ଚନ୍ଦ୍ରାଦେଇପୁର ଚନ୍ଦୁ! ପୋଲିସକୁ ନିସ୍ତୁକ ମାଡ….

ପିପିଲି(ନି.ପ୍ର): ଚନ୍ଦ୍ରାଦେଇପୁର ଚନ୍ଦୁ,ଆଜି ଚର୍ଚ୍ଚାରେ,ଏକାଧିକ ମାମଲାରେ ଜଡିତ ଚନ୍ଦୁକୁ,ଗିରଫ କରିବାକୁ ଯାଇ ଆକ୍ରମଣର ଶିକାର ହେଲେ ପୁଲିସ କର୍ମଚାରୀ। ଘଟଣାଟି ପୁରୀଜିଲ୍ଲା ପିପିଲି ଚନ୍ଦ୍ରାଦେଇପୁର ଗାଁରେ ଘଟିଛି ।

ଖବର ଅନୁସାରେ ଚନ୍ଦ୍ରାଦେଇପୁର ଗାଁର ଅଭିଯୁକ୍ତ ଚନ୍ଦୁକୁ ଗିରଫ କରିବାକୁ ଯାଇଥିଲା ବଳଙ୍ଗା ପୁଲିସ। ଘଟଣାସ୍ଥଳରେ ନିଶା ସେବନ କରୁଥିବା ଅଭିଯୁକ୍ତର ବନ୍ଧୁ କାଳୁ ପରିଡ଼ା ପୁଲିସ କର୍ମଚାରୀଙ୍କୁ ଅତର୍କିତ ଆକ୍ରମଣ କରିଥିଲା । କାଳୁର ଆକ୍ରମଣରେ ବଳଙ୍ଗା ଥାନାର ଦୁଇ ପୁଲିସ କର୍ମଚାରୀ ମହେନ୍ଦ୍ର ମହାନ୍ତି ଓ ସୁମନ୍ତ ବେହେରା । ଅଭିଯୁକ୍ତ ଚନ୍ଦୁ ନାଁରେ ଆଗରୁ ବଳଙ୍ଗା ଥାନାରେ ଏକାଧିକ ମାମଲା ରହିଛି ।

ତେଣୁ ଚନ୍ଦୁକୁ ଥାନାରେ ହାଜର ହେବାକୁ ନୋଟିସ କରାଯାଇଥିଲା । ହେଲେ ଚନ୍ଦୁ ଥାନାରେ ହାଜର ନହେବାରୁ ଗିରଫ କରିବାକୁ ପୁଲିସ ଚନ୍ଦ୍ରାଦେଇପୁର ପହଞ୍ଚିଥିଲା । ପୋଲିସ ଚନ୍ଦୁକୁ ଗିରଫ କରିବାକୁ ଆସିଥିବା ଜାଣିବା ପରେ କାଳୁ ଆକ୍ରମଣ କରି ଫେରାର ହୋଇଯାଇଥିବା ସୂଚନା ମିଳିଛି ।

ସେୟାର କରନ୍ତୁ

Next Post

ପାଣିପାଗ ନେଇ ସତର୍କ ସୂଚନା: ୨୪ ଘଣ୍ଟାରେ ଆଉ ଏକ ଲଘୁଚାପ

Wed Aug 7 , 2024
ବାସ୍ତବ ବ୍ୟୁରୋ: ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ, ଗାଙ୍ଗେୟ ପଶ୍ଚିମବଙ୍ଗ ଓ ସଂଲଗ୍ନ ବାଂଲାଦେଶ ଉପରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଫଳରେ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଏବଂ ଉତ୍ତର ଓଡ଼ିଶା ଉପରେ ଏହାର ପ୍ରଭାବ ରହିଛି। ଏହାର ପ୍ରଭାବରେ ଆଗାମୀ ୨୪ ଘଣ୍ଟାରେ ଉକ୍ତ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗ ଅନୁସାରେ ଆସନ୍ତାକାଲି (ଗୁରୁବାର) ସକାଳ ୮ଟା ପର୍ଯ୍ୟନ୍ତ […]

You May Like

Breaking News

Pin It on Pinterest