ରାଜ୍ୟରେ ବଡ଼ଧରଣର ଆଇଏଏସ୍ ସ୍ତରରେ ଅଦଳ ବଦଳ….

ଭୁବନେଶ୍ବର(ନି.ପ୍ର): ରାଜ୍ୟରେ ଆଇଏଏସ୍ ସ୍ତରରେ ବଡ଼ ଧରଣର ଅଦଳ ବଦଳ ।ବିଳମ୍ବିତ ରାତିରେ ଅଧିକାରୀଙ୍କ ବଦଳି କରିଛନ୍ତି ସରକାର। ସରକାର ବଦଳିବା ପରେ ଜିଲ୍ଲାପାଳ ସ୍ତରରେ କେବେ ବଦଳି ହେବ ସେ ନେଇ ଚର୍ଚ୍ଚା ଧରିଥିଲା। ମୋଟ୍ ୨୫ଜଣ ଅଧିକାରୀଙ୍କର ବଦଳି ହୋଇଛି । ଏଥିରେ ୨୨ଜଣ ଆଇଏଏସ୍, ୩ଜଣ ବରିଷ୍ଠ ଓଏଏସ୍ ଅଧିକାରୀ ଅଛନ୍ତି ।ସେମାନଙ୍କ ମଧ୍ୟରୁ ୧୭ଜଣ ଆଇଏଏସଙ୍କୁ ବିଭିନ୍ନ ଜିଲ୍ଲାପାଳ ଓ ଅନ୍ୟ ୩ଜଣ ବରିଷ୍ଠ ଓଏଏସ୍ ଅଫିସର କବିନ୍ଦ୍ର କୁମାର ସାହୁଙ୍କୁ ଦେବଗଡ଼, ମଧୁସୂଦନ ଦାଶଙ୍କୁ ନୂଆପଡ଼ା ଓ ସୁବ୍ରତ କୁମାର ପଣ୍ଡାଙ୍କୁ ବୌଦ୍ଧ ଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଛି । ମୋହନ ସରକାର କ୍ଷମତାକୁ ଆସିବା ପରେ ଜିଲ୍ଲାପାଳସ୍ତରରେ ଏହା ପ୍ରଥମ ବଦଳି ।

ବରିଷ୍ଠ ଆଇଏଏସ୍ ବିଜୟକେତନ ଉପାଧ୍ୟାୟଙ୍କୁ ଓଡ଼ିଶା ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି। ଏହି ଦାୟିତ୍ୱରେ ଥିବା ଦିଲ୍ଲୀପ ରାଉତରାୟଙ୍କୁ ଭଦ୍ରକ ଜିଲ୍ଲାପାଳ ଭାବେ ବଦଳି ହୋଇଛି ।ସେହିପରି ବାଲେଶ୍ୱର ଜିଲ୍ଲାପାଳ ଆଶିଷ ଠାକରେଙ୍କୁ ରାଜସ୍ୱ ବୋର୍ଡର ସଚିବ ଭାବେ ନୂଆ ନିଯୁକ୍ତି ପାଇଛନ୍ତି। ନବରଙ୍ଗପୁର ଜିଲ୍ଲାପାଳ କମଳ ଲୋଚନ ମିଶ୍ରଙ୍କୁ ଓସ୍ଡମାର ନିର୍ବାହୀ ନିର୍ଦ୍ଦେଶକ, ଯାଜପୁର ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣଙ୍କୁ ମୂର୍ତ୍ତିକା ସଂରକ୍ଷଣ ଏବଂ ଜଳଛାୟା ଡିଭିଜନ ନିର୍ଦ୍ଦେଶକ, ସିଏମ୍ସି କମିସନର ବିଜୟ କୁମାର ଦାଶଙ୍କୁ ଗଜପତି ଜିଲ୍ଲାପାଳ ଦାୟିତ୍ୱ ମିଳିଛି । ସେଠାରେ ଥିବା ସ୍ମୃତିରଞ୍ଜନ ପ୍ରଧାନଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଭାବେ ବଦଳି କରାଯାଇଛି।

 ଓସେପା ପ୍ରକଳ୍ପ ନିର୍ଦ୍ଦେଶକ-ପାରୁଲ ପଟୱାରୀ ନୂତନ ଦାୟିତ୍ୱ- ଜିଲ୍ଲାପାଳ, ରାୟଗଡ଼ା ,ଢେଙ୍କାନାଳ ଜିଲ୍ଲାପାଳ- ଅମ୍ରିତ ଋତୁରାଜ ନୂତନ ଦାୟିତ୍ୱ – ଜିଲ୍ଲାପାଳ କନ୍ଧମାଳ,ଭଦ୍ରକ ଜିଲ୍ଲାପାଳ- ସିଦ୍ଧେଶ୍ୱର ବଳିରାମ ବୋନ୍ଦର ନୂତନ ଦାୟିତ୍ୱ- ଜିଲ୍ଲାପାଳ, ସମ୍ବଲପୁର,ମୟୂରଭଞ୍ଜ ଜିଲ୍ଲାପାଳ- ଦତ୍ତାତ୍ରେୟ ବି. ସିନ୍ଧେ ନୂତନ ଦାୟିତ୍ୱ- ଜିଲ୍ଲାପାଳ କଟକ,ନୂଆପଡ଼ା ଜିଲ୍ଲାପାଳ- ହେମକାନ୍ତ ସଏ ନୂତନ ଦାୟିତ୍ୱ- ଜିଲ୍ଲାପାଳ, ମୟୂରଭଞ୍ଜ ।

ସେହିପରି କଳାହାଣ୍ଡି ଜିଲ୍ଲାପାଳ- ପି. ଅନ୍ୱେଷା ରେଡ୍ଡୀ ନୂତନ ଦାୟିତ୍ୱ – ଜିଲ୍ଲାପାଳ, ଯାଜପୁର କନ୍ଧମାଳ ଜିଲ୍ଲାପାଳ- ଆଶୀଷ ଈଶ୍ୱର ପାଟିଲ ନୂତନ ଦାୟିତ୍ୱ – ଜିଲ୍ଲାପାଳ, ମାଲକାନଗିରି, ଦେବଗଡ଼ ଜିଲ୍ଲାପାଳ-ସୋମେଶ କୁମାର ଉପାଧ୍ୟାୟ  ନୂତନ ଦାୟିତ୍ୱ – ଜିଲ୍ଲାପାଳ ଢେଙ୍କାନାଳ, ନିର୍ଦ୍ଦେଶକ,ଗ୍ରାମ୍ୟ ଉନ୍ନୟନ- ଶୁଭଙ୍କର ମହାପାତ୍ର ନୂତନ ଦାୟିତ୍ୱ – ଜିଲ୍ଲାପାଳ ନବରଙ୍ଗପୁର,କେନ୍ଦ୍ରାପଡ଼ା ଜିଲ୍ଲାପାଳ- ସୂର୍ଯ୍ୟବଂଶୀ ମୟୂର ବିକାଶ ନୂତନ ଦାୟିତ୍ୱ – ଜିଲ୍ଲାପାଳ ବାଲେଶ୍ୱର,ବୌଦ୍ଧ ଜିଲ୍ଲାପାଳ- ଜେ.ସୋନାଲ                         ନୂତନ ଦାୟିତ୍ୱ ଜିଲ୍ଲାପାଳ, ଜଗତସିଂହପୁର,ମାଲକାନଗିରି ଜିଲ୍ଲାପାଳ- ପାୱାର ସଚ୍ଚିନ ପ୍ରକାଶ ନୂତନ ଦାୟିତ୍ୱ – ଜିଲ୍ଲାପାଳ କଳାହାଣ୍ଡି,ସମ୍ବଲପୁର ଜିଲ୍ଲାପାଳ-ଅକ୍ଷୟ ସୁନୀଲ ଅଗ୍ରୱାଲ             ନୂତନ ଦାୟିତ୍ୱ – ଜିଲ୍ଲାପାଳ ନୟାଗଡ଼ ।ରାୟଗଡ଼ା ଜିଲ୍ଲାପାଳ- ମନୋଜ ସତ୍ୟାୟନ ମହାଜନ ନୂତନ ଦାୟିତ୍ୱ – ଜିଲ୍ଲାପାଳ ସୁନ୍ଦରଗଡ଼ ।କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ,ଓଏମସି-କବିନ୍ଦ୍ର କୁମାର ସାହୁ ନୂତନ ଦାୟିତ୍ୱ- ଜିଲ୍ଲାପାଳ ଦେବଗଡ଼,ସ୍ୱତନ୍ତ୍ର ସଚିବ,ସଂସ୍କୃତି ବିଭାଗ-ମଧୁସୂଦନ ଦାଶ ନୂତନ ଦାୟିତ୍ୱ- ଜିଲ୍ଲାପାଳ ନୂଆପଡ଼ା ।ସ୍ୱତନ୍ତ୍ର ସଚିବ,ଗ୍ରାମ୍ୟ ଉନ୍ନୟନ-ସୁବ୍ରତ କୁମାର ପଣ୍ଡା ନୂତନ ଦାୟିତ୍ୱ- ଜିଲ୍ଲାପାଳ ବୌଦ୍ଧ,ନୟାଗଡ଼ ଜିଲ୍ଲାପାଳ- ସ୍ୱଧାଦେବ ସିଂ                ନୂତନ ଦାୟିତ୍ୱ-  ଅତିରିକ୍ତ ସଚିବ ପଂଚାୟତିରାଜ ବିଭାଗ ।

ସେୟାର କରନ୍ତୁ

Next Post

ଆଇନ ମନ୍ତ୍ରୀଙ୍କ ବଡ଼ ଘୋଷଣା,ଆଉ ଖୋଲାଯିବ ନାହିଁ ନୂଆ ମଦ ଦୋକାନ...

Thu Aug 8 , 2024
ଭୁବନେଶ୍ବର(ନି.ପ୍ର): ନୂଆ ମଦ ଦୋକାନ ଖୋଲାଯିବ ନାହିଁ। ଏନେଇ ସରକାରଙ୍କ ବଡ ନିଷ୍ପତ୍ତି। ଏସମ୍ପର୍କରେ ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଘୋଷଣା କରିଛନ୍ତି। ରାଜ୍ୟରେ ଚୋରା ମଦ ବିକ୍ରି କିପରି ବନ୍ଦ ହେବ ତାହା ଏକ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇଥିବା ଆଇନମନ୍ତ୍ରୀ କହିଛନ୍ତି। ଆଗାମୀ ବର୍ଷ ଠୁାରୁ ଓଡ଼ିଶାରେ ଚୋରା ମଦ ଚାଲାଣ ବନ୍ଦ କରିବା ପାଇଁ ଯୋଜନା ହୋଇଥିବା ମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି। […]

You May Like

Pin It on Pinterest