IIT ମାଡ୍ରାସ ପୁଣି ଦେଶର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ: ଏନଆଇଆରଏଫ ୨୦୨୪

ବାସ୍ତବ ବ୍ୟୁରୋ: ଆଜି (ସୋମବାର ) ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ନ୍ୟାସନାଲ ଇନଷ୍ଟିଚ୍ୟୁସନାଲ ରାଙ୍କିଙ୍ଗ ଫ୍ରେମୱାର୍କ (ଏନଆଇଆରଏଫ) ୨୦୨୪ ଘୋଷଣା କରାଯାଇଛି । ଇଣ୍ଡିଆ ମଣ୍ଡପରେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଘୋଷଣା କରିଛନ୍ତି। ଏନଆଇଆରଏଫ ରାଙ୍କିଙ୍ଗର ଏହା ହେଉଛି ୯ମ ସଂସ୍କରଣ । 

ଆଇଆଇଟି ମାଡ୍ରାସ କ୍ରମାଗତ ଷଷ୍ଠ ବର୍ଷ ପାଇଁ ସାମଗ୍ରିକ ଏନଆଇଆରଏଫ ମାନ୍ୟତାରେ ଶୀର୍ଷରେ ରହିଛି।  ଓଭରଅଲ କ୍ୟାଟାଗୋରୀ ଓ ଇଞ୍ଜିନିୟରିଂ ବର୍ଗରେ ଆଇଆଇଟି ମାଡ୍ରାସ ୧ନଂରେ ରହିଛି। ୨ୟ ସ୍ଥାନରେ ବେଙ୍ଗାଲୁରୁର ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସ, ୩ୟ ସ୍ଥାନରେ ଆଇଆଇଟି ବମ୍ବେ, ୪ର୍ଥ ସ୍ଥାନରେ ଆଇଆଇଟି ଦିଲ୍ଲୀ ରହିଛି । ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ଦଶମ ସ୍ଥାନରେ ରହିଛି । ଓଡ଼ିଶାର ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟ ୨୪ତମ ସ୍ଥାନରେ ଥିବାବେଳେ କିଟ୍ ବିଶ୍ବବିଦ୍ୟାଳୟ ୨୮ତମ ଓ ଏନଆଇଟି ରାଉରକେଲା ୩୪ତମ ସ୍ଥାନରେ ରହିଛି ।

ଶ୍ରେଷ୍ଠ ବିଶ୍ବବିଦ୍ୟାଳୟ ବର୍ଗରେ ବେଙ୍ଗାଲୁରୁର ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସ ରହିଥିବାବେଳେ ଦିଲ୍ଲୀର ହିନ୍ଦୁ କଲେଜ୍ ଦେଶର ନଂ୧ କଲେଜ୍ ମାନ୍ୟତା ପାଇଛି । ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ବର୍ଗର ୩ୟ ସ୍ଥାନରେ କ୍ରମାଗତ ତୃତୀୟ ଥର ପାଇଁ ଜାମିଆ ମିଲିଆ ଇସଲାମିଆ ରହିଛି। ଜାମିଆ ହାମଦର ଫାର୍ମାସୀ ପାଇଁ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ମାନ୍ୟତା ପାଇଛି।  ଏହି ରାଙ୍କିଙ୍ଗକୁ ଅଫିସିଆଲ୍ ୱେବସାଇଟ୍ nirfindia.org ରେ ଦେଖିହେବ।

ସେୟାର କରନ୍ତୁ

Next Post

ରାଜ୍ୟରେ ବାସ କରୁଥିବା ପ୍ରତ୍ୟେକ ନାଗରିକଙ୍କୁ ସୁରକ୍ଷା ଦେବା ରାଜ୍ୟ ସରକାରଙ୍କ ଦାୟିତ୍ବ: ବିଜେଡି

Mon Aug 12 , 2024
ଭୁବନେଶ୍ୱର(ନି.ପ୍ର)୧୨/୦୮/୨୦୨୪: ବିଜୁ ଜନତା ଦଳ ମୁଖ୍ୟାଳୟ ଶଙ୍ଖ ଭବନ ଠାରେ, ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ଜାତୀୟ ମୁଖପାତ୍ର ତଥା ବିଜୁ ଜନତାଦଳ ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ରାଜନୈତିକ ସଚିବ ସଂତୃପ୍ତ ମିଶ୍ର ବିଭିନ୍ନ ପ୍ରସଙ୍ଗରେ ସାମ୍ବାଦିକ ମାନଙ୍କ ପ୍ରଶ୍ନର ଉତ୍ତର ଦେଇ କହିଲେ କି, ରାଜ୍ୟ ସରକାରଙ୍କ ଉଦାସୀନତା ଯୋଗୁ ରାଜ୍ୟରେ ସୃଷ୍ଟି ହୋଇଛି ଆଳୁ ସମସ୍ୟା। ସରକାରଙ୍କ ଙ୍କ ପାଖରେ ଆଳୁ ସମସ୍ୟା ସମାଧାନ […]

You May Like

Pin It on Pinterest