ୍‌ କରିବେ ଛାତ୍ରଛାତ୍ରୀ। ପରୀକ୍ଷାରେ ଅଧିକ ସ୍ୱଚ୍ଛତା ଓ ସରଳ କରିବାକୁ ୫ରୁ ୬ଟି ପରିବର୍ତ୍ତନ କରିବାକୁ ଯାଉଛି ସିଏଚ୍‌ଏସ୍‌ଇ।

ସୂଚନାନୁଯାୟୀ, ପ୍ରାକ୍ଟିକାଲ ନ ଥିବା ବିଷୟରେ ୧୦୦ ବଦଳରେ ଏଣିକି ୮୦ ମାର୍କର ପରୀକ୍ଷା ହେବ। ଏଥିରେ ୧ ନମ୍ବର ବିଶିଷ୍ଟ ପ୍ରଶ୍ନପତ୍ର ୫୦% ବା ୪୦ ନମ୍ବରର ଆସିବ। ଅବଶିଷ୍ଟ ୪୦ ନମ୍ବର ପ୍ରଶ୍ନପତ୍ରରେ ୨, ୩ ଓ ୮ ମାର୍କର ପ୍ରଶ୍ନ ରହିବ। କଳା ବିଭାଗ ପାଇଁ ସର୍ବାଧିକ ୫ମାର୍କିଆ ପ୍ରଶ୍ନ ଆସିବାକୁ ଥିବାବେଳେ ବିଜ୍ଞାନରେ ସର୍ବାଧିକ ୮ ମାର୍କିଆ ପ୍ରଶ୍ନ ଆସିବ।

ସେହିପରି ଇଣ୍ଟରନାଲ୍‌ ପରୀକ୍ଷାରେ ୨୦ ମାର୍କର ପରୀକ୍ଷା ହେବ। ଏଥିରେ ୧, ୨ ଓ ୫ ମାର୍କିଆ ପ୍ରଶ୍ନ ଆସିବ। ଯେଉଁ ୟୁନିଟ୍‌ରୁ ଇଣ୍ଟରନାଲ୍‌ ପରୀକ୍ଷାରେ ପ୍ରଶ୍ନ ଆସିଥିବା ବାର୍ଷିକ ପରୀକ୍ଷାରେ ଆଉ ସେହି ୟୁନିଟ୍‌ରୁ ପ୍ରଶ୍ନପତ୍ର ଆସିବ ନାହିଁ। ଅବଶିଷ୍ଟ ୟୁନିଟ୍‌ରୁ ବାର୍ଷିକ ପରୀକ୍ଷାରେ ପ୍ରଶ୍ନ ଆସିବ। କେଉଁ ୟୁନିଟ୍‌ରୁ କେଉଁ ପରୀକ୍ଷାରେ ପ୍ରଶ୍ନ ଆସିବ ତାହା ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ଅବଗତ କରାଯିବ।

ହେଲେ ପ୍ରାକ୍ଟିକାଲ ଥିବା ବିଷୟରେ କୌଣସି ପରିବର୍ତ୍ତନ ହେବ ନାହିଁ। ପୂର୍ବପରି ୩୦ ନମ୍ବରର ପ୍ରାକ୍ଟିକାଲ ପରୀକ୍ଷା ଓ ୭୦ ମାର୍କର ଥିଓରୀ ପରୀକ୍ଷା ହେବ। ସିଲାବସ୍‌ ବାହାରୁ ପ୍ରଶ୍ନପତ୍ର ଆସୁଥିବା ଅନେକ ସମୟରେ ଅଭିଯୋଗ ହେଉଥିବାରୁ ପରିଷଦ ଏହାକୁ ଗୁରୁତର ସହ ବିଚାର କରୁଛି।

ସେୟାର କରନ୍ତୁ

Next Post

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶେଷ ; ୬ଟି ପ୍ରସ୍ତାବ ଉପରେ ଆଲୋଚନା, ଭିତର ଓ ବାହାର ରତ୍ନଭଣ୍ଡାରର ଟେକ୍ନିକାଲ ସ୍କାନିଂ ଉପରେ ଗୁରୁତ୍ୱ...

Mon Aug 5 , 2024
ଭୁବେନଶ୍ବର(ନି.ପ୍ର): ହୋଇଛି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ବୈଠକରେ ସମୁଦାୟ ୬ଟି ପ୍ରସ୍ତାବ ଉପରେ ଆଲୋଚନା କରାଯାଇଛି । ଭିତର ଓ ବାହାର ରତ୍ନଭଣ୍ଡାର ସ୍ଥାନାନ୍ତରଣ ପକ୍ରିୟାକୁ ଅନୁମୋଦନ କରାଯାଇଛି । ଏନେଇ ରାଜ୍ୟସରକାରଙ୍କୁ ଅବଗତ କରାଯିବ ଆଲୋଚନା ହୋଇଛି ।ଟେକ୍ନିକାଲ ସ୍କାନିଙ୍ଗ ଉପରେ ରାଜ୍ୟ ସରକାଙ୍କ ଦୃଷ୍ଟି ଆକର୍ଷଣ କରାଯିବ । ସେହିପରି ଶ୍ରୀମନ୍ଦିର ଜମିକୁ ଦଲାଲମୁକ୍ତ କରାଯିବ ବୋଲି ମଧ୍ୟ ଆଲୋଚନା ହୋଇଛି । ଯେକୌଣସି […]

You May Like

Pin It on Pinterest