
ପିପିଲି(ନି.ପ୍ର): ଚନ୍ଦ୍ରାଦେଇପୁର ଚନ୍ଦୁ,ଆଜି ଚର୍ଚ୍ଚାରେ,ଏକାଧିକ ମାମଲାରେ ଜଡିତ ଚନ୍ଦୁକୁ,ଗିରଫ କରିବାକୁ ଯାଇ ଆକ୍ରମଣର ଶିକାର ହେଲେ ପୁଲିସ କର୍ମଚାରୀ। ଘଟଣାଟି ପୁରୀଜିଲ୍ଲା ପିପିଲି ଚନ୍ଦ୍ରାଦେଇପୁର ଗାଁରେ ଘଟିଛି ।
ଖବର ଅନୁସାରେ ଚନ୍ଦ୍ରାଦେଇପୁର ଗାଁର ଅଭିଯୁକ୍ତ ଚନ୍ଦୁକୁ ଗିରଫ କରିବାକୁ ଯାଇଥିଲା ବଳଙ୍ଗା ପୁଲିସ। ଘଟଣାସ୍ଥଳରେ ନିଶା ସେବନ କରୁଥିବା ଅଭିଯୁକ୍ତର ବନ୍ଧୁ କାଳୁ ପରିଡ଼ା ପୁଲିସ କର୍ମଚାରୀଙ୍କୁ ଅତର୍କିତ ଆକ୍ରମଣ କରିଥିଲା । କାଳୁର ଆକ୍ରମଣରେ ବଳଙ୍ଗା ଥାନାର ଦୁଇ ପୁଲିସ କର୍ମଚାରୀ ମହେନ୍ଦ୍ର ମହାନ୍ତି ଓ ସୁମନ୍ତ ବେହେରା । ଅଭିଯୁକ୍ତ ଚନ୍ଦୁ ନାଁରେ ଆଗରୁ ବଳଙ୍ଗା ଥାନାରେ ଏକାଧିକ ମାମଲା ରହିଛି ।
ତେଣୁ ଚନ୍ଦୁକୁ ଥାନାରେ ହାଜର ହେବାକୁ ନୋଟିସ କରାଯାଇଥିଲା । ହେଲେ ଚନ୍ଦୁ ଥାନାରେ ହାଜର ନହେବାରୁ ଗିରଫ କରିବାକୁ ପୁଲିସ ଚନ୍ଦ୍ରାଦେଇପୁର ପହଞ୍ଚିଥିଲା । ପୋଲିସ ଚନ୍ଦୁକୁ ଗିରଫ କରିବାକୁ ଆସିଥିବା ଜାଣିବା ପରେ କାଳୁ ଆକ୍ରମଣ କରି ଫେରାର ହୋଇଯାଇଥିବା ସୂଚନା ମିଳିଛି ।