କାହା ସ୍ୱାର୍ଥରେ ମହିଳା ଉଦ୍ୟାନ ଅଧୀଦର୍ଶିକା ଙ୍କ କର୍ଲାମୁଣ୍ଡା ରୁ ନର୍ଲା କୁ ବଦଳି

ସନ୍ତୋଷ ପାତ୍ର(ନର୍ଲା): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ରେ ଏଥି ପୂର୍ବରୁ ପାଞ୍ଚ ବର୍ଷରୁ ଉର୍ଦ୍ଧ ସମୟ ଧରି କାର୍ଯ୍ୟ କରିଥିବା ଜୈନିକ ମହିଳା ଉଦ୍ୟାନ ଅଧୀଦର୍ଶିକା ଙ୍କ ବିରୋଧରେ ବିଭିନ୍ନ ସମୟରେ ଉଦ୍ୟାନ ଚାଷୀମାନେ ସରକାରୀ ଅର୍ଥ ଆତ୍ମସାତ ଚାଷୀ ମାନଙ୍କୁ ଅସଦ ବ୍ୟବହାର ସହ,ନିଜ କାର୍ଯ୍ୟ ରେ ଅବହେଳା କରିବା ଭଳି ସଂଗୀନ ଅଭିଯୋଗ ମାନ ଭିନ୍ନ ଭିନ୍ନ ସମୟରେ ହୋଇଆସିଥିଲା ଏବଂ କିଛି ଅଭିଯୋଗ ର ଖବର ବିଭିନ୍ନ ଗଣମାଧ୍ୟମ ରେ ମଧ୍ୟ ପ୍ରକାଶ ପାଇଥିଲା।

ଅଭିଯୋଗ ର ସତ୍ୟତା ଅନୁଭବ କରି ଜିଲ୍ଲାପାଳ କଳାହାଣ୍ଡି ପି.ଅନ୍ଵେଷା ରେଡ୍ଡୀ ବିଗତ ବର୍ଷ ଉକ୍ତ ମହିଳା ଉଦ୍ୟାନ ଅଧୀଦର୍ଶିକା ଙ୍କୁ ନର୍ଲା ରୁ ବଦଳି କରିବା ପାଇଁ ଉଦ୍ୟାନ ଉପନିର୍ଦ୍ଧେଶକ ଙ୍କୁ ନିର୍ଦ୍ଧେଶ ଦେଇଥିଲେ ।ଫଳରେ ତାଙ୍କୁ ନର୍ଲା ରୁ କର୍ଲାମୁଣ୍ଡା କୁ ବଦଳି କରାଯାଇଥିଲା କିନ୍ତୁ ଉକ୍ତ ମହିଳା କର୍ମଚାରୀ ଜଣକ ନର୍ଲା ଛାଡିବାକୁ ବିଲକୁଲ ନାରାଜ ଥିଲେ, କାରଣ ସେ ନର୍ଲା ରେ କିଛି ଅସାଧୁ ବ୍ୟକ୍ତି ଙ୍କୁ ହାତ କରି ଅନେକ ସରକାରୀ ଯୋଜନା କୁ ହଡପ କରି ଅସଦ ଉପାୟରେ ଲକ୍ଷ୍ ଲକ୍ଷ ଟଙ୍କା ରୋଜଗାର କରୁଥିବା ଉଦ୍ୟାନ ଚାଷୀ ମାନେ ଅଭିଯୋଗ ଆଣିଛନ୍ତି ।ଏପରିକି ଉକ୍ତ କର୍ମଚାରିଙ୍କ ବଦଳି ନିର୍ଦେଶ ରେ କର୍ଲାମୁଣ୍ଡା ରେ ନିଜ କାର୍ଯ୍ୟରେ ଯୋଗ ଦେଇଥିଲେ ସତ କିନ୍ତୁ ପାଖାପାଖି ଆଠମାସ ଖଣ୍ଡେ ଡିଉଟି ନ ଯାଇ ବେଆଇନ ଭାବରେ ଅଧିକାରୀ ଙ୍କୁ ହାତ କରି ଦରମା ହାତେଇଥିବା ମଧ୍ୟ ଅଭିଯୋଗ ହୋଇଛି ।

ପୁଣି ବର୍ତମାନ ଉକ୍ତ ଉଦ୍ୟାନ କୃଷି ଉପନିର୍ଦ୍ଧେଶକ ଙ୍କୁ କିଛି ହାତ ଗୁଂଜା ଦେଇ ବର୍ଷେ ଭିତରେ ପୁଣି ଅଡର ନଂ ୧୯୯୧/୩୧/୦୭/୨୪ ନର୍ଲା କୁ ବଦଳି ହୋଇ ଆସିଥିବା ରୁ ଉପନିର୍ଦ୍ଧେଶକ ଙ୍କ ଅହେତୁକ ଅନୁକମ୍ପା ମହିଳା କର୍ମଚାରୀ ଙ୍କ ଉପରେ ରହିଥିବା ଅଭିଯୋଗ ହୋଇଛି ।ଏହି ମାମଳା କୁ ନେଇ ନର୍ଲା ଅଂଚଳର ଉଦ୍ୟାନ ଚାଷୀ ମାନେ ଅସନ୍ତୋଷ ପ୍ରକାଶ କରି ଗତକାଲି ଜିଲ୍ଲାପାଳ ଙ୍କୁ ଭେଟି ଜନ ଶୁଣାଣି ଶିବିର ରେ ପୁଣି ଲିଖିତ ଅଭିଯୋଗ ଆଣିଥିବା ସୂଚନା ମିଳିଛି ଏବଂ ଯଦି ଉକ୍ତ ଦୁର୍ନୀତି ଖୋର ମହିଳା କର୍ମଚାରୀ ଉଦ୍ୟାନ ବିଭାଗ ନର୍ଲା ରେ କାମ କରନ୍ତି ତା ହେଲେ ଉପ ନିର୍ଦେଶକ ଙ୍କ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ଚାଷୀମାନେ ପ୍ରକାଶ କରିଛନ୍ତି

ସେୟାର କରନ୍ତୁ

Next Post

ଚନ୍ଦ୍ରାଦେଇପୁର ଚନ୍ଦୁ! ପୋଲିସକୁ ନିସ୍ତୁକ ମାଡ....

Tue Aug 6 , 2024
ପିପିଲି(ନି.ପ୍ର): ଚନ୍ଦ୍ରାଦେଇପୁର ଚନ୍ଦୁ,ଆଜି ଚର୍ଚ୍ଚାରେ,ଏକାଧିକ ମାମଲାରେ ଜଡିତ ଚନ୍ଦୁକୁ,ଗିରଫ କରିବାକୁ ଯାଇ ଆକ୍ରମଣର ଶିକାର ହେଲେ ପୁଲିସ କର୍ମଚାରୀ। ଘଟଣାଟି ପୁରୀଜିଲ୍ଲା ପିପିଲି ଚନ୍ଦ୍ରାଦେଇପୁର ଗାଁରେ ଘଟିଛି । ଖବର ଅନୁସାରେ ଚନ୍ଦ୍ରାଦେଇପୁର ଗାଁର ଅଭିଯୁକ୍ତ ଚନ୍ଦୁକୁ ଗିରଫ କରିବାକୁ ଯାଇଥିଲା ବଳଙ୍ଗା ପୁଲିସ। ଘଟଣାସ୍ଥଳରେ ନିଶା ସେବନ କରୁଥିବା ଅଭିଯୁକ୍ତର ବନ୍ଧୁ କାଳୁ ପରିଡ଼ା ପୁଲିସ କର୍ମଚାରୀଙ୍କୁ ଅତର୍କିତ ଆକ୍ରମଣ କରିଥିଲା । କାଳୁର ଆକ୍ରମଣରେ ବଳଙ୍ଗା ଥାନାର […]

You May Like

Pin It on Pinterest