ବାସ୍ତବ ବ୍ୟୁରୋ: ଅଗଷ୍ଟ ୯ ତାରିଖ ହେଉଛି ଭାରତ ଛାଡ଼ ଆନ୍ଦୋଳନ ଦିବସ। ଏହି ଦିନକୁ ଭାରତର ସ୍ୱାଧୀନତା ଆନ୍ଦୋଳନରେ କ୍ରାନ୍ତି ଦିବସ ଭାବେ ମଧ୍ୟ ପାଳନ କରାଯାଏ। ସହିଦ ସ୍ମାରକୀ ସ୍ୱାଧୀନତା ସଂଗ୍ରାମୀ ସଦନ ଠାରେ ରାଜ୍ୟ ସ୍ୱାଧୀନତା ସଂଗ୍ରାମୀ ସମିତି ପକ୍ଷରୁ ଆୟୋଜିତ କ୍ରାନ୍ତି ଦିବସ ସମାରୋହରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କରିଛନ୍ତି ବଡ଼ ଘୋଷଣା। କୁଟୁମ୍ବ ଯୋଜନାରେ ସ୍ବାଧୀନତା ସଂଗ୍ରାମୀଙ୍କ ପରିବାରକୁ ଭତ୍ତା ଦିଆଯିବ। ଏନେଇ ଖୁବ୍ ଶୀଘ୍ର ସ୍ବାଧୀନତା ସଂଗ୍ରାମୀଙ୍କ ପରିବାରକୁ ଚିହ୍ନଟ କରାଯିବ।