
ଭୁବନେଶ୍ୱର(ନି.ପ୍ର): ଭାରତୀୟ ହକି ଦଳ ର ଓଡ଼ିଆ ଖେଳାଳୀ ଶ୍ରୀ ଅମିତ ରୋହିଦାସ ଙ୍କୁ ଆଜି ବିରୋଧୀ ଦଳନେତା ଶ୍ରୀ ନବୀନ ପଟନାୟକ ନବୀନ ନିବାସ ରେ ସମ୍ବର୍ଦ୍ଧିତ କରିଛନ୍ତି.
ଅମିତଙ୍କୁ ରୁପା ତାରାକାସି କାମର ରଥା ରୁଢ଼ ଜଗନ୍ନାଥ, ବଲଭଦ୍ର ଓ ସୁଭଦ୍ରା ଙ୍କ ପ୍ରତିମୂର୍ତ୍ତି ଏବଂ ଉତ୍ତରୀୟ ଶ୍ରୀ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଥିଲେ.
ଅମିତ ଙ୍କୁ ଓଡିଶା ର ଗର୍ବ ଭାବରେ ଶ୍ରୀ ପଟନାୟକ ବର୍ଣ୍ଣନା କରିବା ସହ ଯୁବ ପିଢ଼ି କୁ ତାଙ୍କର ସଫଳତା ପ୍ରେରଣା ଦେଇଚାଲିବ ବୋଲି କହିଥିଲେ lଓଡିଶା ଭାରତୀୟ ହକି ଦଳ କୁ ପ୍ରାୟୋଜିତ କରିବା ପରେ ଲଗାତାର ଦୁଇଟି ଅଲିମ୍ପିକ ରେ ଦଳ ଦୁଇ ଦୁଇ ଟି ବ୍ରୋଂଜ଼ ପଦକ ପାଇ ଦେଶ ର ଗୌରବ ବୃଦ୍ଧି କରିଥିବାରୁ ଶ୍ରୀ ପଟ୍ଟନାୟକ ଅମିତ ଙ୍କୁ ଓ ଭାରତୀୟ ହକି ଦଳ କୁ ଅଭିନନ୍ଦନ ଜଣାଇ ଥିଲେl ଆଗାମୀ ଲସଏଞ୍ଜେଲସ ଅଲିମ୍ପିକ ରେ ଭାରତୀୟ ଦଳ ଆହୁରି ଭଲ ପ୍ରଦର୍ଶନ କରି ସୁନା ପଦକ ଜିତିବ ବୋଲି ଶ୍ରୀ ପଟ୍ଟନାୟକ ଦୃଢ଼ ଆଶା ବ୍ୟକ୍ତ କରିଥିଲେ.
ସମ୍ବର୍ଦ୍ଧନା ପାଇଁ ଧନ୍ୟବାଦ ଜଣାଇବା ନବୀନ ପଟ୍ଟନାୟକ ଙ୍କୁ ପ୍ୟାରିସ ଅଲିମ୍ପିକ ର mascot ପ୍ରଦାନ କରିବା ସହ ଭାରତୀୟ ହକି ଦଳ ର ଏହି ସଫଳତା ରେ ନବୀନ ପଟ୍ଟନାୟକ ଙ୍କ ପ୍ରୋତ୍ସାହନ ପାଇଁ ଦଳ ପକ୍ଷରୁ ଅମିତ ତାଙ୍କୁ କୃତଜ୍ଞତା ଜଣାଇଥିଲେ.



