
କଟକ(ସଂଜୟଶତପଥୀ): ରାଜ୍ୟର ମହିଳା କର୍ମଚାରୀ ମାନଙ୍କ ପାଇଁ ବଡ ଘୋଷଣା, ମାସିକଧର୍ମ (ଋତୁସ୍ରାବ) ପାଇଁ ଗୋଟିଏ ଦିନ ମିଳିବ ଛୁଟି। ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏ ନେଇ ସୂଚନା ଦେଇଛନ୍ତି।
ସରକାରୀ ଓ ବେସରକାରୀ କ୍ଷେତ୍ରରେ ଏହି ଛୁଟି ଲାଗୁ କରାଯିବ ବୋଲି ସୂଚନା ମିଳିଛି। କଟକରେ ସ୍ୱାଧୀନତା ଦିବସ ପାଳନ ଅବସରରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏହି ଘୋଷଣା କରିଛନ୍ତି ।ମାସିକ ଧର୍ମର ପ୍ରଥମ କିମ୍ବା ଦ୍ବିତୀୟ ଦିନ ଏହି ଛୁଟି ନେଇପାରିବେ।