
ବରଗଡ(ନବୀନ ଦାଶ):ବରଗଡ ଜିଲ୍ଲା ଅତାବିରା ଅଗ୍ରସେନ ଭବନ ଠାରେ “ଆଜାଦି କା ଅମୃତ ମହୋତ୍ସବ” ୭୮ ତମ ସ୍ବାଧିନତା ଦିବସ ଅବସରରେ ଅତାବିରା ଟ୍ରକ୍ ମାଲିକ ସଂଘ ଓ ସମ୍ବଲପୁର ତ୍ରିଲୋଚନ ନେତ୍ରାଲୟ ପକ୍ଷରୁ ସଂଘ ର ସଭାପତି ଭୂପେନ୍ଦ୍ର କୁମାର ପଟେଲ ଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ବିଧାୟକ ନିହାର ରଞ୍ଜନ ମହାନନ୍ଦ ଯୋଗ ଦେଇ ଫିତା କାଟି ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି।
ଶିବିରରେ ରେ ବହୁ ଚକ୍ଷୁ ରୋଗୀ ନିଜ ନିଜ ର ଆଖି ପରୀକ୍ଷା କରାଇ ଆବଶ୍ୟକ ସ୍ଥଳେ ଚଷମା ପ୍ରଦାନ କରାଯିବା ସହ ଅପରେସନ ପାଇଁ ସମ୍ବଲପୁର ଓ ବରଗଡ ଚକ୍ଷୁ ପରୀକ୍ଷା କେନ୍ଦ୍ର କୁ ପଠାଇ ଦିଆଯାଇଥିବା ସଂଘ ପକ୍ଷରୁ ଜଣା ପଡ଼ିଛି।ଏହି ଅବସରରେ ସଂଘ ର ସମସ୍ତ ସଦସ୍ୟ ଙ୍କ ସକ୍ରିୟ ଉପସ୍ଥିତି ରହିଥିବା ବେଳେ ତ୍ରିଲୋଚନ ନେତ୍ରାଲୟ କାଇସିର ସମ୍ବଲପୁର ର ଡ.ଦେବାଶିଷ ମାହାତୋ ସଦଳବଳେ ଶିବିର ସାଫଲ୍ୟ ମଣ୍ଡିତ ହୋଇଥିଲା।