
ସଂଜୟ ଶତପଥୀ(କଟକ): ଆଜି କଟକର ରେଭେନ୍ସା କଲିଜିଏଟ୍ ସ୍କୁଲ ପରିସରରେ ଅନୁଷ୍ଠିତ ହେଉଥିବା ତ୍ରୀଦିବସୀୟ ଭାରତ ସ୍କାଉଟ୍ସ ଓ ଗାଇଡ୍ ର କଟକ ଜିଲ୍ଲା କ୍ଯାମ୍ପୋରୀ -୨୦୨୩-୨୪ ମହାସମାରୋହରେ ବହୁ ବିଶିଷ୍ଟ ଅତିଥିମାନଙ୍କ ଉପସ୍ଥିତିରେ ଉଦଯାପିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମର ଉଦଯାପନ ଉତ୍ସବ ରେ ପ୍ରାତଃ ଘ୦୬.୩୦ ମିନିଟ୍ ରେ କାର୍ଯ୍ୟକ୍ରମ ର ପ୍ରାରମ୍ଭରେ ସର୍ବଧର୍ମ ପ୍ରାର୍ଥନା ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ ତଥା ବିଶିଷ୍ଟ ସଙ୍ଗୀତ ଗୁରୁ ଶ୍ରୀ ବିଶ୍ଵନାଥ ମିଶ୍ର ଙ୍କ ନିର୍ଦ୍ଦେଶନାରେ ବିଦ୍ୟାଳୟ ର ଛାତ୍ରଛାତ୍ରୀଙ୍କ ଦ୍ଵାରା ଗାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଏଲ୍.ଆର୍.ଡିଏଭି ର ଅଧ୍ୟକ୍ଷ ଶ୍ରୀ ନିରଞ୍ଜନ ସ୍ବାଇଁ ଓ ରାଜ୍ୟ ଉପ-ସଂଯୋଜକ, ସଂସ୍କୃତି ବୋଧ ପରିଯୋଜନା ଶ୍ରୀ ପଦ୍ମନାଭ ସାମଲ ଯୋଗଦେଇଥିଲେ।

ଏହି ଉଦଯାପନ ଉତ୍ସବ ର ଦ୍ବିତୀୟ ସୋପାନରେ ଦିବା ଘ୧୧.୩୦ ମିନିଟ୍ ରେ ଭାରତ ସ୍କାଉଟ୍ସ ଓ ଗାଇଡ୍ ର ଜିଲ୍ଲା ମୂଖ୍ୟ ଆୟୁକ୍ତ ତଥା କଟକ ଜିଲ୍ଲା ଶିକ୍ଷା ଅଧୂକାରୀ ଡଃ ସନ୍ତୋଷ କୁମାର ରାଉତ ଙ୍କ ସଭାପତିତ୍ବରେ ଆରମ୍ଭ ଏହି କାର୍ଯ୍ୟକ୍ରମ ରେ ମୂଖ୍ୟ ଅତିଥି ଭାବେ ଭାରତ ସ୍କାଉଟ୍ସ ଓ ଗାଇଡ୍ ର ରାଜ୍ଯ ମୂଖ୍ୟ ଆୟୁକ୍ତ ତଥା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଡଃ କାଳୀ ପ୍ରସାଦ ମିଶ୍ର, ମୂଖ୍ୟ ବକ୍ତା ଭାବେ ଭାରତ ସ୍କାଉଟ୍ସ ଓ ଗାଇଡ୍ ର ରାଜ୍ୟ ଉପାଧ୍ୟକ୍ଷ ଜଷ୍ଟିସ ମନୋରଞ୍ଜନ ମହାନ୍ତି, ସମ୍ମାନିତ ଅତିଥି ଭାବେ ଭାରତ ସ୍କାଉଟ୍ସ ଓ ଗାଇଡ୍ ର ରାଜ୍ୟ ସମ୍ପାଦକ ଶ୍ରୀ ଶରତ ଚନ୍ଦ୍ର ପାଇକରାୟ, ରାଜ୍ୟ କୋଷାଧ୍ୟକ୍ଷ ଶ୍ରୀ ଭବାନୀ ପ୍ରସାଦ ମିଶ୍ର, ପ୍ରାଶାସନିକ ଅଧିକାରୀ ଶ୍ରୀମତୀ ଅନାମିକା ଦାସ, ନିର୍ଦ୍ଦେଶକ, ଜାଭିୟର୍ସ ଗୃପ ଡଃ ପ୍ରଭୁଚରଣ ମହାନ୍ତି ଏବଂ ସହକାରୀ ଆୟୁକ୍ତ ତଥା ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧୂକାରୀ ଶ୍ରୀମତୀ ସୋନାମିକା ରାୟ ଯୋଗଦେଇ ନିଜ ନିଜର ବକ୍ତବ୍ୟ ମାଧ୍ୟମରେ ସମସ୍ତ ଉପସ୍ଥିତ ସ୍କାଉଟ୍ ଓ ଗାଇଡ୍ ର ଶିକ୍ଷାର୍ଥୀ ମାନଙ୍କୁ କର୍ତ୍ତବ୍ୟବୋଧ ବିଷୟରେ ସୂଚନା ପ୍ରଦାନ କରିଥୂଲେ।

କାର୍ଯ୍ୟକ୍ରମ ର ଆରମ୍ଭରେ ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ ତଥା ସଙ୍ଗୀତ ଗୁରୁ ଶ୍ରୀ ବିଶ୍ଵନାଥ ମିଶ୍ର ଙ୍କ ନିର୍ଦ୍ଦେଶନାରେ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ସମ୍ମିଳିତ ଜାତୀୟ ସଙ୍ଗୀତ ଗାନ କରାଯିବା ସହ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଭ ଭଜନ ଗାନ କରାଯାଇଥିଲା। ଅବଶେଷ ରେ ଆମନ୍ତ୍ରିତ ଅତିଥିମାନଙ୍କ ଦ୍ବାରା ଶ୍ରେଷ୍ଠ ତଥା କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା।



