କଟକରେ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା….

କଟକ(ସଂଜୟ ଶତପଥୀ): କଟକ ନଗର ଭାଜପା ତରଫରୁ ସ୍ୱଚ୍ଛ ଭାରତ ଯୋଜନାରେ ନଗର ସଭାପତି ଶ୍ରୀ ଲଲାଟେନ୍ଦୁ ବଡୁଙ୍କ ନେତୃତ୍ୱରେ ନେତାଜୀଙ୍କ ଜନ୍ମସ୍ଥାନ, ଓଡ଼ିଆ ବଜାରରେ ପ୍ରତିମୂର୍ତ୍ତି ସଫା କରାଯାଇ ସେଠାରେ ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା। ରାଜ୍ୟ ସଂଯୋଜକ ଶ୍ରୀ ମହେଶ ମହାନ୍ତି, ସହ ସଂଯୋଜିକା ଶ୍ରୀମତୀ ପଦ୍ମଜା ଦେବତା ଯୋଗ ଦେଇଥିଲେ।ନଗର ସଂଯୋଜକ ଜିତେନ୍ଦ୍ର ହାତୀ, ସହ ସଂଯୋଜକ କାମାକ୍ଷା ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଏହା ପରେ ପରେ ଯୁବମୋର୍ଚା ସଭାପତି ହରିଚନ୍ଦନ ନାୟକଙ୍କ ନେତୃତ୍ୱ ରେ ଏକ ସଭା କାର୍ଯ୍ୟକ୍ରମ ହୋଇଥିଲା।ସଭାରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଯୁବମୋର୍ଚା ସଭାପତି ଶ୍ରୀ ଅଭିଳାଷ ପଣ୍ଡା ଯୋଗ ଦେଇ ପୂର୍ବ ସୈନିକ ଙ୍କୁ ସମ୍ମାନିତ କରି ଦେଶର ଘଡ଼ିସନ୍ଧି ମୁହୂର୍ତ୍ତରେ ତୀବ୍ର ଜାତୀୟତା ଭାବ ନିର୍ମାଣ ପାଇଁ ପ୍ରେରଣା ଦାୟୀ ଉଦାହରଣ ରଖିଥିଲେ। ପରେ ନେତାଜୀଙ୍କ ଜନ୍ମସ୍ଥାନରୁ ତ୍ରିରଙ୍ଗା କାର୍ଯ୍ୟକର୍ତ୍ତା ମାନଙ୍କର ଏକ ଭବ୍ୟ ଶୋଭାଯାତ୍ରା ଦରଘା ବଜାର, ଚୌଧୁରୀ ବଜାର, ଯାଉଁଳିଆ ପଟି, ଫିରିଙ୍ଗି ବଜାର, ଉପର ତେଲେଙ୍ଗା ବଜାର ହୋଇ ପୁରିଘାଟ ଗାନ୍ଧି ସ୍ମୃତି ପୀଠ ପାଖରେ ପହଞ୍ଚିଥିଲା।

ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ ବିନୋଦ ଦାଶ, ରଶ୍ମିରେଖା ଦାସ, ଲକ୍ଷ୍ମୀଧର ପ୍ରଧାନ,ଗଗନ ଓଝା, ଗୋପାଳ ବେହେରା, ଲକ୍ଷ୍ମୀଧର ବେହେରା,ପ୍ରବୀଣା ମହାପାତ୍ର, ପ୍ରମୋଦ ସାହୁ, ୱାଇ ୱାଣି ,ନଳିନୀ ରା଼ୟ,କୁମାର ରାଜ ମନ୍ୟୁ, ବିଶ୍ୱଜିତ ପ୍ରଧାନ, ସନ୍ଦୀପ ବିଶ୍ୱାଳ, ଦିଲ୍ଲୀପ ସାହୁ, ସୁବାଷ ମହାନ୍ତି, ଶରତ ଭୋଳ, ଅନୁପମ ଦାସ,ସତ୍ୟଜିତ ମହଲା,ଶିଳ୍ପା ଗୋସ୍ୱାମୀ, ଶିବ ନାରାୟଣ ନାୟକ,ବାଣୀ ପ୍ରସାଦ ମିଶ୍ର, ଚିରଞ୍ଜିତ ପଟ୍ଟନାୟକ, ଜ୍ୟୋତି ପ୍ରକାଶ ମଲ୍ଲ, ସୌମ୍ୟ ନାୟକ, ଆୟୁଷ ମହାନ୍ତି, ରାକେଶ ବସ୍ତିଆ, ରାକେଶ ଦଳେଇ, ନିର୍ମଳା ଆଚାର୍ଯ୍ୟ, ଗୀତାଞ୍ଜଳି, ସବିତା ବେହେରା,ହେମନ୍ତ ସାହୁ, ବିଶାଲ, ଶ୍ରୀକାନ୍ତ ବେହେରା, ଦୀପକ କାହାଳୀ, ଦେବାଶିଷ ଦାଶ,ସରୋଜ ସ୍ୱାଇଁ, ମଧୁସ୍ମିତା ପ୍ରଧାନ,ଅଳକା ମହାନ୍ତି, ସ୍ମୃତି ମହାନ୍ତି,ବିଜୟ ମହାରଣା, ବବିନା ଆଚାର୍ଯ୍ୟ, ବିଚିତ୍ରାନନ୍ଦ ମାଝୀ,କଲ୍ୟାଣୀ ମହଲା ଓ ସୁଦୀପ୍ତ ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ।

ସେୟାର କରନ୍ତୁ

Next Post

ନବ ଦାସ ହତ୍ୟାକାଣ୍ଡର ପୁନଃ ତଦନ୍ତ ହେବ:ଆଇନ ମନ୍ତ୍ରୀ

Wed Aug 14 , 2024
ନବ ଦାସ ହତ୍ୟାକାଣ୍ଡ,ର ପୁନଃ ତଦନ୍ତ ହେବ,ବିଜେପି ସରକାରଙ୍କ ବଡ ନିଷ୍ପତ୍ତି।ଖୋଲିବକି ନବ ଦାସଙ୍କ ହତ୍ୟା ମାମଲାର ଗୁମର ।ତଥ୍ଯ ଅନୁସାରେ ବିଜେପି ସରକାର ଏହି ମାମଲାର ପୁନଃ ତଦନ୍ତ କରିବାକୁ ନିଷ୍ପତି ନେଇଛନ୍ତି । ଏନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରଚନ୍ଦନ ଜାତୀୟ ଗଣମାଧ୍ୟମ ସଂସ୍ଥା ଟାଇମ୍ସ ଅଫ ଇଣ୍ଡିଆକୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି । ବିଜେଡି ସରକାରରେ କ୍ୟାବିନେଟ ମନ୍ତ୍ରୀ ଥିଲେ ନବ ଦାସ । […]

You May Like

Pin It on Pinterest