ଆଇନ ମନ୍ତ୍ରୀଙ୍କ ବଡ଼ ଘୋଷଣା,ଆଉ ଖୋଲାଯିବ ନାହିଁ ନୂଆ ମଦ ଦୋକାନ…

ଭୁବନେଶ୍ବର(ନି.ପ୍ର): ନୂଆ ମଦ ଦୋକାନ ଖୋଲାଯିବ ନାହିଁ। ଏନେଇ ସରକାରଙ୍କ ବଡ ନିଷ୍ପତ୍ତି। ଏସମ୍ପର୍କରେ ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଘୋଷଣା କରିଛନ୍ତି।

ରାଜ୍ୟରେ ଚୋରା ମଦ ବିକ୍ରି କିପରି ବନ୍ଦ ହେବ ତାହା ଏକ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇଥିବା ଆଇନମନ୍ତ୍ରୀ କହିଛନ୍ତି। ଆଗାମୀ ବର୍ଷ ଠୁାରୁ ଓଡ଼ିଶାରେ ଚୋରା ମଦ ଚାଲାଣ ବନ୍ଦ କରିବା ପାଇଁ ଯୋଜନା ହୋଇଥିବା ମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି। ସେହି ଆଧାରରେ ପରିବର୍ତ୍ତନ ମଧ୍ୟ କରାଯାଉଛି। ଆଗକୁ ଆମୂଳଚୁଳ ପରିବର୍ତ୍ତନ କରାଯିବ।

ଆସନ୍ତା ବର୍ଷା ଯେଉଁ ମଦନୀତି ହେବ, ସେଥିରେ ଓଡ଼ିଶାରୁ ଚୋରମଦ ବିକ୍ରି ବନ୍ଦ କରିବାକୁ ନୀତି ପ୍ରଣୟନ କରାଯିବ। ଯେଉଁ ମଦନୀତି ଥିଲା ସେଥିରେ କିଛି ସଂଶୋଧନ କରାଯିବ। ଯେଉଁ କିଛି ସମସ୍ୟା ରହିଥିଲା,ତାହାର କିପରିସମାଧାନ କରାଯିବ ସେ ଦିଗରେ ପ୍ରଚେଷ୍ଟା କରାଯାଉଛି ବୋଲି ଆଇନମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି।

ସେୟାର କରନ୍ତୁ

Next Post

ମା'ଭଟ୍ଟାରିକା ଙ୍କ ମନ୍ଦିର ବେଢ଼ାରେ ପସିଲା ମହାନଦୀର ବନ୍ୟାଜଳ...

Thu Aug 8 , 2024
କଟକ(ସଂଜୟ ଶତପଥୀ): କଟକ ଜିଲ୍ଲା ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମା’ଭଟ୍ଟାରିକା ଙ୍କ ମନ୍ଦିର ବେଢା ଛୁଇଁଲା ମହାନଦୀର ବନ୍ୟାଜଳ। ହୀରାକୁଦ ଜଳଭଣ୍ଡାରରେ ୧୪ଟି ଗେଟ୍ ଖୋଲାଥିବା ବେଳେ ଏପଟେ ଦୁଇ ଦିନର ଲଗାଣ ବର୍ଷା ଯୋଗୁ ମନ୍ଦିର ବେଢାରେ ବନ୍ୟାଜଳ ପ୍ରବେଶ କରିଛି।ହେଲେ ମାଙ୍କୁ ଜଳାସାୟୀ କରିପାରିନାହିଁ। ଆଜି ସକାଳୁ ବନ୍ୟାଜଳ ବୃଦ୍ଧିପାଇବାରେ ଲାଗିଛି। ବନ୍ୟାଜଳ ମା’ଙ୍କୁ ଜଳାସାୟୀ କରିବାକୁ ହେଲେ ଆହୁରି କିଛି ସମୟ ଲାଗିବ ବୋଲି ଅନୁମାନ […]

You May Like

Breaking News

Pin It on Pinterest