ଆଜିର ଖାସ୍ ଖବର

୧-ରାଜ୍ୟରେ ଆଉ ଏକ କୋରୋନା ସଂକ୍ରମଣ ଚିହ୍ନଟ ,ପଜିଟିଭ୍ ବ୍ୟକ୍ତି ଜଣକ ବାଲେଶ୍ଵରର ,ବାଲେଶ୍ୱର କୋରୋନା ସଂକ୍ରମଣ ସଂଖ୍ୟା: ଏବେ ୨୦ ରେ ପହଞ୍ଚିଲା ।

୨-ଯାଜପୁର ପାଲଟିଲା ଦ୍ଵିତୀୟ କରୋନା ପ୍ରବଣ ଜିଲ୍ଲା ,ଗୋଟିଏ ଦିନରେ ୧୭ ଆକ୍ରାନ୍ତ ଚିହ୍ନଟ ।

୩- ଦେଶରେ ଗୋଟିଏ ଦିନରେ ୧୭୧୮ ସଂକ୍ରମିତ ଚିହ୍ନଟ,୭୨ ମୃତ।

୪-UGC ଗାଇଡଲାଇନ ତର୍ଜମା ହେବ, ଜୁନ ୧୭ ପରେ ଯେକୌଣସି ସମୟରେ ପରୀକ୍ଷା ପାଇଁ ଛାତ୍ରଛାତ୍ରୀ ପ୍ରସ୍ତୁତ ରୁହନ୍ତୁ : ଅରୁଣ ସାହୁ

୫- ଆମେରିକାରେ କରୋନା ମୃତ୍ୟୁ ସଂଖ୍ୟା ୬୦ ହଜାର ଟପିଲା।

୬- ଦୋକାନ ଖୋଲିବା ଦ୍ଵନ୍ଦ ସ୍ପଷ୍ଟ କଲେ BMC କମିଶନର ,ସପିଂ ମଲ ଓ ୫ ରୁ ଅଧିକ ଦୋକାନ ଘର ଥିବା କମ୍ପ୍ଲେକ୍ସ ବନ୍ଦ ରହିବ।

୭-ଟ୍ଵିନ ସିଟି ଦୋକାନୀ ଙ୍କ ପାଇଁ ପୋଲିସ ନିୟମାବଳୀ ଗ୍ରାହକ ଙ୍କ ମଧ୍ୟରେ ୬ ଫୁଟ ଦୂରତା ନରହିଲେ ୫୦୦ ଟଙ୍କା ଫାଇନ,୬୦ ଦିନ ପାଇଁ ବଳବତର ।

୮-ବଙ୍ଗୋପସାଗର ରେ ଦାନା ବାନ୍ଧୁଚି ବାତ୍ୟା ଅମ୍ଫାନ ,ଓଡ଼ିଶା ଉପରେ ପ୍ରଭାବ ପଡିବନି ବୋଲି ପାଣିପାଗ ବିଭାଗର ସୂଚନା।

୯-May ୪ରୁ June ୧୬ ଯାଏଁ ହ୍ୱାଟ୍ସଆପ୍‌ରେ ପାଠ ପଢ଼ିବେ ଦ୍ୱିତୀୟ ଶ୍ରେଣୀରୁ ମାଟ୍ରିକ୍ ଯାଏ ସମସ୍ତ ଛାତ୍ରଛାତ୍ରୀ।

୧୦-ବଢ଼ୁଛି ପ୍ରବାସୀ ଓଡ଼ିଆଙ୍କ ପଞ୍ଜୀକରଣ ; ଛୁଇଁଲାଣି ସାଢ଼େ ୧୦ଲକ୍ଷ, ୪.୭୫ଲକ୍ଷ କେବଳ ଶ୍ରମିକ।

୧୧-କରୋନା ମହାମାରୀ ପାଇଁ ଲକ୍ ଡାଉନ ଓ ସଟ୍ ଡାଉନ୍ ପରି ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ, କିଟ୍ ବିଶ୍ୱବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଅନଲାଇନ୍ ରେ କରୋନା ବିଷୟରେ ସଚେତନତା କରାଇବା ସହିତ ସେମାନଙ୍କର ପାଠପଢ଼ା,ମୈ।ଖିକ ପରୀକ୍ଷା, ସେମିଷ୍ଟର ପରୀକ୍ଷା ତଥା ବିଭିନ୍ନ କର୍ମଶାଳା ଇତ୍ୟାଦି ଜୁମ ଆପ ,ହ୍ୱାଟ୍ସଆପ୍‌ ଓ କିଟ୍ ମଡ୍ଯୁଲ ମାଧ୍ୟମରେ ସମ୍ପାଦନା କରାଯାଉଅଛି, ଯେଉଁଥିପାଇଁ କି ସମଗ୍ର ଭାରତବର୍ଷରେ କିଟ୍ ବିଶ୍ୱବିଦ୍ୟାଳୟର ସ୍ଥାନ ସ୍ଵତନ୍ତ୍ର ଓ ଅନନ୍ୟ। Login at kiitee.kiit.ac.in

୧୨-ବହୁତ ଦିନପରେ ଏସୀୟ ପୂଂଜୀବଜ଼ାର ରେ ଉତ୍ସାହ ଜନକ ବ୍ୟବସାୟ,ମୁମ୍ବାଇ ସୂଚକା ଙ୍କ ଏକ ହଜାର ପଇଣ୍ଟ ଉଠିଲା।

୧୨-ଲକ୍‌ଡାଉନ୍‌ରେ ବୋହାଲ ହେଲାଣି ବାରିକମାନଙ୍କର ଆର୍ଥିକ ପରିସ୍ଥିତି, କଟକ ଜିଲ୍ଲାପାଳଙ୍କୁ ଚାରି ଦଫା ଦାବିପତ୍ର କଲେ ପ୍ରଦାନ।

୧୩- କେନ୍ଦ୍ରସରକାର ଙ୍କୁ ସୁପ୍ରିମକୋର୍ଟ ଙ୍କ ନୋଟିସ କରୋନା ରୋଗୀଙ୍କ ଚିକିତ୍ସା ଖର୍ଚ୍ଚ ଧର୍ଯ୍ୟକର ।

୧୪-ଭୁବନେଶ୍ୱର:କରୋନା ସଂକ୍ରମଣ ପ୍ରତିରୋଧ ଅଞ୍ଚଳରେ ଖୋଲିବ ନାହିଁ ଅଫିସ୍।

୧୫-ଭୁବନେଶ୍ୱର: ସୁରଟ କ୍ଵାରାଣ୍ଟାଇନରେ ରହିଲେ : କୋଟାରୁ ଆସୁଛନ୍ତି ଛାତ୍ରଛାତ୍ରୀ, ତାମିଲନାଡୁରେ ଅଟକିଥିବା ଓଡ଼ିଆ ଶ୍ରମିକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ ହେଲା ଆଲୋଚନା।

୧୬-ମୋତେ ଯେତେ ମାଠିବୁ ମାଠ… ଲକଡାଉନ୍ ବେଳେ ଚାଲିଥିଲା ଗୃହ ପ୍ରବେଶ ଭୋଜି, ମାଲିକଙ୍କ ବିରୋଧରେ ଥାନାରେ ଏତଲା ଦେଲେ ମୋହନା ତହସିଲଦାର।

୧୭-ଅମାନିଆଙ୍କୁ ନିସ୍ତାର ନାହିଁ,ସାମାଜିକ ଦୂରତା ଭାଙ୍ଗିଲେ ଏବେ ୫୦୦ ଟଙ୍କା ଫାଇନ।

୧୮-କରୋନା କାରଣରୁ ସଙ୍କଟରେ ବିଶ୍ୱର 30.5 କୋଟି ଲୋକମାନଙ୍କ ଚାକିରୀ, ସତର୍କ କରାଇଲା ବିଶ୍ୱ ଶ୍ରମ ସଙ୍ଗଠନ।

୧୯-ଅର୍ଥନୀତିକୁ ତ୍ବରିତ କରିବାକୁ ପ୍ରୟାସ ; ୬୬୦୦ ନୂଆ ନିଯୁକ୍ତି ଦେବ କୋଲ ଇଣ୍ଡିଆ,୧୦୦୦ ଶ୍ରମିକଙ୍କୁ ବି ନିଯୁକ୍ତି ଦେବାକୁ ଯୋଜନା।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ରାଜ୍ୟରେ ନୂଆ ୪ କରୋନା ପଜିଟିଭ୍: ବଲାଙ୍ଗୀର ଛୁଇଁଲା କରୋନା;ଯାଜପୁରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୮ରେ ପହଞ୍ଚିଲା

Fri May 1 , 2020
ବାସ୍ତବ ବ୍ୟୁରୋ- ଆଉଦୁଇ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପକ୍ଷରୁ ସୂଚନା ଦିଆଯାଇଛି । ଚିହ୍ନଟ ହୋଇଥିବା ଦୁଇ ପଜିଟିଭ୍ ଯାଜପୁରର ଜିଲ୍ଲାର ବୋଲି ବି ସୂଚନା ମିଳିଛି। ଏହାସହିତ ଯାଜପୁର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୮ରେ ପହଞ୍ଚିଛି । ସେପଟେ ବଲାଙ୍ଗୀର ଜିଲ୍ଲାରେ କରୋନା । ପ୍ରଥମ ଥର ଲାଗି ବଲାଙ୍ଗୀର ଜିଲ୍ଲାରେ ଆଜି ଦୁଇ କରୋନା ଆକ୍ରାନ୍ତ […]

You May Like

Pin It on Pinterest