ଲୁଣା ନଦୀକୁ ଡେଇଁ ପଡିଲେ ଯୁବକ ଅଗ୍ନିଶମ କର୍ମଚାରୀ ହାତଖାଲି….

କେନ୍ଦ୍ରାପଡା(ନି.ପ୍ର): କେନ୍ଦ୍ରାପଡା ଜିଲା ଡେରାବିଶ ବସପୁର ନିକଟ ଲୁଣା ନଦୀକୁ ଶନିବାର (ଆଜି)ମଧ୍ୟାହ୍ନରେ ସମ୍ବିତ ସ୍ବାଇଁ(୩୮) ନାମକ ଜଣେ ଯୁବକ ଡେଇଁପଡ଼ି ନିଖୋଜ ହୋଇଯାଇଛନ୍ତି।

ଖବର ଅନୁଯାଇ ଯୁବକଙ୍କ ଘର କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ନରିଲେ ଗ୍ରାମ ସୁରେଶ ଚନ୍ଦ୍ର ସ୍ବାଇଁଙ୍କ ପୁଅ ବୋଲି ଜଣାପଡିଛି । ଅଗ୍ନିଶମ ବାହିନୀ କର୍ମଚାରୀ ସମ୍ପୃକୁ ଯୁବକଙ୍କୁ ଉଦ୍ଧାର କରିବାରେ ଲାଗି ପଡ଼ିଥିବା ବେଳେ ଏପର୍ଯ୍ୟନ୍ତ ସନ୍ଧାନ ମିଳିନାହିଁ।ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁସାରେ, ସମ୍ବିତ ଜଣେ ବେକାରୀ ହୋଇଥ‌ ବେଳେ ଘରେ ଅସାନ୍ତି ଲାଗିରହୁଥିଲା,ଆଜି ମଧ୍ୟାହ୍ନରେ ସେ ବସପୁର,ପୋଲରେ କିଛି ସମୟ ବସିବା ପରେ ନିଜର ସାର୍ଟ,ପ୍ୟାଣ୍ଟ, ଜୋତା ଓ ମୋବାଇଲ ପୋଲରେ ରଖି ନଦୀକୁ ଡେଇଁ ପଡ଼ିଥିଲେ ।ସେ ବାଟଦେଇ ଯାଉଥିବା ପଥଚାରି ଏହା ଦେଖ୍ ଚିତ୍କାର କରିଥିଲେ,ତାଙ୍କୁ ଉଦ୍ଧାର କରିବାକୁ କେତେଜଣ ଘରୋଇ ଡଙ୍ଗା ସହାୟତାରେ ଖୋଜାଖୋଜି କରିଥିଲେ ମାତ୍ର ନଦୀରେ ଆକାତକାତ ପାଣି ଥିବାରୁ ଉଦ୍ଧାର କରିବା ସମ୍ଭବ ହେଉନଥିଲା। ଅଗ୍ନିଶମ କର୍ମଚାରୀ ପହଞ୍ଚି ଖୋଜାଖୋଜି ଜାରି ରଖୁଥିଲେ ମଧ୍ୟ ଖବର ଲେଖା ହେବା ସୁଦ୍ଧା ନିଖୋଜ ସମ୍ବିତଙ୍କ ସନ୍ଧାନ ମିଳି ନଥିବା ଜଣାପଡ଼ିଛି ।

ସେୟାର କରନ୍ତୁ

Next Post

ମାଳିକାପୁରୁଷ ଅନନ୍ତମାଧବଙ୍କ ଶତବାର୍ଷିକ ଉତ୍ସବ ପାଳିତ...

Sat Aug 17 , 2024
କଟକ(ନି.ପ୍ର): ସର୍ବଶକ୍ତିମାନ ମହାବିଷ୍ଣୁଙ୍କ ଦଶମ ଅବତାର ଭଗବାନ କଳକୀଙ୍କ ପ୍ରଚାର ପ୍ରସାର କରି ସାରା ଓଡ଼ିଶାରେ ଚହଳ ସୃଷ୍ଟି କରିଥିବା ଅନନ୍ତମାଧବଙ୍କ ଜନ୍ମ ଶତବାର୍ଷିକୀ ଧୂମଧାମରେ ପାଳନ କରାଯାଇଛି । ସୁଧର୍ମା ଭବନରେ ବାବା ଅନନ୍ତମାଧବଙ୍କ ସମାଧିପୀଠରେ ଆୟୋଜିତ ଶତବାର୍ଷିକୀ ସତସଙ୍ଗକୁ ବିଶିଷ୍ଟ ଶିକ୍ଷାବିତ ତଥା ମାଳିକା ଗବେଷକ ଆଡ଼ଭୋକେଟ ପ୍ରଫେସର ଡକ୍ଟର ଜ୍ଞାନଗୁରୁ ଦାସ ଉଦଘାଟନ କରିବା ସହିତ ସ୍ମରଣିକା ଉନ୍ମୋଚନ କରିଥିଲେ । ପ୍ରବଚକ ବିନୋଦ ବିହାରୀ […]

You May Like

Pin It on Pinterest