କମଳା ମାଉସୀଙ୍କ ହାତ ତିଆରି ରାକ୍ଷୀ,ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପିନ୍ଧିବେ….

କେନ୍ଦ୍ରାପଡା(ନି.ପ୍ର): କେନ୍ଦ୍ରାପଡା ଜିଲ୍ଲାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ହାତରେ ପିନ୍ଧିବା ପାଇଁ,ରାକ୍ଷୀ ପଠାଗଲା ନୂଆଦିଲ୍ଲୀ । ମାଉସୀଙ୍କ ହାତ ତିଆରି ରାକ୍ଷୀ ପିନ୍ଧିବେ ପ୍ରଧାନମନ୍ତ୍ରୀ ।

ଏଥିପାଇଁ ରାକ୍ଷୀ ପୂର୍ଣ୍ଣିମାର ଯଥେଷ୍ଟ ଦିନ ପୂର୍ବରୁ ସେ ଦିଲ୍ଲୀ ସ୍ଥିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀ ଙ୍କ ଆବାସକୁ ସ୍ନେହ ଆଦରରେ ହାତତିଆରି ରାକ୍ଷୀ ପଠାଇଛନ୍ତି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀ ମଧ୍ୟ ତାଙ୍କର ହାତ ତିଆରି ରାକ୍ଷୀ ପିନ୍ଧିବେ ବୋଲି ଆଶା ରଖିଛନ୍ତି କେନ୍ଦ୍ରାପଡା ଜିଲ୍ଲାର କମଳା ମାଉସୀ ହେଉଛନ୍ତି ସେହି ମହିଳା, ଯାହାଙ୍କୁ ଦିନେ ନିଜର ରେଡ଼ିଓ କାର୍ଯ୍ୟକ୍ରମରେ ଭୂରି ଭୂରି ପ୍ରଶଂସା କରିଥିଲେ ମୋଦି ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀ,ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ସାଧାରଣ ନିର୍ବାଚନ ପ୍ରଚାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀ କେନ୍ଦ୍ରାପଡା ଆସିଥିବା ବେଳେ,କମଳା ମାଉସୀ ଙ୍କୁ ମଧ୍ୟ ଆଣ୍ଠୁ ମାଡି ପ୍ରଣାମ କରିଥିଲେ,ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ସେୟାର କରନ୍ତୁ

Next Post

ପ୍ରଫେସର ଡକ୍ଟର ଖଗେନ୍ଦ୍ରନାଥ ମଲ୍ଲିକ ସ୍ମୃତି ସଂସଦ ପକ୍ଷରୁ ନବମ ଶ୍ରାଦ୍ଧବାର୍ଷିକୀ ସମାରୋହ ପାଳିତ....

Sun Aug 18 , 2024
କଟକ(ସଂଜୟ ଶତପଥୀ): ବିଶିଷ୍ଟ ପ୍ରାବନ୍ଧିକ, ମାନବବାଦୀ କଥାକାର, ଦରଦୀକବି, ସଫଳ ଗବେଷକ, ସୁବକ୍ତା ଓ ଛାତ୍ରବତ୍ସଳ ପ୍ରଫେସର ଡକ୍ଟର ଖଗେନ୍ଦ୍ରନାଥ ମଲ୍ଲିକଙ୍କର ନବମ ଶ୍ରାଦ୍ଧବାର୍ଷିକ ସମାରୋହ ପାଳିତ ହୋଇଯାଇଛି । ତୁଳସୀପୁରସ୍ଥିତ ସାମ୍ବାଦିକ କଲୋନୀରେ ଅନୁଷ୍ଠିତ ସ୍ମୃତିସଭାରେ ପ୍ରଫେସର ଡକ୍ଟର ବାବାଜୀ ଚରଣ ପଟ୍ଟନାୟକ ସଭାପତିତ୍ୱ କରିଥିବା ବେଳେ ଶାନ୍ତିନିକେତନ ହିନ୍ଦୀ ବିଭାଗର ଅବସରପ୍ରାପ୍ତ ପ୍ରଫେସର ଡକ୍ଟର ରବୀନ୍ଦ୍ରନାଥ ମିଶ୍ର ମୁଖ୍ୟଅତିଥି, ପ୍ରଫେସର ରେବତୀରମଣ ମହାପାତ୍ର ମୁଖ୍ୟବକ୍ତା ଓ ବିଶିଷ୍ଟ […]

You May Like

Pin It on Pinterest